ETV Bharat / state

ବିଜେଡି ଛାଡ଼ିଲେ ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ - Akash Das Nayak quits BJD

author img

By ETV Bharat Odisha Team

Published : Mar 30, 2024, 12:01 PM IST

Updated : Mar 30, 2024, 1:33 PM IST

Akash Das Nayak quits BJD: ବିଜେଡି ଛାଡିଲେ ଆକାଶ ଦାସ ନାୟକ । ଭିଡିଓ ବାର୍ତ୍ତା ଜାରି କରି ଦେଲେ ସୂଚନା । ଖୁବ ଶୀଘ୍ର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଦେଲେ ସୂଚନା । ଅଧିକ ପଢନ୍ତୁ

Akash Das Nayak quits BJD
Akash Das Nayak quits BJD

AKASH DAS QUITS BJD

ଯାଜପୁର: ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ । ଯାଜପୁର କୋରେଇ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଆଜି ବିଜେଡି ଛାଡିଛନ୍ତି । ବିଜେଡି ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ସେ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି । ୨୦୧୪ରୁ ୨୦୧୯ ଯାଏଁ କୋରେଇ ବିଧାୟକ ଥିଲେ ଆକାଶ ।

AKASH DAS QUITS BJD

ସୂଚନା ଅନୁଯାୟୀ, ପୂର୍ବତନ ବିଧାୟକ ଆକାଶ ଦାସନାୟକ ବର୍ତ୍ତମାନ ମୋ କଲେଜ ଅଧ୍ୟକ୍ଷ ଥିଲେ l ତେବେ ବିଜୁ ଜନତା ଦଳ ଛାଡିବା ପରେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଘୋଷଣା ଜାରି ରହିଛି । ଏହାରି ଭିତରେ ନେତାମାନଙ୍କ ଦଳ ଡିଆଁ ପର୍ବ ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ଆକାଶ କେଉଁ ଦଳରେ ଯୋଗ ଦେବେ ସେନେଇ ସ୍ପଷ୍ଟ କରିନଥିବା ବେଳେ ତାହା ସମୟ ହିଁ କହିବ ।

ଏହା ମଧ୍ୟ ପଢନ୍ତୁ: ବିଜେଡିକୁ ବାଏ ବାଏ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି - Anubhav Mohanty Quits BJD

ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ମୁଁ 2014 ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ବିଜୁ ଜନତା ଦଳର କର୍ମୀ ଭାବେ କାର୍ଯ୍ୟ କରି ଆସୁଛି । ମୋତେ ଦଳ ଯେତେବେଳେ ଯେଉଁ ଗୁରୁଦାୟିତ୍ବ ଦେଇ ଆସିଛି ତାହା ମୁଁ ସମ୍ପୁର୍ଣ୍ଣ ଦାୟିତ୍ବର ସହିତ ସୂଚାରୁରୂପେ ନିର୍ବାହ କରାଆସିଛି । କିନ୍ତୁ ମୁଁ ଆଜି ଉପଲବ୍ଧୀ କରୁଛି ଯେ, ଦଳ ମୋର ତ୍ୟାଗ, ନିଷ୍ଠା ଓ ପରିଶ୍ରମର ମୂଲ୍ୟ ବୁଝିପାରି ନାହିଁ ଯାହାକି ମୋର ଅନ୍ତରଆତ୍ମାକୁ ବହୁତ ଆଘାତ କରିଛି । ମୁଁ ଆଜି ମୋର ଅନ୍ତରଆତ୍ମାର ସ୍ବର ଶୁଣି ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ବାଭିମାନ ପାଇଁ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଅଛି ।

ଏହା ମଧ୍ୟ ପଢନ୍ତୁ: ହାତ ଛାଡ଼ିଲେ ଚିରଞ୍ଜୀବ ବିଶ୍ୱାଳ, ଫୁଙ୍କି ପାରନ୍ତି ଶଙ୍ଖ - Chiranjib Biswal Quits Congress

ସେ ଭିଡିଓ ଜାରି କରି କହିଛନ୍ତି, "ମୁଁ ମୋର ଅନ୍ତରଆତ୍ମାର ସ୍ବର ଶୁଣି ମୋର ଆତ୍ମସମ୍ମାନ, ମୋର ଅଭିମାନ ପାଇଁ ଏବଂ କୋରେଇ ଜନସାଧାରଣଙ୍କ ସ୍ବାଭିମାନ ପାଇଁ ମୁଁ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋର ଜୀବନ ସମାଜସେବା ପାଇଁ ଏବଂ କୋରେଇବାସୀଙ୍କ ସେବା ପାଇଁ ସମର୍ପିତ । ଆଗାମୀ ଦିନରେ କୋରେଇବାସୀଙ୍କ ଭଲ ପାଇବାକୁ ପାଥେୟ କରି ମୋର ସମର୍ଥକ ଏବଂ କର୍ମୀମାନଙ୍କ ସହ ଆଲୋଚନା କରି ମୋର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବି ।"

ଇଟିଭି ଭାରତ, ଯାଜପୁର

Last Updated : Mar 30, 2024, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.