ETV Bharat / sports

ରାଜେଶଙ୍କ କମାଲ୍‌, ହାସଲ କଲେ ୧୦୦ତମ ପ୍ରଥମ ଶ୍ରେଣୀ ୱିକେଟ୍‌

author img

By ETV Bharat Odisha Team

Published : Feb 3, 2024, 3:58 PM IST

Rajesh Mohanty 100 first class wicket: ପୁଡୁଚେରୀ ବିପକ୍ଷରେ ଓଡ଼ିଶା ଖେଳୁଛି ରଣଜୀ ଟ୍ରଫି ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଓଡ଼ିଶା ବୋଲର ରାଜେଶ ମହାନ୍ତି ଏକ ବଡ଼ ରେକର୍ଡ ହାସଲ କରିଛନ୍ତି । ସେ ୧୦୦ ତମ ପ୍ରଥମ ଶ୍ରେଣୀ ୱିକେଟ୍‌ ଅକ୍ତିଆର କରି ଏହି ରେକର୍ଡ କରିଛନ୍ତି । ଅଧିକ ପଢ଼ନ୍ତୁ

ରାଜେଶଙ୍କ ୧୦୦ତମ ପ୍ରଥମ ଶ୍ରେଣୀ ୱିକେଟ୍‌
ରାଜେଶଙ୍କ ୧୦୦ତମ ପ୍ରଥମ ଶ୍ରେଣୀ ୱିକେଟ୍‌

କଟକ: ରଣଜୀରେ ଚମକିଲେ ଓଡ଼ିଆ ବୋଲର ରାଜେଶ ମହାନ୍ତି । ବାରବାଟୀରେ ଖେଳାଯାଉଥିବା ପୁଡୁଚେରୀ ବିପକ୍ଷ ମ୍ୟାଚ୍‌ରେ ହାସଲ କଲେ ୧୦୦ ତମ ପ୍ରଥମ ଶ୍ରେଣୀ ୱିକେଟ୍‌ । ଓଡ଼ିଶାର ପ୍ରଥମ ପାଳି ୩୨୨ ରନରେ ଶେଷ ହୋଇଥିବାବେଳେ ପ୍ରଥମ ପାଳି ବ୍ୟାଟିଂ କରୁଛି ପୁଡୁଚେରୀ । ଏହି ସମୟରେ ଭ୍ରମଣକାରୀ ଦଳର ଭେଟେରାନ ବ୍ୟାଟର ପରସ ଡୋଗ୍ରାଙ୍କୁ କ୍ଲିନ୍‌ ବୋଲ୍ଡ କରି ନିଜ କ୍ୟାରିୟରର ୧୦୦ ତମ ପ୍ରଥମ ଶ୍ରେଣୀ ୱିକେଟ୍‌ ଅକ୍ତିଆର କରିବାର ରେକର୍ଡ କରିଛନ୍ତି ରାଜେଶ ।

୨ୟ ଦିନରେ ଜାରି ରହିଛି ଓଡ଼ିଶା ଓ ପୁଡୁଚେରୀ ମଧ୍ୟରେ ରଣଜୀ ଫାଇଟ୍‌ । ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଗୋବିନ୍ଦ ପୋଦାରଙ୍କ ୮୦ ଓ ବୀପ୍ଳବ ସାମନ୍ତରାୟଙ୍କ ୮୨ ରନର ଗୁରୁତ୍ବପୂର୍ଣ୍ଣ ପାଳି ବଳରେ ପ୍ରଥମ ଇନିଂସ୍‌ରେ ୩୨୨ ରନ ସଂଗ୍ରହ କରିଛି । ଜବାବରେ ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରିଛି ପୁଡୁଚେରୀ । ହେଲେ ଆରମ୍ଭରୁ ଭ୍ରମଣକାରୀ ଦଳକୁ ସଙ୍କଟରେ ପକାଇଛନ୍ତି ଓଡ଼ିଆ ବୋଲର । ଯୁବ ସ୍ପିଡ୍‌ଷ୍ଟାର ରାଜେଶ ମହାନ୍ତି ବିପକ୍ଷ ଦଳର ଓପନର ଆକାଶ କଡଗବେ ଓ ଭେଟେରାନ ବ୍ୟାଟର ପରସ ଡୋଗ୍ରାଙ୍କୁ କ୍ଲିନ୍‌ ବୋଲ୍ଡ କରି ପାଭିଲିୟନ ଫେରାଇଛନ୍ତି । ଏହା ସହିତ ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି ରାଜେଶ ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀରେ ଓଡ଼ିଶାର ପ୍ରଥମ ବିଜୟ, ହିମାଚଳକୁ ହରାଇ ହାତେଇଲା 6 ପଏଣ୍ଟ

ପ୍ରଥମ ଶ୍ରେଣୀ କ୍ରିକେଟରେ ୨୩ ବର୍ଷୀୟ ରାଜେଶ ମହାନ୍ତି ୧୦୦ ୱିକେଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଜାରି ରହିଥିବା ପୁଡୁଚେରୀ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଓଡ଼ିଶା ଏହି ରଣଜୀ ସିଜିନ୍‌ରେ ୪ଟି ମ୍ୟାଚ୍‌ ଖେଳିଛି । ଏଥିରୁ ଦୁଇଟି ମ୍ୟାଚ୍‌ ଦଳ ହାରିଥିବାବେଳେ ଗୋଟିଏ ମ୍ୟାଚ୍‌ ଡ୍ର ହୋଇଥିଲା । ତେବେ ଶେଷ ମ୍ୟାଚ୍‌ରେ ହିମାଚଳ ପ୍ରଦେଶ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା ଟିମ୍‌ ଓଡ଼ିଶା । ଦଳକୁ ଏହି ମ୍ୟାଚ୍‌ ଜିତାଇବାରେ ଯୁବ ପେସର ରାଜେଶ ମହାନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏକାକୀ ୫ ୱିକେଟ୍‌ ସଫଳତା ହାସଲ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ ରାଜେଶ । ଏହାପରେ ପୁଡୁଚେରୀ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ରାଜେଶ ଆରମ୍ଭରୁ ଆକ୍ରମଣାତ୍ମକ ବୋଲିଂ କରି ୱିକେଟ୍‌ ହାତେଇବା ଓ ୧୦୦ ପ୍ରଥମ ଶ୍ରେଣୀ ୱିକେଟ୍‌ ଅକ୍ତିଆର କରିବାର ରେକର୍ଡ ତାଙ୍କ ମନୋବଳକୁ ଆହୁରି ସୁଦୃଢ଼ କରିବ । ଯାହା ଓଡ଼ିଶା ଦଳ ପାଇଁ ସହାୟକ ହେବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀ ରଣଜୀ ଫାଇଟ: ଓଡିଶାକୁ ବିପର୍ଯ୍ୟୟରୁ ମୁକୁଳାଇଲେ ଗୋବିନ୍ଦ-ବୀପ୍ଳବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.