ETV Bharat / politics

ଅନୁଗୋଳ ଜିଲ୍ଲାର ୨ ଲୋକସଭା ଓ ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା SUCI - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Mar 30, 2024, 10:15 PM IST

SUCI Communist Party Announce Candidates: SUCI କମ୍ୟୁନିଷ୍ଟ ଦଳ ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଦୁଇଟି ଲୋକସଭା ଓ 5 ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାରଙ୍କ ପୁଞ୍ଜିପତି ତୋଷଣ ନୀତି ଏବଂ ଚରମ ଜନବିରୋଧୀ ନୀତି ବିରୋଧରେ ଲଢେଇ ପାଇଁ ଆହ୍ବାନ ଦେଇଛି ଦଳ । ଅଧିକ ପଢନ୍ତୁ

ଅନୁଗୋଳ ଜିଲ୍ଲାର ୨ ଲୋକସଭା ଓ ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା SUCI
ଅନୁଗୋଳ ଜିଲ୍ଲାର ୨ ଲୋକସଭା ଓ ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା SUCI

ଅନୁଗୋଳ ଜିଲ୍ଲାର ୨ ଲୋକସଭା ଓ ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା SUCI

ଅନୁଗୋଳ: ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବା ଆରମ୍ଭ କରିଛନ୍ତି । ଏହି କ୍ରମ ରେ ଆଜି SUCI କମ୍ୟୁନିଷ୍ଟ ଦଳ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି । ଅନୁଗୋଳ ଜିଲାରେ ଥିବା ଦୁଇଟି ଲୋକସଭା ଓ 5 ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି SUCI କମ୍ୟୁନିଷ୍ଟ ଦଳ । କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାରଙ୍କ ପୁଞ୍ଜିପତି ତୋଷଣ ନୀତି ଏବଂ ଚରମ ଜନବିରୋଧୀ ନୀତି ଫଳରେ ସାଧାରଣ ମଣିଷ ଉତ୍କଟ ବେକାରୀ, ଚରମ ଦାରିଦ୍ର୍ୟ, ଆକାଶଛୁଆଁ ଦରବୃଦ୍ଧି, ଲଗାମହୀନ ଦୁର୍ନୀତି, ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା,ଆଇନ୍ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ବଞ୍ଚି ରହିବା ପାଇଁ ହାହାକାର କରୁଛି, ଯାହା ବିରୁଦ୍ଧରେ ଦଳ ପ୍ରାର୍ଥୀ ଦେଇଛି ବୋଳି ଦଳ କହିଛି ।

ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟିର ନିଷ୍ପତିକ୍ରମେ ଅନୁଗୋଳ ଜିଲ୍ଲା ସଂଲଗ୍ନ ଢେଙ୍କାନାଳ ଲୋକସଭା ପାଇଁ କମ୍ରେଡ ମାନସୀ ସ୍ଵାଇଁ ଏବଂ ସମ୍ବଲପୁର ଲୋକସଭା ପାଇଁ କମ୍ରେଡ ନବିକଶୋର ପ୍ରଧାନ,ଅନୁଗୋଳ ବିଧାନସଭା ପାଇଁ କମ୍ରେଡ ମନ୍ଦୋଦରୀ ରାଉଳ, ଛେଣ୍ଡିପଦା ବିଧାନସଭା ପାଇଁ କମ୍ରେଡ ଭରତ ନାଏକ, ତାଳଚେର ବିଧାନସଭା ପାଇଁ କମ୍ରେଡ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଆଠମଲ୍ଲିକ ବିଧାନସଭା ପାଇଁ କମ୍ରେଡ ରମଣୀରଞ୍ଜନ ପ୍ରଧାନ, ପାଳଲହଡା ବିଧାନସଭା ପାଇଁ କମ୍ରେଡ ପରମାନନ୍ଦ ସାହୁ ପ୍ରାର୍ଥୀଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁନିଷ୍ପତି ହୋଇଛି । ଜନସାଧାରଣଙ୍କ ନ୍ୟାୟ ସଙ୍ଗତ ଦାବିରେ ଗଣ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ଦଳର ପ୍ରାର୍ଥୀମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ସମର୍ଥନ ପାଇଁ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ... ବଡ଼ ଚେହେରାକୁ ଫାଇଟ ଦେବା ପାଇଁ କଂଗ୍ରେସ ପାଖରେ ନେତାଙ୍କ ଅଭାବ ନାହିଁ: ଜୟଦେବ - Odisha Congress

ଦଳର କେନ୍ଦ୍ରୀୟ କମିଟି ସଦସ୍ୟ ଜୟସେନ ମେହେର କହିଛନ୍ତି ଯେ, "SUCI କମ୍ୟୁନିଷ୍ଟ ଦଳ ଆସନ୍ତା ନିର୍ବାଚନରେ ୧୬ଟି ଲୋକସଭା ସିଟ୍ ଓ ୨୮ ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଦେବ । ପ୍ରଦୂଷିତ ପରିବେଶ ରେ ରହୁଥିବା ଲୋକଙ୍କ ସ୍ବାସ୍ଥ୍ୟ ସମସ୍ତା ପାଇଁ ଅବିଳମ୍ବେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବା, ହାତୀ ଉପଦ୍ରବକୁ ବନ୍ଦ କରିବା, ସୁରେଶ୍ବରୀ ଭଳି ଅନେକ ପ୍ରସ୍ଥାବିତ ଜଳସେଚନ ପ୍ରକଳ୍ପ କୁ ଆରମ୍ଭ କରିବା ଭଳି ଅନେକ ମୁଦ୍ଦାକୁ ଫୋକସ୍ କରି ନିର୍ବାଚନ ଲଢିବାକୁ ଯାଉଛି SUCI କମ୍ୟୁନିଷ୍ଟ ଦଳ "। ସେ ଲୋକଙ୍କୁ ସମର୍ଥନ ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.