ETV Bharat / state

କାରକୁ ଧକ୍କା ଦେଲା ଟ୍ରକ, ଆଖି ବୁଜିଲେ ଦମ୍ପତି

author img

By ETV Bharat Odisha Team

Published : Mar 16, 2024, 12:29 PM IST

Nuapada Road Accident: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା 353 ଜାତୀୟ ରାଜପଥ ଚଲାନପଡା ବଡପୋଲ ନିକଟରେ କାରକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

Road Accident
Road Accident

Road Accident

ନୂଆପଡା: ଖଡ଼ିଆଳ ଥାନା 353 ଜାତୀୟ ରାଜପଥ ଚଲାନପଡା ବଡପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀ ମୃତ । ମୃତକ ହେଲେ ସାନମହେଶ୍ବର ଗ୍ରାମପଞ୍ଚାୟତ ସ୍ଥିତ ରାଜାମୁଣ୍ଡା ଗ୍ରାମର ସେନାପତି ବାଗ ଏବଂ ତାଙ୍କ ସ୍ତ୍ରୀ ସରିତା ବାଗ ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ସୂଚନା ମୁତାବକ, ଗତକାଲି(ଶୁକ୍ରବାର) ଉଭୟ ସ୍ବାମୀ ସ୍ତ୍ରୀ ଜିଲ୍ଲାର ତୁକୁଳା ନିକଟସ୍ଥ ବଡଦୋହେଲ ଗାଁକୁ ଏକ ଏକୋଶିଆ ଉତ୍ସବକୁ ଯୋଗ ଦେବାକୁ ଯାଇଥିଲେ । ସେଠାରେଯୋଗ ଦେଇ ନିଜ ଗାଁ ରାଜାମୁଣ୍ଡାକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ପ୍ରତ୍ୟକ୍ଷଦର୍ଶୀ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-ସଡ଼କ ଦୁର୍ଘଟଣାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର; ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ସେପଟେ ଘଟଣା ଘଟାଇ ଟ୍ରକ ଡ୍ରାଇଭର କିଛିଦୂର ଆଗରେ ଟ୍ରକକୁ ରଖି ଫେରାର ମାରିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଛି ଖଡ଼ିଆଳ ପୋଲିସ ତଦନ୍ତ ଆରମ୍ଭ କରିଛି । ଅକାଳରେ ଉଭୟ ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ମୃତକଙ୍କ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ନୂଆପଡା ଜିଲ୍ଲାରେ ଦିନକୁ ଦିନକୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ପ୍ରଶାସନ ଯେତେ ସଚେତନ କରିଲେ ମଧ୍ୟ ସଡ଼କ ଦୁର୍ଘଟଣାରେ ବ୍ରେକ ଲାଗିବାରେ ନାଁ ନେଉନାହିଁ । ଅଧିକାଂଶ ସଡ଼କ ଦୁର୍ଘଟଣା ମଦ୍ୟପାନ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ଘଟୁଛି । ଦ୍ରୁତ ଗତି ସବୁବେଳେ ବିପତ୍ତି ଆଣିଥାଏ । ଏଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ସେହିପରି ଗତ କିଛିମାସ ପୂର୍ବେ ଜିଲ୍ଲାର ବୋଡେନ ଥାନା ରାଜପୁର ଛକରେ ଏକ ସଡ଼କ ଦୁର୍ଘଟଣା ଘଟି 4 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.