ETV Bharat / state

ପ୍ରାଚୀନ ଗଡ଼ର ସନ୍ଧାନ, ଗଙ୍ଗବଂଶ ସମୟର ନିର୍ମାଣ ହୋଇଥିବା ଅନୁମାନ

author img

By ETV Bharat Odisha Team

Published : Jan 29, 2024, 9:59 PM IST

Discovery Of Ancient Forts: କୋଣାର୍କ ଖାଲକଟା ପାଟଣାରେ ପ୍ରାଚୀନ ସଭ୍ୟତାର ସନ୍ଧାନ । ପ୍ରାଚୀନ ଗଡର ସନ୍ଧାନ, ଗଙ୍ଗ ବଂଶ ରାଜତ୍ୱ ସମୟରେ ନିର୍ମାଣ ହୋଇଥିବା ଆକଳନ । ଅଧିକ ପଢ଼ନ୍ତୁ

ପ୍ରାଚୀନ ଗଡ଼ର ସନ୍ଧାନ
ପ୍ରାଚୀନ ଗଡ଼ର ସନ୍ଧାନ

ପ୍ରାଚୀନ ଗଡ଼ର ସନ୍ଧାନ

ନିମାପଡ଼ା: କୋଣାର୍କ ଖାଲକଟା ପାଟଣାରେ ପ୍ରାଚୀନ ସଭ୍ୟତାର ସନ୍ଧାନ । ଶହ ଶହ ବର୍ଷ ତଳର ପ୍ରାଚୀନ ସଭ୍ୟତା କୀର୍ତ୍ତିରାଜିର ଭଗ୍ନାବଶେଷ ଠାବ ହୋଇଛି । ଯାହା ବିଲୁପ୍ତ ହୋଇଯାଇଥିବା କୀର୍ତ୍ତିରାଜିର ଅବସ୍ଥିତିକୁ ପ୍ରମାଣିତ କରିଛି । ଏହି ପ୍ରାଚୀନ ଗଡର ସନ୍ଧାନ, ଗଙ୍ଗ ବଂଶ ରାଜତ୍ୱ ସମୟରେ ନିର୍ମାଣ ହୋଇଥିବା ଆକଳନ କରାଯାଉଛି ।

ସୂଚନା ଅନୁସାରେ, ପୁରୀ ଜିଲ୍ଲା ଗୋପ ବ୍ଲକ ସୁତନ ପଞ୍ଚାୟତ ଖାଲକଟା ପାଟଣା ଗରୁଡେଶ୍ଵର ମହାଦେବଙ୍କ ମନ୍ଦିର ନିକଟରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି । ପାରିପାର୍ଶ୍ବିକ ଅବସ୍ଥାକୁ ଲକ୍ଷ୍ୟ କଲେ ଏଠାରେ ପ୍ରାଚୀନ ସଭ୍ୟତା ଥିବା ଅନୁମାନ କରାଯାଉଛି । ବିଭିନ୍ନ ସ୍ଥାନରେ ପଡି ରହିଥିବା କାରୁକାର୍ଯ୍ୟ ପଥର ମନ୍ଦିର କୀର୍ତ୍ତିରାଜି ଶିଳାଖଣ୍ଡ, ପଥର ସ୍ତମ୍ଭ , ବଡ଼ବଡ଼ କୁଣ୍ଡାପଥର, ପୁରାତନ ଭଗ୍ନ ମୂର୍ତ୍ତି, କିଛି ମାଟି ନିର୍ମିତ କୂଅ ନନ୍ଦ, ପୂରାତନ ଇଟାର ସନ୍ଧାନ ମିଳିଛି । ଏହି ସମସ୍ତ ଅବସ୍ଥିତି ପୂରାତନ ସଭ୍ୟତା ଥିବା ନେଇ ଅନୁମାନ କରାଯାଉଛି ।

ତେବେ କୁଶଭଦ୍ରା ନଦୀ ମୁହାଣ ନିକଟରେ ଥିବା ଏହି ଭଗ୍ନାବଶେଷ ପୁରାତନ ସଭ୍ୟତା ଥିଲା ବୋଲି ଅନୁମାନ କରାଯାଉଥିବା ବେଳେ ଇନଟାକ(ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍‌)ର ୫ ଜଣିଆ ଟିମ ଏହି ସ୍ଥାନ ଗସ୍ତ କରି ମନ୍ଦିର କୀର୍ତ୍ତିରାଜ ଶିଳାଖଣ୍ଡ, ପୁରାତନ ଭଗ୍ନ ମୂର୍ତ୍ତି, ମାଟି ନିର୍ମିତ କିଛି ଅଂଶ ବିଶେଷ ଗବେଷଣା ପାଇଁ ନେଇଛନ୍ତି । ସରକାର ଯଦି ଏହାର ଅନୁସନ୍ଧାନ କରିବାରେ ସହଯୋଗ କରିବେ ତେବେ ଅନେକ ତଥ୍ୟ ସାମ୍ନାକୁକୁ ଆସିବ ବୋଲି କୁହାଯାଇଛି । ବିଶେଷ କରି ପ୍ରାୟ ୨୫ରୁ ୩୦ ବର୍ଷ ପୂର୍ବରୁ ଏଠାରେ ମାଟି ଖୋଳା ହେବା ସମୟରେ ଏହି କୀର୍ତ୍ତିରାଜ ମିଳିଥିବା ବେଳେ ପ୍ରତ୍ନତତ୍ତ୍ବ ଟିମର ଏହାର ଅନୁଧ୍ୟାନ କରିଥିଲେ । ଅଧିକ ସନ୍ଧାନ କରାଗଲେ ବହୁ ତଥ୍ୟ ନଜରକୁ ଆସିବ ବୋଲି କୁହାଯାଇଛି । ଏହି ସ୍ଥାନର ପ୍ରତ୍ନତାତ୍ତ୍ଵିକ ଖନନ ହେଲେ ଆହୁରି ଅନେକ ଐତିହାସିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଖୋର୍ଦ୍ଧା ନଅରହୁଦାରେ ASIର ଖନନ, ଏଠାରେ ତାମ୍ର ଯୁଗର ସଭ୍ୟତା ଥିବା ଅନୁମାନ

ସେପଟେ ଗରୁଡେଶ୍ଵର ମହାଦେବଙ୍କ ମୁଖ୍ୟ ପରିଚାଳକ ବାବୁରାମ ବେହେରା କହିଛନ୍ତି, "ଗତକାଲି ଗରୁଡେଶ୍ଵର ମହାଦେବଙ୍କ ମନ୍ଦିର ପରିସର ନିକଟରେ ଖୋଳାଯିବା ସମୟରେ ଏଠାରୁ ଶଂଖ, କୂଅ ନନ୍ଦ, ପୂରୁଣା ମୂର୍ତ୍ତି ଠାବ କରାଯାଇଛି । ଯାହା ଏଠାରେ ପୁରୁଣା ସଭ୍ୟତା ଥିବା ଅନୁମାନ କରୁଛୁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.