ETV Bharat / sports

ବାରବାଟୀ ରଣଜୀ ଫାଇଟ: ଓଡିଶାକୁ ବିପର୍ଯ୍ୟୟରୁ ମୁକୁଳାଇଲେ ଗୋବିନ୍ଦ-ବୀପ୍ଳବ

author img

By ETV Bharat Odisha Team

Published : Feb 2, 2024, 9:07 PM IST

Odisha vs Puducherry Day 1 Stumps: ବାରବାଟୀରେ ଶୁକ୍ରବାର ଆରମ୍ଭ ହୋଇଥିବା ପୁଡୁଚେରୀ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶାକୁ ବିପର୍ଯ୍ୟୟରୁ ମୁକୁଳାଇଲେ ଗୋବିନ୍ଦ-ବୀପ୍ଳବ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୨୩୦ ରନ କରିଛି ଓଡ଼ିଶା । ଅଧିକ ପଢ଼ନ୍ତୁ

ବାରବାଟୀ ରଣଜୀ ଫାଇଟ
ବାରବାଟୀ ରଣଜୀ ଫାଇଟ

କଟକ: ଜାରି ରହିଥିବା ରଣଜୀ ଟ୍ରଫି ୨୦୨୪ରେ ଓଡ଼ିଶା ଏହାର ୫ମ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳୁଛି । ପ୍ରଥମ ୪ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହିତ ୯ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଗ୍ରୁପ୍‌ ଡି'ର ୫ମ ସ୍ଥାନରେ ରହିଛି ଓଡ଼ିଶା । ଏହି ଗ୍ରୁପ୍‌ରେ ୩ୟରେ ଥିବା ପୁଡୁଚେରୀ ବିପକ୍ଷରେ ବାରବାଟୀରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଓଡ଼ିଶା ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୨୩୦ ରନ ପାଇଁ ୪ ୱିକେଟ ହରାଇଛି । ଗୋବିନ୍ଦ ପୋଦାର ୧୨୯ ବଲରୁ ୯ ଚୌକା ବଳରେ ଧୈର୍ଯ୍ୟପୂର୍ଣ୍ଣ ୮୦ ରନ କରିଛନ୍ତି ।

କଟକର ବାରବାଟୀ କ୍ରିକେଟ ଷ୍ଟାଡିୟମରେ ୫ମ ମ୍ୟାଚ୍‌ରେ ପୁଡୁଚେରୀକୁ ଭେଟିଛି ଟିମ୍‌ ଓଡ଼ିଶା । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ପୁଡୁଚେରୀ ଅଧିନାୟକ ଅରୁଣ କାର୍ତ୍ତିକ । ଜବାବରେ ଓଡ଼ିଶା ଏତେ ଭଲ ଆରମ୍ଭ କରିପାରିନଥିଲା । ଓପନର ଅନୁରାଗ ଷଡ଼ଙ୍ଗୀ କେବଳ ୮ ରନ କରି ଆଉଟ୍‌ ହୋଇଥିଲେ । ହେଲେ ଅଧିନାୟକ ଶାନ୍ତନୁ ମିଶ୍ର ଓ ସନ୍ଦୀପ ପଟ୍ଟନାୟକ ଦଳକୁ ସଙ୍କଟରୁ ଉଦ୍ଧାର କରି ବଡ଼ ପାଳି ଖେଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଉଭୟ ବ୍ୟକ୍ତିଗତ ୪୦ ଓ ୪୪ ରନ କରି ଆଉଟ ହୋଇଯାଇଥିଲେ । ଶୁଭ୍ରାଂଶୁ ସେନାପତି ମଧ୍ୟ କେବଳ ୮ ରନ କରି ଗୌରବ ଯାଦବଙ୍କ ଶିକାର ପାଲଟି ଶୀଘ୍ର ପାଭିଲିୟନ ଫେରିଯାଇଥିଲେ । ଏହାପରେ ଦଳର ଦୁଇ ଅଭିଜ୍ଞ କ୍ରିକେଟର ଗୋବିନ୍ଦ ପୋଦାର ଓ ବୀପ୍ଳବ ସାମନ୍ତରାୟ ଯଥାକ୍ରମେ ୮୦ ଓ ୪୧ ରନର ଦୃଢ଼ ଭାଗିଦାରୀ କରି ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଟ୍ରଫି; ବାରବାଟୀରେ ମହାସମର ପୂର୍ବରୁ ଓଡିଶା ଜୋରଦାର ଅଭ୍ୟାସ

ଦଳ ଯେତେବେଳେ ୧୧୨ ରନରେ ୪ ୱିକେଟ୍‌ ହରାଇଥିଲା, ସେତେବେଳ ଏହି ଦୁଇ ତାରକା ଗ୍ରାଉଣ୍ଡରେ ନିଜର ଦକ୍ଷ ଖେଳ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ଏକ ମଜଭୁତ ସ୍ଥିତିରେ ପହଞ୍ଚିଛି । ସେପଟେ ପୁଡୁଚେରୀ ପକ୍ଷରୁ ଗୌରବ ଯାଦବ ସର୍ବାଧିକ ୨ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଆର୍‌ ଯାଦବ ଓ ସୌରଭ ଯାଦବ ଗୋଟିଏ ଲେଖାଏଁ ସଫଳତା ହାତେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଟ୍ରଫି 2024: ‘ପ୍ରଥମ ବିଜୟ ପରେ ଓଡ଼ିଶାର ମନୋବଳ ବଢିଛି’

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.