ETV Bharat / state

ରାଲିରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ଅପରାଜିତା, CEOଙ୍କୁ ଭେଟିଲା ବିଜେଡି - BJD MEETS CHIEF ELECTORAL OFFICER

author img

By ETV Bharat Odisha Team

Published : Apr 19, 2024, 7:45 PM IST

BJD MEETS CHIEF ELECTORAL OFFICER: ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଅପରାଜିତା ନିର୍ବାଚନ ରାଲିରେ ଛୋଟ ପିଲାଙ୍କୁ ନିୟୋଜିତ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

ରାଲିରେ ଲୋକ ନ ହେଲେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ଅପରାଜିତା: ସ୍ୱୟଂ ପ୍ରକାଶ
ରାଲିରେ ଲୋକ ନ ହେଲେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ଅପରାଜିତା: ସ୍ୱୟଂ ପ୍ରକାଶ

ରାଲିରେ ଲୋକ ନ ହେଲେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ଅପରାଜିତା: ସ୍ୱୟଂ ପ୍ରକାଶ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜୁ ଜନତା ଦଳ । ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଥିବା ଅଭିଯୋଗ କରୁଛି ବିଜେଡି । ଛୋଟ ପିଲାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବିଜେପି ନେତା ବୁଲାଉଥିବା କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର । ଅପରାଜିତା ବାରମ୍ବାର ସେ ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବାରୁ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡ଼ି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର । ସ୍ୱୟଂ କହିଛନ୍ତି ଯେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରି ଆସୁଛନ୍ତି । ଆମେ ଏକାଧିକ ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛୁ । ନିର୍ବାଚନ ତାରିଖ ଘୋଷଣା ଦିନ ସ୍ପଷ୍ଟ ଭାବେ କୁହାଯାଇଛି ରାଲି ଓ ପ୍ରଚାରରେ ଛୋଟ ଶିଶୁଙ୍କୁ ବ୍ୟବହାର କରାଯିବ ନାହିଁ । କିନ୍ତୁ ଭୁବନେଶ୍ୱର ସାଂସଦ ତଥା ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏହି ନିୟମକୁ ବାରମ୍ବାର ଭାଙ୍ଗି ଚାଲିଛନ୍ତି । କେବଳ ଏହି ଗୋଟେ ନିୟମ ନୁହେଁ, ଏକାଧିକ ନିୟମ ସେ ଉଲ୍ଲଙ୍ଘନ କରି ଚାଲିଛନ୍ତି । ସେ ଏମିତି ନିୟମ ଉଲ୍ଲଘଂନ କରି ଚାଲୁଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ସେ ଭାବୁଛନ୍ତି । ସେ ସବୁବେଳେ ନିର୍ବାଚନ ଆୟୋଗଙ୍କର ଭୟ ଓ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି ।
ଏହା ମଧ୍ୟ ପଢନ୍ତୁ ......ଆଚରଣ ବିଧି ଉଲଙ୍ଘନ କରୁଛି ବିଜେଡି, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି - BJP MEETS CHIEF ELECTORAL OFFICER

ସ୍ୱୟଂ ଏହା ମଧ୍ୟ କହିଛନ୍ତି ଯେ, ଆଜି ଅଭିଯୋଗରେ ଛୋଟ ଶିଶୁର ବ୍ୟବହାର କଥା ବିଜେଡି ଉଠାଇଛି । ଛୋଟ ଶିଶୁ ବେକରେ ଦଳୀୟ ଉତ୍ତରୀୟ ପକାଯାଇଛି । ଆମେ ଜାଣିଛୁ ବିଜେପିର ଓଡିଶା ଶାଖାରେ ନେତା ଓ କର୍ମୀ ନାହାନ୍ତି । ସେମାନେ ନୂଆ ନେତା ଓ କର୍ମୀ ସୃଷ୍ଟି କରିପାରିନାହାନ୍ତି । ତେଣୁ ଏହାର ଅର୍ଥ ନୁହେଁ ରାଲିରେ ଲୋକ ନହେଲେ ଶିଶୁଙ୍କ ବେକରେ ଉତ୍ତରୀୟ ପକାଇ ବୁଲାଇବେ । ଅପରାଜିତାଙ୍କୁ ନିୟମ ଉଲ୍ଲଘଂନ କରିବାର ନିଶା ଘାରିଛି । ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛୁ । ଅପରାଜିତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ତେବେ ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲୋତା ଦେଓ, ତୁମ୍ବନାଥ ପଣ୍ଡା, ମଧୁସ୍ମିତା ନାୟକ, ଓମ୍ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.