ETV Bharat / politics

ନିର୍ବାଚନ ଲଢିବାକୁ ପ୍ରସ୍ତୁତ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସ - Sofia Firdous Reaction

author img

By ETV Bharat Odisha Team

Published : Apr 24, 2024, 10:12 PM IST

Sofia Firdous Reaction: ରାଜନୀତି ମୈଦାନକୁ ଓହ୍ଲାଇବେ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସ । ବାପାଙ୍କ ସ୍ଥାନରେ ଲଢ଼ିବାକୁ କଂଗ୍ରେସ କର୍ମୀଙ୍କ ପ୍ରସ୍ତାବକୁ ସ୍ବୀକାର କଲେ ସୋଫିଆ । କହିଲେ ପିସିସି ନିଷ୍ପତ୍ତିକୁ ସମ୍ମାନ ଜଣାଇବି । ଅଧିକ ପଢ଼ନ୍ତୁ

Sofia Firdous Reaction
Sofia Firdous Reaction

Sofia Firdous Reaction

କଟକ: ଦୀର୍ଘ ଆଲୋଚନା ପରେ ସାମ୍ନାକୁ ଆସିଲେ ସୋଫିଆ ଫିର୍ଦୋସ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସ । ମୋକିମ ଆଇନ ଜାଲରେ ଛନ୍ଦି ହୋଇପଡ଼ିଥିବାରୁ ସେ ଚଳିତ ନିର୍ବାଚନ ଲଢ଼ିପାରିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ତାଙ୍କ ଝିଅ ସୋଫିଆ ଫିର୍ଦୋସ କଟକ-ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହେବା ନେଇ ନିଷ୍ପତ୍ତି ନେଇଛନ୍ତି କଟକ କଂଗ୍ରେସ କର୍ମୀ । ଏହି ନିଷ୍ପତ୍ତିକୁ ପିସିସିଙ୍କୁ ଜଣାଇବୁ ବୋଲି ମୋକିମ କହିଛନ୍ତି । ସେପଟେ ପ୍ରଥମ ପ୍ରତିକ୍ରିୟା ରଖି ସୋଫିଆ ମଧ୍ୟ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

କଟକ-ବାରବାଟୀ କଂଗ୍ରେସ କର୍ମୀଙ୍କ ଅନୁରୋଧ ପରେ ସୋଫିଆ ଆଜି ସାମ୍ନାକୁ ଆସି ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି । ଏହି ଅବସରରେ ନିଜର ପ୍ରଥମ ରାଜନୈତିକ ଭାଷଣ ରଖିଛନ୍ତି ସୋଫିଆ । ଶତାଧିକ କର୍ମୀଙ୍କ ଉପସ୍ଥିତିରେ ସେ ନିଜର ପ୍ରଥମ ଭାଷଣ ରଖିଛନ୍ତି । ସମସ୍ତଙ୍କୁ ନମସ୍କାର କହି ନିଜର ଭାଷଣ ଆରମ୍ଭ କରିଥିଲେ ସୋଫିଆ । ସେ କହିଛନ୍ତି, "ବିଧିର ବିଧାନ କେ କରିବ ଆନ... ଭଗବାନଙ୍କ ଇଚ୍ଛା ଯାହାଥିବ, ତାହା ହିଁ ହେବ । ମୁଁ କଟକର ଝିଅ ଓ କଟକର ବୋହୂ । ଏହି ଠାରେ ଜନ୍ମ ନେଇଛି, ପାଠ ପଢ଼ିଛି ଏବଂ କାମ ମଧ୍ୟ କରୁଛି ।" ନିଜର ଝିଅ, ବଡ଼ ଓ ସାନ ଭଉଣୀ ଭାବେ ମୋତେ ସ୍ବୀକାର କରନ୍ତୁ ବୋଲି କର୍ମୀଙ୍କୁ ଅନୁରୋଧ କରିଛନ୍ତି ସୋଫିଆ । ତାଙ୍କ ନାଁକୁ ପ୍ରାର୍ଥୀ ଭାବେ ପ୍ରସ୍ତାବ ଦେଇ ଥିବାରୁ କୃତଜ୍ଞତା ଜଣାଇଛନ୍ତି ସେ । ସେହିପରି ପିସିସିର ନିଷ୍ପତ୍ତିକୁ ମଧ୍ୟ ସମ୍ମାନ ଜଣାଇବି ବୋଲି ନିଜ ଅଭିଭାଷଣରେ କହିଛନ୍ତି ସୋଫିଆ ।

ସେପଟେ ସୋଫିଆ ଫିର୍ଦୋସଙ୍କୁ ପ୍ରାର୍ଥୀ କରିବା ପାଇଁ ନେତା, କର୍ମୀ ଓ ସମର୍ଥକ ଦାବି ରଖିଛନ୍ତି ବୋଲି ମୋକିମ କହିଛନ୍ତି । ସେ କହିଛନ୍ତି, "ଦିନ ସାରା ଏନେଇ ଆଲୋଚନା ଚାଲିଥିଲା । ନେତା, କର୍ମୀ ଓ ସମର୍ଥକମାନେ ସୋଫିଆ ଫିର୍ଦୋସଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସମସ୍ତଙ୍କ ପ୍ରସ୍ତାବକୁ ଗ୍ରହଣ କରି ରାଜନୀତିକୁ ଆସିବାକୁ ରାଜି ହୋଇଥିବାରୁ ମୁଁ ସୋଫିଆଙ୍କୁ ଧନ୍ୟବାଦ ଜଣାଉଛି । ମୋତେ ପିସିସି ପକ୍ଷରୁ ନିଷ୍ପତ୍ତି ନେବାକୁ କୁହାଯାଇଥିଲା । ଆଜି ଏହି ପ୍ରସ୍ତାବକୁ ପିସିସି ଓ ଏଆଇସିସି ନିକଟକୁ ପଠାଇବୁ ।" ସେମାନେ ଯାହା ନିଷ୍ପତ୍ତି ନେବେ ତାହାକୁ ସମ୍ମାନ ଜଣାଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବୁ ବୋଲି ମୋକିମ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କଟକ-ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହେବେ ମୋକିମଙ୍କ ଝିଅ ସୋଫିଆ ! - Odisha Assembly Election 2024

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.