ETV Bharat / state

ବିମାନବନ୍ଦରରୁ ଧରାପଡ଼ିଲା ସୁନା, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ - GOLD SEIZED

author img

By ETV Bharat Odisha Team

Published : Apr 17, 2024, 4:26 PM IST

Gold seized: ବିମାନବନ୍ଦରରେ କେଜିଏ ସୁନା ଜବତ ହୋଇଛି । ମଳଦ୍ବାରରେ ଲୁଚାଇ ନେଉଥିଲେ ସୁନା । ଏନେଇ ବ୍ୟାଙ୍କକ୍ ଫେରନ୍ତା ଯାତ୍ରୀ ଅଟକ । ଅଧିକ ପଢନ୍ତୁ

GOLD SEIZED IN BHUBANESWAR
GOLD SEIZED IN BHUBANESWAR

ଭୁବନେଶ୍ବର: କଷ୍ଟମସ୍‌ ବିଭାଗ ହାତରେ ଧରାପଡିଲା କୁଖ୍ୟାତ ସୁନା ସ୍ମଗଲର୍‌ । ଏୟାରପୋର୍ଟରେ ସୁନା ଚୋରା ଚାଲାଣ ବେଳେ ଧରିଛି କଷ୍ଟମସ ବିଭାଗ । ତାଠାରୁ କେଜିଏ ସୁନା ଜବତ କରାଯାଇଛି । ବ୍ୟାଙ୍କକ୍‌ରୁ ଭୁବନେଶ୍ବର ଦେଇ ମୁମ୍ବାଇ ଯାଉଥିବା ମହାରାଷ୍ଟ୍ରର ଏହି ଚାଲାଣକାରୀର ମଳଦ୍ବାରରୁ ବାହାରିଛି ଏକ କେଜିରୁ ଅଧିକ ଓଜନର ସୁନା । ତାକୁ ଭୁବନେଶ୍ବରରେ ଅଟକ ରଖି ଖୋଳତାଡ଼ ଚାଲିଛି । ତଦନ୍ତ ସରିନଥିବାରୁ ଚାଲାଣକାରୀର ନାଁ ଗୋପନ ରଖାଯାଇଛି । ତାକୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ତେବେ ବ୍ୟାଙ୍କକ୍‌ରୁ ଆସିଥିବା ଏହି ସୁନା ମୁମ୍ବାଇ ଚାଲାଣ ହେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ବିମାନବନ୍ଦରରେ ସୁନା ଜବତ
ବିମାନବନ୍ଦରରେ ସୁନା ଜବତ

ତେବେ ଆଜି ଗୁଇନ୍ଦା ସୂଚନା ଆଧାରରେ କଷ୍ଟମ୍‌ସ ଅଧିକାରୀମାନେ ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ କରିଥିଲେ। ଯାତ୍ରୀମାନଙ୍କୁ ପ୍ରୋଫାଇଲିଂ କରିବା ବେଳେ କଷ୍ଟମସ୍ ବିଭାଗର ଅଧିକାରୀମାନେ ସନ୍ଦେହ ଏହି ସୁନା ଚାଲାଣକାରୀକୁ ସନ୍ଦେହ କରିଥିଲେ । ତା’ର ଅସ୍ବାଭାବିକ ଚାଲି ଦେଖି ଅଧିକାରୀମାନଙ୍କ ସନ୍ଦେହ ବଢ଼ାଇଥିଲା । କିନ୍ତୁ ତା’ର ପୋଷାକପତ୍ର ଯାଞ୍ଚ କଲାବେଳେ କୌଣସି ସୁରାକ ମିଳିନଥିଲା । ମଳଦ୍ବାର ଭିତରେ ଲୁଚାଇଥିବା ସୁନାକୁ ଠାବ କରିବା ଅଧିକାରୀମାନଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା । ମାତ୍ର ଚକ୍‌ମା ଦେବା ଲାଗି ଦୁର୍ବୃତ୍ତର ଏହି ଅଭିନବ ଉପାୟକୁ ଅଧିକାରୀମାନେ ପଣ୍ଡ କରିଛନ୍ତି । ସେମାନେ ତାକୁ ଶୌଚାଳୟକୁ ନେଇ ଲାକ୍ସା ଟିଭ୍‌ସ ନାମକ ଏକ ବଟିକା ଖାଇବାକୁ ଦେଇଥିଲେ । ବଟିକା ଖାଇବା ପରେ ଏୟାରପୋର୍ଟର ପାଇଖାନାରେ ମଳଦ୍ୱାର ଦେଇ ଲୁଚାଇ ନେଉଥିବା ସୁନା ଗୁଣ୍ଡର ଏକ ପୁଡିଆ ଜବତ କରିଛି କଷ୍ଟମସ ବିଭାଗ । ଯାହାର ଓଜନ ଏକ କିଲୋରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପୂର୍ବରୁ ସୁନା ବ୍ୟବସାୟୀଙ୍କ ଘରେ ଚଢାଉ, 5.6 କୋଟି ଟଙ୍କା ସହ 3କେଜି ସୁନା ଜବତ

ତେବେ ଦୀର୍ଘଦିନ ପରେ ଏପରି ସୁନା ଜବତ ଘଟଣା ନେଇ ପୁଣି ଆଲର୍ଟ ହୋଇଯାଇଛି କଷ୍ଟମସ ବିଭାଗ । କାରଣ ୨୦୨୩ ମେ ପରଠୁ ଅର୍ଥାତ୍ କୋଭିଡ ସମୟରୁ ଏଭଳି ସୁନା ଚୋରା ଚାଲାଣର ନଜର ସାମ୍ନାକୁ ଆସିନଥିଲା । ଏଥିସହ କଷ୍ଟମସ ବିଭାଗ ମଧ୍ୟ ବିଗତ କିଛି ଦିନ ହେବ ଏଭଳି କାରବାର ଠାବ କରିନଥିଲେ । କିନ୍ତୁ ଏଭଳି ଘଟଣା ପୁଣି କଷ୍ଟମସ ବିଭାଗ ହାତରେ ଆସିବା ପରେ ପୁଣି ସତର୍କ ହୋଇଯାଇଛି ବିଭାଗ । ଏନେଇ ସମସ୍ତ ବିଦେଶ ଆସୁଥିବା ବିମାନ ଓ ବିମାନ ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି କଷ୍ଟମସ ଅଧିକାରୀ । କାରଣ ନିର୍ବାଚନ ଆଗକୁ ହେବାକୁ ଥିବାରୁ ଏହି ସମୟରେ ଏଭଳି କାରବାର ଚିନ୍ତାଜନକ ବିଷୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.