ETV Bharat / state

ଜମିବାଡ଼ି ବିବାଦରୁ ପୁରୀରେ ଏସିଡ ମାଡ଼, 7 ଆହତ - Puri Acid Attack

author img

By ETV Bharat Odisha Team

Published : May 15, 2024, 7:22 AM IST

Puri Acid Attack: ପୁରୀରେ ଜମିବାଡି ବିବାଦକୁ କେନ୍ଦ୍ରକରି ଏସିଡ ମାଡ । ଏହି ଆକ୍ରମଣରେ ଉଭୟ ଗୋଷ୍ଠୀର ୭ ଜଣ ଆହତ ହୋଇଛନ୍ତି । ତାଳବଣିଆ ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

Puri Acid Attack
Puri Acid Attack (ETV Bharat Odisha)

Puri Acid Attack (ETV Bharat Odisha)

ପୁରୀ: ଜମିବାଡି ବିବାଦରୁ ଏସିଡ ମାଡ । ପୁରୀ ଜିଲ୍ଲାରେ ଜମିବାଡି ବିବାଦ ଉଗ୍ରରୂପ ଧାରଣ କରିଛି । ଏହାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ସହ ଏସିଡ୍ ମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏସିଡ ମାଡରେ ଉଭୟ‌ ଗୋଷ୍ଠୀର ୪ ଜଣ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଖବରପାଇ ଘଟଣାସ୍ଥଳରେ ତାଳବଣିଆ ଥାନା ପୋଲିସ ଏବଂ ସିଟି ଡିଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ଚମାର ସାହିରେ ଜମିବାଡ଼ି ବିବାଦ ଉଗ୍ରରୂପ ଧାରଣ କରିଛି । ୨ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ସହ ଏସିଡ ମାଡ କରାଯାଇଥିବା ସୂଚନା ରହିଛି । ତେବେ ସିଟି ଡିଏସପିଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ସାଢେ ପାଞ୍ଚଟା ସମୟରେ ଏହି ଘଟଣା ଘଟିଥିଲା । ଜିଲ୍ଲାର ଚମାର ସାହିରେ ଥିବା ଏକ ଜମି ଉପରେ ବିଜୟ ବେହେରା ନାମକ ବ୍ୟକ୍ତି ଘର କରି ସେଠାରେ ରହିଆସୁଥିଲେ । ଏହି ଜମିକୁ ନେଇ କୋର୍ଟରେ ମାମଲା ମଧ୍ୟ ଚାଲିଛି ।

ଏହାମଧ୍ୟ ପଢନ୍ତୁ.. ସାମାନ୍ୟ ବଚସାରୁ ଏସିଡ୍ ମାଡ, 5 ଗୁରୁତର

ମଙ୍ଗଳବାର ସନ୍ଧ୍ୟାରେ ଚମାର ସାହିର କିଛି ଲୋକେ ବିଜୟଙ୍କୁ କେବେ ଘର ଖାଲି କରିବ ବୋଲି ପଚାରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ବିଜୟ ଉତକ୍ଷିପ୍ତ ହୋଇ ତାଙ୍କ ପୁଅ ସହ ମିଶି ଲୋକମାନଙ୍କ ଉପରକୁ ଏସିଡ ମାଡ କରିଥିବା ନେଇ ସୂଚନା ରହିଛି । ଏହି ଏସିଡ୍ ଆକ୍ରମରଣରେ ପାର୍ବତୀ ବେହେରା, ଦୁଲେଇ ବେହେରା, ବାଞ୍ଛୁ ବେହେରା ଓ ଯମୁନା ବେହେରା ଗୁରୁତର ହୋଇଥିବା ବେଳେ ସାରଥି ବେହେରା ଓ ଚମ୍ପା ବେହେରା ଆହତ ହୋଇଛନ୍ତି । ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ସେହିପରି ବିଜୟ ବେହେରା ଓ ତାଙ୍କ ପୁଅ ମଧ୍ୟ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ତାଳବଣିଆ ଥାନା ପୋଲିସ ଏବଂ ସିଟି ଡିଏସପି ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହସ୍ପିଟାଲ ଯାଇ ଉଭୟ ଗୋଷ୍ଠୀଙ୍କୁ ଏ ବାବଦରେ ପଚରାଉଚରା କରିଛନ୍ତି । ତେବେ ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ସିଟି ଡିଏସପି କହିଛନ୍ତି ।

ପୁରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.