ETV Bharat / state

ବିଜେଡିରେ ନୂଆ ଦାୟିତ୍ବ; ସଂତୃପ୍ତ ମିଶ୍ର ଜାତୀୟ ମୁଖପାତ୍ର, ସଞ୍ଜୟ ଦାସବର୍ମା ମୁଖପାତ୍ର

author img

By ETV Bharat Odisha Team

Published : Feb 9, 2024, 8:37 PM IST

BJD National Spokespersons: ବିଜେଡିରେ ସାମିଲ ହୋଇଥିବା ସଂତୃପ୍ତ ମିଶ୍ର ଓ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂତୃପ୍ତ ମିଶ୍ରଙ୍କୁ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ । ଅଧିକ ପଢନ୍ତୁ

BJD Leaders Santrupt Misra
BJD Leaders Santrupt Misra

ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଥିବା ସଂତୃପ୍ତ ମିଶ୍ର ଓ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂତୃପ୍ତ ମିଶ୍ରଙ୍କୁ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ । ସେହିଭଳି ସଞ୍ଜୟ ଦାଶବର୍ମାଙ୍କୁ ବିଜେଡି ମୁଖପାତ୍ର ଦାୟିତ୍ବ ପ୍ରଦାନ କରାଯାଇଛି । ବିଧିବଦ୍ଧ ଭାବେ ଆଜି ଉଭୟଙ୍କୁ ନିଯୁକ୍ତି ଦିଆଯାଇଛି ।

ପୂର୍ବତନ କର୍ପୋରେଟ ଅଧିକାରୀ ସଂତୃପ୍ତ ମିଶ୍ର ଆଜି ମଧ୍ୟାହ୍ନରେ ବିଜେଡିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ସଂତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ନୂଆ ନିଯୁକ୍ତି ମିଳିବା ପରେ ସଂତୃପ୍ତ କହିଛନ୍ତି ଯେ, ମୋ ପାଇଁ ଆଜି ଗୋଟିଏ ବଡ଼ ମହତ୍ତ୍ବପୂର୍ଣ୍ଣ ଦିନ । ଏବେ ମୁଁ ରାଜ୍ୟକୁ ଫେରି ରାଜ୍ୟ ପାଇଁ କିଛି କାମ କରିବି । ପୂର୍ବରୁ ମଧ୍ୟ ରାଜ୍ୟ ପାଇଁ ଅନେକ କିଛି କରିଛି । ବିଜେଡି ଗୋଟେ ପ୍ରୋଗ୍ରେସିଭ ପାର୍ଟି ହୋଇଥିବାରୁ ଦଳକୁ ବାଛିଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବିକାଶ ମୂଳକ କାମ ମୋତେ ଆକୃଷ୍ଟ କରିଛି । ନୂତନ ଓଡ଼ିଶାର କାର୍ଯ୍ୟକ୍ରମରେ ଯୋଗ ଦେଇ ସହାୟତା କରିବି । ମୋର ଦକ୍ଷତାକୁ ଓଡିଶାକୁ ଆଣିବା ପାଇଁ ଚେଷ୍ଟା କରିବି ।

ଅଧିକ ପଢନ୍ତୁ- ବିଜେଡିରେ ସାମିଲ ହେଲେ ସନ୍ତୃପ୍ତ ମିଶ୍ର; ରାଜ୍ୟସଭା ଯିବା ନେଇ ଚର୍ଚ୍ଚା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଏ ମାଟିର ପୁଅ । ବିଶ୍ବର ବଡ଼ ବଡ଼ ଦେଶରେ କାମ କରିଛି । ମୁଖ୍ୟମନ୍ତ୍ରୀ ସହ ମିଶି କିଛ ନୂଆ କରିବାକୁ ଚେଷ୍ଟା କରିବି । ମୁଖ୍ୟମନ୍ତ୍ରୀ ଏବେ ମୋତେ ଜାତୀୟ ମୁଖପାତ୍ର ଦାୟିତ୍ବ ଦେଇଛନ୍ତି । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ବିଜେଡି ଓ ରାଜ୍ୟର ପ୍ରସଙ୍ଗକୁ ଜାତୀୟ ସ୍ତରରେ ଉଠାଇବି । ବର୍ତ୍ତମାନ ରାଜ୍ୟ ବାବଦରେ ମୋର ବିଶେଷ ଜ୍ଞାନ ନାହିଁ । କିନ୍ତୁ ଆଶା ବହୁତ ଜଲଦି ଶିଖିଯିବି । ସେହିପରି ଦୀର୍ଘ ଦିନ ହେଲା ଦଳଠୁ ନିଜକୁ ଦୂରେଇ ରଖିଥିବା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଧୀରେ ଧୀରେ ଟ୍ରାକକୁ ଫେରିବାକୁ ଲାଗିଛନ୍ତି । ଦଳ ତାଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ କରିଥିବା ବେଳେ ଆଜି ନୂଆ ନିଯୁକ୍ତି ଦେଇଛି । ଦଳର ମୁଖପାତ୍ର ଭାବେ ତାଙ୍କୁ ଏବେ ନୂଆ ଦାୟିତ୍ବ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.