ETV Bharat / sports

ରଣଜୀ ଟ୍ରଫି 2024: ‘ପ୍ରଥମ ବିଜୟ ପରେ ଓଡ଼ିଶାର ମନୋବଳ ବଢିଛି’

author img

By ETV Bharat Odisha Team

Published : Jan 30, 2024, 8:39 PM IST

Ranji Trophy 2024: ଜାରି ରହିଥିବା ରଣଜୀ ଟ୍ରଫି 2024 ସିଜିନରେ ପ୍ରଥମ 3ଟି ମ୍ୟାଚ୍‌ରୁ ଦୁଇଟି ହାରିଥିବାବେଳେ ଗୋଟିଏ ଡ୍ର ରଖିଥିଲା ଓଡ଼ିଶା । ହେଲେ 4ର୍ଥ ମ୍ୟାଚ୍‌ରେ ହିମାଚଳକୁ 238 ରନର ବଡ଼ ବ୍ୟବଧାନରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଦଳ । ଏହା ନିଶ୍ଚିତ ଭାବେ ଦଳର ମନୋବଳ ଦୃଢ଼ କରିଛି ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ । ଅଧିକ ପଢ଼ନ୍ତୁ

ରଣଜୀ ଟ୍ରଫି 2024
ରଣଜୀ ଟ୍ରଫି 2024

ରଣଜୀ ଟ୍ରଫି 2024

କଟକ: ରଣଜୀରେ ବଢ଼ିଲା ଓଡିଶାର ମନୋବଳ । ହିମାଚଳ ବିପକ୍ଷରେ ବଡ଼ ବିଜୟ ପରେ ପଏଣ୍ଟ ଟେବୁଲରେ ଆସିଲା ଉନ୍ନତି । ବ୍ୟାକ୍‌ ଫୁଟ୍‌ରୁ ଫ୍ରଣ୍ଟ ଫୁଟ୍‌ ମୁହାଁ ହୋଇଛି ଓଡିଶା । ଚଳିତ ରଣଜୀ ସିଜିନରେ ପ୍ରଥମ ବିଜୟ ହାସଲ ପରେ ବର୍ତ୍ତମାନ ବାରବାଟୀରେ ପଣ୍ଡିଚେରୀକୁ ଭେଟିବ ଟିମ ଓଡିଶା । ଟିମର ଯଦି ସମୀକରଣ ଦେଖାଯାଏ, ତେବେ ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତିଙ୍କ ବ୍ୟାଟିଂ ଚଳିତ ରଣଜୀ ସିଜିନରେ ବେଶ ପ୍ରଭାବୀ ରହିଛି । ସେହିପରି ବୋଲିଂରେ ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅଲରାଉଣ୍ଡର ବୀପ୍ଳବ ସାମନ୍ତରାୟ ମଧ୍ୟ ଦମଦାର ପ୍ରଦର୍ଶନ କରୁଛନ୍ତି ।

ଆସନ୍ତା ଫେବୃଆରୀ 2 ତାରିଖରେ ବାରବାଟୀରେ ପଣ୍ଡିଚେରୀକୁ ଭେଟିବ ଓଡିଶା । ଏହା ପୂର୍ବରୁ ହିମାଚଳ ବିପକ୍ଷ ବିଜୟ ଦଳର ମନୋବଳ ମଜଭୁତ ହୋଇଛି । ଏହା ସହିତ ଆଗାମୀ 3 ମ୍ୟାଚରେ ବିଜୟ ହାସଲ କରିବା ପାଇଁ ଟିମ୍‌ ଓଡ଼ିଶା ଆରମ୍ଭ କରି ସାରିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି । ତେବେ ଏହି ମାଇଣ୍ଡ ସେଟ୍‌ରେ ବିଜୟ ହାସଲ କଲେ ଦଳ କ୍ୱାଲିଫାଇ କରିବାର ଯଥେଷ୍ଟ ସମ୍ଭବନା ରହିଛି ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ । ରଣଜୀ ସିଜିନରେ ଓଡ଼ିଶା ଏହାର 4ର୍ଥ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଥିଲା । ହିମାଚଳ ପ୍ରଦେଶକୁ 238 ରନରେ ହରାଇ ଟ୍ରାକ୍‌କୁ ଫେରିଥିଲା ଓଡିଶା । ରାଜେଶ ମହାନ୍ତିଙ୍କ ବ୍ୟକ୍ତିଗତ 5 ୱିକେଟ ଓ ସନ୍ଦୀପ ପଟ୍ଟନାୟକଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ବଳରେ ଓଡିଶା ଏହି ରଣଜୀ ସିଜିନରେ ପ୍ରଥମ ବିଜୟ ହାସଲ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀରେ ଓଡ଼ିଶାର ପ୍ରଥମ ବିଜୟ, ହିମାଚଳକୁ ହରାଇ ହାତେଇଲା 6 ପଏଣ୍ଟ

ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମୁକାବିଲାରେ ଓଡିଶା ପ୍ରଥମ ପାଳିରେ 138 ରନ କରିଥିଲା । ଦଳ ପକ୍ଷରୁ ନବାଗତ ଆଶୀର୍ବାଦ ସ୍ୱାଇଁ ସର୍ବାଧିକ ବ୍ୟକ୍ତିଗତ 37 ରନ କରିଥିଲେ । ଜବାବରେ ଭ୍ରମଣକାରୀ ଦଳ ହିମାଚଳ ପ୍ରଦେଶ 176 ରନ କରିବା ପାଇଁ ସକ୍ଷମ ହୋଇଥିଲା । ଏହା ସହିତ ଓଡ଼ିଶାକୁ 38 ରନ ଲିଡ୍‌ ଦେଇଥିଲା । ଏହି ପାଳିରେ ଓଡିଶା ପକ୍ଷରୁ ରାଜେଶ ମହାନ୍ତି ,ବୀପ୍ଳବ ସାମନ୍ତରାୟ 3ଟି ଲେଖାଏଁ ୱିକେଟ୍‌ ନେଇ ବିପକ୍ଷ ଦଳକୁ ବଡ଼ ସ୍କୋର କରିବାରେ ବ୍ରେକ୍‌ ଲଗାଇଥିଲେ । ଜବାବରେ ଅଗ୍ରଣୀ ରନକୁ ଟ୍ରାଏଲ କରି ଓଡିଶା ତାର ଦ୍ବିତୀୟ ପାଳିରେ 8 ୱିକେଟ୍‌ ହରାଇ ବିଶାଳ 425 ରନ କରି ପାଳି ଘୋଷଣା କରିଥିଲା । ଦଳ ପକ୍ଷରୁ ସନ୍ଦୀପ ପଟ୍ଟନାୟକ ବ୍ୟକ୍ତିଗତ 150 ରନର ବିଶାଳ ପାଳି ଖେଳିଥିଲେ । ତେବେ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 149 ରନରେ ଅଲ୍‌ ଆଉଟ୍‌ ହୋଇଥିଲା ହିମାଚଳ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.