ETV Bharat / politics

ଛତ୍ରପୁରରେ ବିଜେପି ଉପରେ ବର୍ଷି ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ମଧ୍ୟରେ ଫରକ ବୁଝାଇଲେ ପାଣ୍ଡିଆନ - Pandian Targets Opposition

author img

By ETV Bharat Odisha Team

Published : May 2, 2024, 6:56 AM IST

VK Pandian Targets Opposition In Chhatarpur: ଛତ୍ରପୁରରେ ଭିକେ ପାଣ୍ଡିଆନଙ୍କ ପ୍ରଚାର । ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପି ଉପରେ ବର୍ଷିଛନ୍ତି ପାଣ୍ଡିଆନ । ଅଧିକ ପଢ଼ନ୍ତୁ

ଛତ୍ରପୁରରେ ବିଜେପି ଉପରେ ବର୍ଷି ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ମଧ୍ୟରେ ଫରକ ବୁଝାଇଲେ ପାଣ୍ଡିଆନ
ଛତ୍ରପୁରରେ ବିଜେପି ଉପରେ ବର୍ଷି ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ମଧ୍ୟରେ ଫରକ ବୁଝାଇଲେ ପାଣ୍ଡିଆନ

ଛତ୍ରପୁରରେ ବିଜେପି ଉପରେ ବର୍ଷି ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ମଧ୍ୟରେ ଫରକ ବୁଝାଇଲେ ପାଣ୍ଡିଆନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଆୟୋଜିତ ବିଜୁ ଜନତା ଦଳର ନିର୍ବାଚନୀ ସଭାରେ ଷ୍ଟାର ପ୍ରଚାରକ ଭାବରେ ଯୋଗ ଦେଇ ବିରୋଧିଙ୍କ ଉପରେ ବର୍ଷିଲେ ବିଜେଡି ନେତା ଭି.କାର୍ତ୍ତିକେୟନ୍ ପାଣ୍ଡିୟାନ୍ । ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପାଣ୍ଡିୟାନ୍ ଦଳୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଲୋକସଭା ପ୍ରାର୍ଥୀ ଭୃଗୁବକ୍ସି ପାତ୍ରଙ୍କ ପାଇଁ ପ୍ରଚାର କରିବା ସହିତ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ପାଣ୍ଡିଆନ । ଏହାସହ ବିଜେପିର ଡବଲ ଇଞ୍ଜିନ ଏବଂ ନବୀନ ଇଞ୍ଜିନ ମଧ୍ୟରେ ରହିଥିବା ଫରକକୁ ନିର୍ବାଚନୀ ସଭାରେ ବୁଝାଇଛନ୍ତି ପାଣ୍ଡିଆନ ।

ଭି.କାର୍ତ୍ତିକେୟନ୍ ପାଣ୍ଡିୟାନ କହିଛନ୍ତି, "ଡବଲ ଇଞ୍ଜିନ ସରକାରରେ ଦୈନିକ ସର୍ବନିମ୍ନ ମଜୁରି ମାତ୍ର 320 ଟଙ୍କା ରହିଥିବା ବେଳେ ନବୀନ ଇଞ୍ଜିନରେ ଏହା 450 ଟଙ୍କା । ଡବଲ ଇଞ୍ଜିନ ସରକାର ମାସକୁ ମାତ୍ର ଭତ୍ତା 300 ଟଙ୍କା ହେଉଛନ୍ତି, କିନ୍ତୁ ନବୀନ ଇଞ୍ଜିନରେ ମିଳୁଛି 1000ଟଙ୍କା । ଥରେ ଡବଲ ଇଞ୍ଜିନ୍ କ୍ଷମତାକୁ ଆସିଲେ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବେ । ସରକାରୀ ଚାକିରୀଆଙ୍କୁ ଦରମା ଦେଇପାରିବେ ନାହିଁ । ଏପରିକି ହିମାଚଳରେ ଡବଲ ଇଞ୍ଜିନ ବନ୍ଦ ହେଇଗଲାଣି, ଛତିଶଗଡ଼ ଓ ରାଜସ୍ଥାନରେ ଏପଟ ସେପଟ ହେଉଛି, ଡବଲ ଇଞ୍ଜିନ ଯଦି ଏତେ ଷ୍ଟ୍ରଙ୍ଗ, ତେବେ ସ୍ଥିର ହୋଇ ରହି କାହିଁକି ରହି ପାରୁନି । ଆୟୁଷ୍ମାନ ଭାରତ ଯୋଜନା ସାରା ଦେଶ ପାଇଁ ୬୦୦୦ କୋଟି ରହିଥିବା ବେଳେ ଓଡ଼ିଶା ଭାଗରେ ମାତ୍ର ୩୦୦ କୋଟି ରହିଛି । କିନ୍ତୁ ରାଜ୍ୟରେ BSKYରେ ବର୍ଷକୁ ୫୦୦୦ କୋଟି ଟଙ୍କା ରହିଛି । ଡବଲ ଇଞ୍ଜିନ କେବଳ ନିର୍ବାଚନ ସମୟରେ ଶୁଣିବେ, ବାକି ସବୁ ସମୟରେ ନବୀନ ଇଞ୍ଜିନ ଆପଣଙ୍କ ଦୁଃଖ ସୁଖ ସବୁଥିରେ ସାମିଲ ହେବ । ତେଣୁ ନବୀନ ଇଞ୍ଜିନ ସ୍ଵଚ୍ଛତାର ଇଞ୍ଜିନ, ଲୋକଙ୍କ ପାଇଁ କାମ କରିବାର ଇଞ୍ଜିନ, ସେବାର ଇଞ୍ଜିନ ।

ଏହା ମଧ୍ୟ ପଢ଼ନ୍ତୁ...ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ରୋହିତ ଜୋସେଫ ତିର୍କୀ - Biramitrapur Assembly Constituency

ପାଣ୍ଡିଆନ ଏହା ମଧ୍ୟ କହିଛନ୍ତି, "ଗଞ୍ଜାମ ଜିଲ୍ଲାବାସୀ ବିଶେଷ କରି ଛତ୍ରପୁରବାସୀଙ୍କ ସ୍ନେହ ଶ୍ରଦ୍ଧା ମୁଁ କେବେ ଭୁଲି ପାରିବି ନାହିଁ । ଛତ୍ରପୁରବାସୀ ମୋତେ ପରିବାର ସଦସ୍ୟଙ୍କ ଭଳି ଦେଖନ୍ତି । ଏହି ମାଟିରେ ମୋ ଝିଅର ଜନ୍ମ ହୋଇଥିବା ବେଳେ ମା' ତାରାତାରିଣୀଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଥିଲା । ଠକମାନଙ୍କ ସ୍ଥାନ ଜେଲରେ । ଗଞ୍ଜାମବାସୀ କେବେ ଭୁଲ କରିବେ ନାହିଁ, ଠକମାନଙ୍କୁ ସଂସଦ ପଠାଇବେ ନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶରେ ହିସାବ ହେୁଛି ଛତ୍ରପୁରରେ ୪୨ କୋଟି ଟଙ୍କାର କାମ ଚାଲିଛି । ଏଠାକାର ସୁନ୍ଦରେଶ୍ୱର ମନ୍ଦିର, ମା' ରାମଚଣ୍ଡୀ ମନ୍ଦିର ଓ ବଟେଶ୍ୱର ମହାଦେବ ମନ୍ଦିର ପାଇଁ ୫.୨୦ କୋଟି ଟଙ୍କା, କଂସାରି ଗଣ୍ଡ ବନ୍ଧ ୧୫୦ କୋଟି , ଜଗନ୍ନାଥପୁର ଷ୍ଟେସନ ଓ ବ୍ରହ୍ମପୁର ମଧ୍ୟରେ ଆର୍.ଓ.ବି ପାଇଁ ୧୦୦ କୋଟି ଟଙ୍କା । ଛତ୍ରପୁରରେ ହକି ତାଲିମ କେନ୍ଦ୍ର ପାଇଁ ୧୨ କୋଟି, ବିଜୁ ପଟ୍ଟନାୟକ ସନ୍ତରଣ କେନ୍ଦ୍ର ପାଇଁ ୩.୫୦ କୋଟି ଟଙ୍କା, ଛତ୍ରପୁର ଓ ଗଞ୍ଜାମ ବ୍ଲକରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୩୬୦ କୋଟି ଟଙ୍କାର କାମ ଚାଲିଛି ।" ତେବେ ଆଜିର କାର୍ଯ୍ୟକ୍ରମରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ରଙ୍କ ସମେତ ଛତ୍ରପୁରର ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.