ETV Bharat / sports

ପ୍ରଥମେ ଡେଙ୍ଗୁରା ପିଟିଲେ,ଏବେ କ୍ଷମା ମାଗିଲେ ଡିଭିଲିୟର୍ସ

author img

By ETV Bharat Odisha Team

Published : Feb 9, 2024, 5:07 PM IST

Updated : Feb 9, 2024, 5:46 PM IST

Ab De Villiers On Virat Kohli Privacy: ସାଉଥ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ଗତ କିଛି ଦିନ ତଳେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଏକ ବିବୃତ୍ତି ଦେଇଥିଲେ । ବିରାଟ ଦ୍ବିତୀୟ ଥର ପାଇଁ ବାପା ହେବାକୁ ଯାଉଥିବା ନେଇ ଖୁଲାସା କରିଥିଲେ । ବର୍ତ୍ତମାନ ସେ ତାଙ୍କର ଏହି ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି ।

ପ୍ରଥମେ ଡେଙ୍ଗୁରା ପିଟିଲେ, ଆଉ ଏବେ କ୍ଷମା ମାଗିଲେ ଡିଭିଲୟର୍ସ
ପ୍ରଥମେ ଡେଙ୍ଗୁରା ପିଟିଲେ, ଆଉ ଏବେ କ୍ଷମା ମାଗିଲେ ଡିଭିଲୟର୍ସ

ହାଇଦ୍ରାବାଦ: ବିରାଟଙ୍କ ଘରକୁ ଆସୁଛନ୍ତି କୁନି ଅତିଥୀ । ଖୁବ ଶିଘ୍ର ସେ ଦ୍ବିତୀୟ ଥର ବାପା ହେବାକୁ ଯାଉଥିବା ନେଇ ଡେଙ୍ଗୁରା ପିଟିଥିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ । ହେଲେ ଏବେ ନିଜ କଥାରୁ ଓହରି ଯାଇଛନ୍ତି ସେ । ଏଥିପାଇଁ ସେ କ୍ଷମା ମାଗିବା ସହ ଏକ ବଡ ଭୁଲ କରିଥିବା କହିଛନ୍ତି ।

ଡିଭିଲିୟର୍ସ ଏକ ବିବୃତ୍ତି ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି । ଡିଭିଲିୟର୍ସ ତାଙ୍କ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ସେ ବିରାଟ କୋହଲିଙ୍କ ବିଷୟରେ ଦେଇଥିବା ଖବର ଭୁଲ ଥିଲା ଏବଂ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି । ଡିଭିଲିୟର୍ସ କହିଛନ୍ତି, 'ଫ୍ୟାମିିଲି ଏମରଜେନ୍ସି ଯୋଗୁଁ ବିରାଟ କୋହଲି କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି । ଯେପରି ମୁଁ ମୋର ୟୁଟ୍ୟୁବ ଶୋ'ରେ କହିଥିଲି ବିରାଟ ଦ୍ବିତୀୟ ସନ୍ତାନର ବାପା ହେବାକୁ ଯାଉଛନ୍ତି । ମୁଁ ସେହି ମୁହୂର୍ତ୍ତରେ ଏକ ବଡ ଭୁଲ କରିଥିଲି ଏବଂ ଭୁଲ ତଥ୍ୟ ଦେଇଥିଲି, ଯାହା ଆଦୌ ସତ୍ୟ ନୁହେଁ । ଏହି ସମୟରେ ବିରାଟ କେଉଁଠାରେ ଅଛନ୍ତି ତାହା କେହି ଜାଣନ୍ତି ନାହିଁ । ବିରାଟ ବ୍ରେକ ନେବାର କାରଣ ଯାହା ହେଉନା କାହିଁକି ସେ ଦୃଢ ଭାବରେ ଦଳକୁ ଫେରିବେ ବୋଲି ଆଶା କରୁଛି ।'

ସୂଚନା ଥାଉ କି, ବିରାଟ କୋହଲି ଯେତେବେଳେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟରୁ ଓହରିଗଲେ, ସେତେବେଳେ ବିଭିନ୍ନ ଗୁଜବ ପ୍ରକାଶ ପାଇଲା । ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଥିଲେ କୋହଲି । କୋହଲିଙ୍କ ଗୋପନୀୟତାକୁ ସମ୍ମାନ ଦେଇ ତାଙ୍କ ଛୁଟି ବିଷୟରେ କୌଣସି ଗୁଜବ ସୃଷ୍ଟି ନକରିବାକୁ ପ୍ରଶଂସକଙ୍କୁ ଅନୁରୋଧ ବି କରିଥିଲା ବିସିସିଆଇ ।

ହେଲେ ଡିଭିଲିୟର୍ସ କୋହଲିଙ୍କ ଛୁଟିର ଖୁଲାସା କରି ସେ ଦ୍ବିତୀୟ ଥର ବାପା ହେବାକୁ ଯାଉଥିବା ସ୍ପଷ୍ଟ କରିଥିଲେ । ସେ ଏହି ସମୟରେ ପରିବାରକୁ ସମୟ ଦେଉଛନ୍ତି ବୋଲି କହିଥିଲେ । ଏହା ପରେ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ସହ ଏହି କଥା ଭଲ ଲାଗିନଥିଲା ଏବଂ ସେମାନେ କୋହଲିଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ଡିଭିଲିୟର୍ସ ନିଜର ବିବୃତ୍ତି ବଦଳାଇ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କୋହଲି କାହିଁକି ଛୁଟିରେ ? ମନା କରିଥିଲା ବିସିସିଆଇ, ସବୁ କହିଦେଲେ ଡିଭିଲିୟର୍ସ

ତେବେ ୫ଟି ମ୍ୟାଚ ମଧ୍ୟରୁ ଆହୁରି ୩ଟି ମ୍ୟାଚ ଏବେ ବାକି ରହିଛି । ପରବର୍ତ୍ତୀ ମ୍ୟାଚ୍ ପାଇଁ ଚୟନକର୍ତ୍ତାମାନେ କେବେ ଦଳ ଘୋଷଣା କରିବେ ତାହା ଦେଖିବାକୁ ବାକି ରହିଛି । ଏଥିସହ ବିସିସିଆଇ ଆଗାମୀ ଦିନରେ କୋହଲିଙ୍କ ବିଷୟରେ ଜଡିତ ସଠିକ ସୂଚନା ଦେବ କି ନାହିଁ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ହୋଇଛି ।

Last Updated : Feb 9, 2024, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.