ETV Bharat / politics

କଟକ ଲୋକସଭା ଓ ବିଧାନସଭା ପାର୍ଥୀ ଘୋଷଣା କଲା ଏସୟୁସିଆଇ କମ୍ୟୁନିଷ୍ଟ - SUCIC Party Candidates

author img

By ETV Bharat Odisha Team

Published : Mar 28, 2024, 5:26 PM IST

SUCIC Party Candidates: ଲୋକସଭା ଆସନ ପାଇଁ ପାର୍ଥୀ ଘୋଷଣା କଲା ଏସୟୁସିଆଇ କମ୍ୟୁନିଷ୍ଟ (SUCIC)। ଏନେଇ ଗାନ୍ଧୀଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ । ଅଧିକ ପଢନ୍ତୁ

SUCIC Candidates
SUCIC Candidates

SUCIC Candidates

କଟକ:ଲୋକସଭା ଆସନ ପାଇଁ ପାର୍ଥୀ ଘୋଷଣା କଲା ଏସୟୁସିଆଇ କମ୍ୟୁନିଷ୍ଟ (SUCIC)। (କମ୍ୟୁନିଷ୍ଟ) ପାର୍ଟିର କେନ୍ଦ୍ରୀୟ କମିଟିର ନିଷ୍ପତ୍ତିକ୍ରମେ ଆସନ୍ତା ନିର୍ବାଚନରେ କଟକ ଲୋକସଭା ଆସନରୁ ରାଜକିଶୋର ମଲ୍ଲିକଙ୍କୁ ପାର୍ଥୀ କରିଛି ଦଳ। ସେହିପରି କଟକ ସଦର ବିଧାନସଭା ଆସନରୁ ପରମାନନ୍ଦ ସେଠୀ, ଚୌଦ୍ୱାର କଟକ ଆସନରୁ ଖଗେଶ୍ୱର ସେଠୀ, ବାରବାଟୀ କଟକ ଆସନରୁ ଅକ୍ଷୟ ରାଉଳ ଓ ବାଙ୍କୀ ନିର୍ବାଚନ ମଣ୍ଡଳୀରୁ ମାଳବିକା ସାମଲ ପ୍ରତିଦ୍ବନ୍ଦିତା କରିବେ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି । ଏନେଇ ଆଜି ଗାନ୍ଧୀଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ ।

ସେ କହିଛନ୍ତି, "ଜନସାଧାରଣ ଭଲ ଭାବରେ ଅବଗତ ଯେ SUCI(କମ୍ୟୁନିଷ୍ଟ) ପାର୍ଟି କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଦଳ ମାନଙ୍କର ଜନବିରୋଧୀ ନୀତି ଓ ପଦକ୍ଷେପ ବିରୁଦ୍ଧରେ ଲଗାତର ଗଣଆନ୍ଦୋଳନ କରିଆସୁଛି । ବର୍ତ୍ତମାନ ଦେଶର ସମସ୍ତ ସମ୍ପଦ ମୁଷ୍ଟିମେୟ ଧନୀଙ୍କ ହାତରେ ରହିଛି। ଅତୀତରେ ଦୁର୍ନୀତି ସମସ୍ତ ରେକର୍ଡ ଅତିକ୍ରମ କରିଛି। ସ୍ୱାଧୀନ ଭାରତର ସର୍ବବୃହତ ଦୁର୍ନୀତି, ନିର୍ବାଚନୀ ବଣ୍ଡ ଦୁର୍ନୀତିରେ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ଦଳ ଆପାଦ ମସ୍ତକ ବୁଡ଼ି ରହିଛନ୍ତି । ଏହିଭଳି ବାମପନ୍ଥୀ ଦଳମାନେ ମିଳିତ ଆନ୍ଦୋଳନ ଓ ମିଳିତଭାବରେ ନିର୍ବାଚନରେ ଅଂଶ ଗ୍ରହଣ କରିବା ପରିବର୍ତ୍ତେ ବିଭିନ୍ନ ଭୋଟ ସର୍ବସ୍ବ ଦଳମାନଙ୍କ ସହିତ ନିଚ୍ଛକ ନିର୍ବାଚନୀ ମେଣ୍ଟ କରିଛନ୍ତି । ଏଣୁ ଏଭଳି ସ୍ଥିତିରେ ଏସୟୁସିଆଇ (କମ୍ୟୁନିଷ୍ଟ) ଦଳ ନିଜ ଶକ୍ତିରେ ଏକକ ଭାବରେ ଗଣଆନ୍ଦୋଳନର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ନିର୍ବାଚନରେ ଅଂଶଗ୍ରହଣ କରୁଛି।"

ଏହା ମଧ୍ୟ ପଢନ୍ତୁ...ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ନବୀନ, ସମ୍ବଲପୁରରୁ ପ୍ରଣବ ପ୍ରକାଶ - General Elections 2024

ଏହା ମଧ୍ୟ ପଢନ୍ତୁ...ବରଗଡ଼ ଲୋକସଭା ଆସନରେ ଏଥର କଡ଼ା ଟକ୍କର, ୩ ଦଳ ଥରେ ଲେଖାଏଁ ହାତେଇଛନ୍ତି ଓ ହାର ବି ଦେଖିଛନ୍ତି - Bargarh Loksabha Constituency

"ରାଜ୍ୟର ସାଧାରଣ ମଣିଷର ସ୍ୱାର୍ଥ ରକ୍ଷାର ଲଢେଇକୁ ଶକ୍ତିଶାଳୀ କରିବା ତଥା ସଂସଦ ଓ ବିଧାନ ସଭାରେ ସାଧାରଣ ମଣିଷର ସ୍ୱରକୁ ପ୍ରତିଧ୍ୱନିତ କରିବା ପାଇଁ ସମସ୍ତେ ସମର୍ଥନ କରନ୍ତୁ" ବୋଲି କହିଛନ୍ତି କଟକ ଜିଲ୍ଲା SUCIC ସମ୍ପାଦକ ବିଶ୍ଵାବସୁ ଦାସ । ଦଳର ଗଣଆନ୍ଦୋଳନରେ ନିଜକୁ ସମର୍ପିତ କରିଥିବା ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଏସୟୁସିଆଇ(କମ୍ୟୁନିଷ୍ଟ) କଟକ ଜିଲ୍ଲା କମିଟି ପକ୍ଷରୁ ଜନସାଧାରଙ୍କୁ ନିବେଦନ କରାଯାଇଛି।



ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.