ETV Bharat / politics

କୋରାପୁଟ ଲୋକସଭା ଆସନ; ବିଜେପିରୁ କାଳିରାମ, କଂଗ୍ରେସରୁ କିଏ ? - Koraput Lok Sabha Constituency

author img

By ETV Bharat Odisha Team

Published : Mar 26, 2024, 10:27 AM IST

Koraput Lok Sabha Constituency: କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ କାଳିରାମ ମାଝୀଙ୍କୁ ବିଜେପି ଟିକେଟ ଦେବା ପରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ସେନେଇ ଚର୍ଚ୍ଚା । ଅଧିକ ପଢ଼ନ୍ତୁ

କଂଗ୍ରେସ
କଂଗ୍ରେସ

କଂଗ୍ରେସ

କୋରାପୁଟ: ନିର୍ବାଚନୀ ବିଗୁଲ ବାଜିବାର କିଛିଦିନ ପରେ କୋରାପୁଟରେ ରାଜନୈତିକ ହଲଚଲ ଦେଖାଯାଇଛି । ରବିବାର ବିଜେପି ପକ୍ଷରୁ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି l ଏହି ପ୍ରାର୍ଥୀ ତାଲିକାରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ କାଳିରାମ ମାଝୀଙ୍କୁ ଟିକେଟ ଦେଇଛି ବିଜେପି । କାଳିରାମଙ୍କୁ କୋରାପୁଟ ପାଇଁ ପ୍ରାର୍ଥୀ ଭାବେ ଚୟନ କରାଯିବା ପରେ ସୋମବାର କୋରାପୁଟ ସ୍ଥିତ ଏକ ହୋଟେଲରେ ତାଙ୍କୁ ଦଳୀୟ କର୍ମୀମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି । ସେପଟେ କଂଗ୍ରେସର ଦୁଇ ଜଣ ପୁରୁଖା ନେତା ପୃଥକ ପୃଥକ ଭାବେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରତିଶ୍ରୁତିର ତାଲିକା ଉପସ୍ଥାପନା କରିଛନ୍ତି ।

ପୂର୍ବରୁ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ କାଳିରାମ ମାଝୀ ଏକ ସକ୍ରିୟ କର୍ମୀ ଭାବେ ଯୋଗ ଦେଇ ଦଳୀୟ କାର୍ଯ୍ୟକ୍ରମକୁ ଆଗେଇ ନେଉଥିଲେ । ଦଳ ତାଙ୍କ ଉପରେ ଭରଷା କରି କୋରାପୁଟ ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ଦଳ ତାଙ୍କ ଉପରେ ଯେଉଁ ଭରଷା କରି କରିଛି ସେ ସେହି ବିଶ୍ୱାସ ରଖିବେ । ଏହାସହ ଆଗାମୀ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ଜନ ହିତାଧିକାରୀ ଯୋଜନାକୁ ଆଧାର କରି ଭୋଟରଙ୍କ ପାଖରେ ପହଞ୍ଚିବେ ବୋଲି କହିଛନ୍ତି କାଳିରାମ । ରାୟଗଡା ଜିଲ୍ଲାରେ ଦୁଇ ଥର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ସଫଳ ହୋଇପାରିନଥିଲେ ହେଁ ଚଳିତ ଥର ବିଜେପିର ସାଂସଦ ପ୍ରାର୍ଥୀ ଭାବେ ନରେନ୍ଦ୍ର ମୋଦିଙ୍କୁ ସାରଥୀ କରି ବିଜୟୀ ହୋଇପାରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କାହାର ହେବ କଳାହାଣ୍ଡି ଲୋକସଭା ଆସନ ? ବିଜେପିରୁ ମାଳବିକା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର - Kalahandi Lok Sabha Constituency

ସେପଟେ କଂଗ୍ରେସ ଦଳର ଦୁଇ ପୁରୁଖା ନେତା କୃଷ୍ଣ ସଗରିଆ ଓ କୃଷ୍ଣ କୂଳଦୀପ କଂଗ୍ରେସର ଗୋଟିଏ ବାର୍ତ୍ତାକୁ ଗୋଟିଏ ଦିନରେ ଦୁଇଟି ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଯାହା ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହେବା ପୂର୍ବରୁ କଂଗ୍ରେସ ଦଳ ମଧ୍ୟରେ ଥିବା ଅନ୍ତର୍ଦ୍ୱନ୍ଦ ପଦାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି । ତେବେ ଦଳ ମଧ୍ୟରେ ଅନ୍ତର୍ଦ୍ୱନ୍ଦ କଥାକୁ କୃଷ୍ଣ ସଗରିଆ ଅସ୍ବୀକାର କରିଛନ୍ତି । ଗତ ଥରର କଂଗ୍ରେସ ବିଧାୟକ ପ୍ରାର୍ଥୀ କୃଷ୍ଣ କୂଳଦୀପ ପୃଥକ ଭାବେ ସାମ୍ବାଦିକ ସମ୍ମିଳନୀ କରିବା କୌଣସି ମତାନ୍ତର ନୁହେଁ ଏବଂ ଆସନ୍ତା ନିର୍ବାଚନରେ ସମସ୍ତେ ଏକଜୁଟ ଭାବେ ଲଢ଼ିବେ ବୋଲି ସଗରିଆ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.