ETV Bharat / sports

ଧର୍ମଶାଳା ଟେଷ୍ଟ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ, ଭାରତ ପକ୍ଷରୁ ଦେବଦତ୍ତଙ୍କ ଡେବ୍ୟୁ

author img

By ETV Bharat Odisha Team

Published : Mar 7, 2024, 9:34 AM IST

Updated : Mar 7, 2024, 12:03 PM IST

India vs England 5th Test Match: ଧର୍ମଶାଳାରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ । ଟସ ଜିତି ଇଂଲଣ୍ଡର ବ୍ୟାଟିଂ । ଅଧିକ ପଢନ୍ତୁ

ଧର୍ମଶାଳାରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚ
IND vs ENG

ଧର୍ମଶାଳା: ଆଜି ଇଂଲଣ୍ଡ ବିପକ୍ଷରେ ଶେଷ ତଥା ପଞ୍ଚମ ଟେଷ୍ଟ ମ୍ୟାଚ ଖେଳୁଛି ଭାରତ । 3-1ରେ ସିରିଜ ବିଜୟୀ ହୋଇ ସାରିଥିବା ଟିମ୍ ଇଣ୍ଡିଆ , ପଞ୍ଚମ ତଥା ଶେଷ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି । ଟସ ଜିତି ଭ୍ରମଣକାରୀ ଦଳର ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଫିଲ୍ଡିଂ କରୁଛି ମେନ ଇନ ବ୍ଲୁ । ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ଦେବଦତ୍ତ ପାଦିକ୍କାଲଙ୍କ ଡେବ୍ୟୁ କରୁଛନ୍ତି। ଶେଷ ମ୍ୟାଚରେ ସମ୍ମାନ ବଞ୍ଚାଇବାକୁ ଆଜି ଜୋରଦାର ଲଢିବ ଇଂଲଣ୍ଡ ।

ଏହା ମଧ୍ୟ ପଢନ୍ତୁ-ଖେଲୋ ଇଣ୍ଡିଆ ଖେଳାଳିଙ୍କ ପାଇଁ ମୋଦି ସରକାରଙ୍କ ଉପହାର, ଏଣିକି ବିଜେତାଙ୍କୁ ମିଳିବ ସରକାରୀ ଚାକିରି

ଇଂଲଣ୍ଡ ବିପକ୍ଷ 5 ଟିକିଆ ଟେଷ୍ଟ ସିରିଜରେ ଦୃଢ ସ୍ଥିତିରେ ରହିଛି ଭାରତ । ଲଗାତର 3ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଆଜିର ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ମଧ୍ୟ ଦୃଢ ରହିଛି । ଦଳର ବ୍ୟାଟିଂ ଭାର ଯୁବ ଖେଳାଳିଙ୍କ ଉପରେ ରହିଛି । ଜୈଶ୍ବାଲ ଓ ଧ୍ରୂବ ଜୁରେଲଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଆଶା କରାଯାଉଛି । ଚଳିତ ସିରିଜରେ ଜୈଶ୍ବାଲଙ୍କ ପ୍ରଦର୍ଶନ ଦମଦାର ରହିଥିବା ବେଳେ ଧ୍ରୂବ ମଧ୍ୟ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରି ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଶୁବମନ ଗିଲ, ରୋହିତ ଶର୍ମା ଓ ଶର୍ଫରାଜ ଖାନ ମଧ୍ୟ ଶେଷ ମ୍ୟାଚରେ ଭଲ ଖେଳିବାକୁ ଆଶା ରଖିଛି ଦଳ । ସେହିପରି ବୋଲିଂ ବିଭାଗରେ ରହିଛନ୍ତି ଆର ଅଶ୍ବିନୀ, କୁଳଦୀପ ଯାଦବ, ମହମ୍ମଦ ସିରାଜ ଏ ଯଶପ୍ରୀତ ବୁମରା ।

100 ତମ ଟେଷ୍ଟ ଖେଳୁଛନ୍ତି ଅଶ୍ୱିନୀ: ଆର ଅଶ୍ବିନୀ ଆଜି 100 ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ସେ 14ତମ ଭାରତୀୟ ଖେଳାଳି ଭାବେ ଆଜି 100ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ପୂର୍ବରୁ ଇଶାନ୍ତ ଶର୍ମା, ଅନିଲ କୁମ୍ବଲେ, କପିଳ ଦେବ, ହରଭଜନ ସିଂ ଏହି ଉପଲବ୍ଧି ହାସଲ କରିଥିଲେ । 99ଟି ଟେଷ୍ଟ ମ୍ୟାଚରୁ ଅଶ୍ୱିନୀ 507ଟି ଓ୍ବିକେଟ ହାସଲ କରିଛନ୍ତି । ସେହିପରି 500 ଓ୍ବିକେଟ ପୂରଣ କରିଥିବା ସେ ଭାରତୀୟ ଦଳର ଦ୍ବିତୀୟ ବୋଲର ।

ଭାରତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଯଶସ୍ବୀ ଜୈଶ୍ବାଲ, ଶୁବମନ ଗିଲ, ଶର୍ଫରାଜ ଖାନ, ରବୀନ୍ଦ୍ର ଜାଡେଜା, ଧ୍ରୂବ ଜୁରେଲ (ଓ୍ବିକେଟ କିପର), ରବିଚନ୍ଦ୍ର ଅଶ୍ବୀନ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମମ୍ମଦ ସିରାଜ ।

Last Updated : Mar 7, 2024, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.