ETV Bharat / state

2024 ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ: ମୋହନ ମାଝୀ

author img

By ETV Bharat Odisha Team

Published : Jan 13, 2024, 7:55 AM IST

Updated : Jan 13, 2024, 8:39 AM IST

2024 Assembly Polls: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇ ସାରିଛି । ବିଜେପିର ନିଶ୍ଚିନ୍ତ ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କଲେ ବିଜେପିର ବରିଷ୍ଠ ନେତା ମୋହନ ଚରଣ ମାଝୀ । ଅଧିକ ପଢନ୍ତୁ

bjp mla mohan majhi
2024 ନିର୍ବାଚନ

bjp mla mohan majhi

ଭୁବନେଶ୍ବର: ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତ ବିଜେପି । 543 ଲୋକସଭା ଆସନରୁ 4 ଶହ ସିଟ ଜିତିବାକୁ ଲକ୍ଷ୍ୟ ରଖିଛି ବିଜେପି । ଏଥି ପାଇଁ ବିଜେପି ସମସ୍ତ ବିକଳ୍ପ ରାସ୍ତା ଆପଣାଇବାକୁ ପ୍ରସ୍ତୁତ ଥିବା ଚର୍ଚ୍ଚା ହେଉଛି । ଦରକାର ପଡ଼ିଲେ ଅନ୍ୟ ଦଳର ସଂଗଠନ ଯୁକ୍ତ ନେତାଙ୍କୁ ଦଳରେ ସାମିଲ କରିବାକୁ ବିଚାର କରୁଛି ବିଜେପି । ଯେଉଁ ନେତା ଓ ସାଂସଦଙ୍କୁ ବିଜେପି ନିଜ ସହ ସାମିଲ କରିବାକୁ ଚାହୁଁଛି ସେମାନଙ୍କୁ ପରଖିବାକୁ ଏକ କମିଟି ଗଠନ ହେବ । ନିର୍ବାଚନରେ କାହାକୁ ଟିକେଟ ଦିଆଯିବ, ସେଥିପାଇଁ ରୋଡ ମ୍ୟାପ ତିଆରି ସରିଛି । ଯେଉଁମାନଙ୍କର ବିଜୟର ପ୍ରତିଶତ ଅଧିକ ଥିବ, ସେ ନିର୍ବାଚନ ଲଢିବେ । ତୃତୀୟ ଥର ସରକାର ପାଇଁ ଦଳ ଆଶାବାଦୀ ଥିବା କହିଛନ୍ତି ଓଡିଶା ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।

ଦେଶରେ ପୁନର୍ବାର ସରକାରରେ ଆସିବା ଲାଗି ନୂଆ ରଣନୀତି କରିଛି ବିଜେପି । ଅନ୍ୟ ଦଳର ପ୍ରଭାବଶାଳୀ ନେତା, ସାଂସଦଙ୍କୁ ଦଳରେ ସାମିଲ କରିବାକୁ ଯୋଜନା କରିଛି ଦଳ । ସେମାନଙ୍କୁ ସାମିଲ କରିବା ପୂର୍ବରୁ ବିଭିନ୍ନ ଦିଗରୁ ବିଚାରବିମର୍ଶ କରିବା ପାଇଁ ଏକ କମିଟି ଗଠନ କରିବ ଦଳ । ନିର୍ବାଚନ ମଣ୍ଡଳୀରେ ସେ ନେତାଙ୍କର ପ୍ରଭାବ, ତାଙ୍କୁ ଦଳରେ ସାମିଲ କଲେ ପ୍ରଭାବ ବାବଦରେ ଆକଳନ କରିବ କମିଟି । ଯେଉଁ ସିଟ ବିଜେପିର ଜିତିବା ସମ୍ଭାବନା କମ, ସେଠାରେ ଅନ୍ୟ ଦଳର ନେତାଙ୍କୁ ଦଳକୁ ପ୍ରାର୍ଥୀ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ସେହିପରି ଗତ ସାଧାରଣ ନିର୍ବାଚନରେ ବିଜେପି ଯେଉଁ ଆସନରେ ହାରିଥିଲା ତା ଉପରେ ଫୋକସ କରିବାକୁ କମିଟିକୁ କୁହାଯାଇଛି । କେଉଁ ଆସନରେ ହାରିବା ଓ ଜିତିବା ସମ୍ଭାବନା କେତେ ତାକୁ ଜାଣିବା ପାଇଁ ପ୍ରତ୍ୟେକ ରାଜ୍ୟରେ ଏହି ପ୍ରଣାଳୀ ଆପଣାଇବ ଦଳ । ଓଡିଶାରେ ମଧ୍ୟ ସମାନ ଟ୍ରିକ ଅପଣାଇବାକୁ ଯାଉଛି ଦଳ ।


ଏହା ମଧ୍ୟ ପଢନ୍ତୁ-ଅର୍ପଣ ରଥ ପାଇଁ ଆସୁଥିବା 5 ଲକ୍ଷ ଟଙ୍କାର ହିସାବ ମାଗିଲା ବିଜେପି


ବିଜେପିର ବରିଷ୍ଠ ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି , ''ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଚାଲିଛି । ସରକାରଙ୍କ ସଫଳତା ଆଜି ଶିର୍ଷରେ ପହଞ୍ଚିଛି । 2047 ମସିହା ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ କରିବା ଲାଗି ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହେଉଛି । ଅତୀତରେ ଆମେ ଯେଉଁ ସିଟରେ ଦ୍ଵିତୀୟ ସ୍ଥାନରେ ଥିଲୁ, ସେଠାରେ ସୁନିଶ୍ଚିତ ବିଜୟ ପ୍ରାପ୍ତି ପାଇଁ କାହାକୁ ଟିକେଟ ଦେଲେ ସଫଳ ହେବୁ ସେଥିପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ ହୋଇସାରିଛି । ବିଜୟର ଅଧିକ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଚୟନ କରି ନିର୍ବାଚନରେ ଓହ୍ଲାଯିବ । ବିଜେପି ନେତୃତ୍ୱରେ ତୃତୀୟ ଥର ସରକାର କରିବା ପାଇଁ ଆମେ ଆଶାବାଦୀ ଅଛୁ । ନିର୍ବାଚନରେ ଦଳ ନିଶ୍ଚୟ ଜସ୍ବସୀ ଲାଭ କରିବ ।



ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 13, 2024, 8:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.