ETV Bharat / state

ରାଜ୍ୟରେ 1995 ଭଳି ପରିସ୍ଥିତି ହେବାକୁ ଯାଉଛି: ମୋହନ ମାଝୀ

author img

By ETV Bharat Odisha Team

Published : Feb 20, 2024, 5:41 PM IST

BJD Vote Will Decrease Says BJP MLA: ଆଗାମୀ 2 ସପ୍ତାହ ଭିତରେ ରାଜ୍ୟ ରାଜନୀତିରେ ବଡ ଧରଣର ପରିବର୍ତ୍ତନ ହେବ । ନବୀନ ସରକାରର ପତ୍ତନ ଆରମ୍ଭ ହେବ । ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ବିଜେଡି ଛାଡିବେ ଅସନ୍ତୁଷ୍ଟ ବିଧାୟକ ଓ ସାଂସଦ । ବିଜେଡିର 15 ପ୍ରତିଶତ ଭୋଟ କମିଯିବ ବୋଲି କହିଛନ୍ତି ବିଜେପି ବିଧାୟକ । ଅଧିକ ପଢନ୍ତୁ

ମୋହନ ମାଝୀ
ମୋହନ ମାଝୀ

ରାଜ୍ୟରେ 1995 ଭଳି ପରିସ୍ଥିତି ହେବାକୁ ଯାଉଛି: ମୋହନ ମାଝୀ

ଭୁବନେଶ୍ବର: ଆଗାମୀ 2 ସପ୍ତାହ ଭିତରେ ରାଜ୍ୟ ରାଜନୀତିରେ ବଡ ଧରଣର ପରିବର୍ତ୍ତନ ହେବ । ନବୀନ ସରକାରର ପତ୍ତନ ଆରମ୍ଭ ହେବ । ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ବିଜେଡି ଛାଡିବେ ଅସନ୍ତୁଷ୍ଟ ବିଧାୟକ ଓ ସାଂସଦ ମାନେ । ବିପର୍ଯ୍ୟସ୍ତ ପରିସ୍ଥିତି ଆଡକୁ ଯାଉଛି । ବିଜେଡିର 15 ପ୍ରତିଶତ ଭୋଟ କମିଯିବ । ଅନେକ ବିଜେଡି ନେତା ବିଜେପିର ଯୋଗାଯୋଗରେ ଅଛନ୍ତି । 1995ର ପରିସ୍ଥିତି 2024ରେ ହେବାକୁ ଯାଉଛି । ସବୁ ବର୍ଗର ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଆଜି ଏଭଳି କହି ବିଜେଡିର କମ୍ପନ ବଢାଇଛନ୍ତି ବିଜେପି ବିଧାୟକ ମୋହନ ମାଝୀ ।

ଅଧିକ ପଢନ୍ତୁ- 2024 ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ: ମୋହନ ମାଝୀ

ବିଧାୟକ ମୋହନ ମାଝୀ କହିଛନ୍ତି, ‘‘ଆଗାମୀ 2 ସପ୍ତାହ ଭିତରେ ରାଜ୍ୟ ରାଜନୀତିରେ ବଡ ଧରଣର ପରିବର୍ତ୍ତନ ହେବ । ନବୀନ ସରକାରର ପତ୍ତନ ଆରମ୍ଭ ହେବ । ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ବିଜେଡି ଛାଡିବେ ଅସନ୍ତୁଷ୍ଟ ବିଧାୟକ ଓ ସାଂସଦ ମାନେ । ବିପର୍ଯ୍ୟସ୍ତ ପରିସ୍ଥିତି ଆଡକୁ ଯାଉଛି । ବିଜେଡିର 15 ପ୍ରତିଶତ ଭୋଟ କମିଯିବ । ଅନେକ ବିଜେଡି ନେତା ବିଜେପିରେ ସାମିଲ ହେବେ । 1995ର ପରିସ୍ଥିତି 2024ରେ ହେବାକୁ ଯାଉଛି । ସବୁ ବର୍ଗର ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି ।’’

ମୋହନ ଆହୁରି କହିଛନ୍ତି ରାଜ୍ୟରେ 2019 ଭଳି ସ୍ଥିତି ଆଉ ନାହିଁ । ଏଥିରେ ବ୍ୟତିବ୍ରସ୍ତ ହୋଇଛି ନବୀନ ପଟ୍ଟନାୟକ ସରକାର । ସେଥିପାଇଁ ନିର୍ବାଚନୀ ଥୋପ ପକାଉଛନ୍ତି ରାଜ୍ୟ ସରକାର । 1000 ଟଙ୍କା ଦେଇ ଦେଲେ ଗରିବ ଲୋକଙ୍କ ଆର୍ଥିକ ପରିସ୍ଥିତି ସୁଧୁରିବ କି ? 24 ବର୍ଷ ଧରି କଣ କରୁଥିଲେ ସରକାର । ସବୁ ଯୋଜନା କେବଳ ନିର୍ବାଚନ ସର୍ବସ୍ବ ବୋଲି ଜଣାପଡ଼ି ଯାଇଛି । ଭୋଟ ବୈତରଣୀ ପାରି ହେବା ପାଇଁ ଚକ୍ରାନ୍ତ କରିଛନ୍ତି ବିଜେଡ଼ି ସରକାର । କିନ୍ତୁ ଲୋକ ସବୁ ବୁଝି ଗଲେଣି । ବ୍ୟାଗ ନେଉନାହାନ୍ତି, ପୋଡ଼ି ଦେଉଛନ୍ତି ଲୋକ । କେବଳ ଭୋଟ ବ୍ୟାଙ୍କ ପାଇଁ ଛଳନା କରି ସାଢ଼େ 4 କୋଟି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର । ବିଜେଡ଼ିର କେବଳ ଗୋଟିଏ ଭିଜନ ଓ ମିଶନ, ପଇସା ଦେଇ ଭୋଟ ହାତେଇବା । କିନ୍ତୁ ଯେତେ ପ୍ରଲୋଭନ ଦେଖାଇ ଭୋଟ ନେବା ପାଇଁ ଚେଷ୍ଟା କଲେ ମଧ୍ୟ ସଫଳ ହେବ ନାହିଁ ବିଜେଡ଼ି ।

ସେହିପରି ବିଜେଡ଼ି ବିଜେପି ମେଣ୍ଟ ଚର୍ଚ୍ଚା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମେଣ୍ଟ ହେବ କି ନାହିଁ ମୁଁ ଜାଣିନି । କିନ୍ତୁ ମେଣ୍ଟ ହେବ ନାହିଁ ବୋଲି କେନ୍ଦ୍ରୀୟ ନେତୃତ୍ବ ସ୍ପଷ୍ଟ କରିଛନ୍ତି । ବିଜେପି ଏକାକୀ ଲଢ଼ିବ ଏବଂ ସରକାର କରିବ । ମେଣ୍ଟର ପ୍ରଶ୍ନ ଉଠୁନାହିଁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.