ETV Bharat / politics

କଳାହାଣ୍ଡିରେ ଜମୁଛି ପ୍ରଚାର, ନର୍ଲାରେ କଂଗ୍ରେସ-ବିଜେଡିର ମିଶ୍ରଣ ପର୍ବ - Narla Assembly Constituency

author img

By ETV Bharat Odisha Team

Published : Apr 21, 2024, 7:55 PM IST

Congress-BJD Joining Program: ନର୍ଲା ନିର୍ବାଚନ ମଣ୍ଡଳୀରେ ଜୋରଦାର ରାଜନୈତିକ ଲଢେଇ ଆରମ୍ଭ ହୋଇଯାଇଛି । କଂଗ୍ରେସର ପ୍ରାର୍ଥୀ ଭକ୍ତ ଚରଣ ଦାସ ଆଜିଠାରୁ ନିର୍ବାଚନୀ ସଭା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

କଳାହାଣ୍ଡିରେ ଜମୁଛି କଡା ଟକ୍କର, ନର୍ଲାରେ କଂଗ୍ରେସ-ବିଜେଡିର ମିଶ୍ରଣ ପର୍ବ
କଳାହାଣ୍ଡିରେ ଜମୁଛି କଡା ଟକ୍କର, ନର୍ଲାରେ କଂଗ୍ରେସ-ବିଜେଡିର ମିଶ୍ରଣ ପର୍ବ

କଳାହାଣ୍ଡିରେ ଜମୁଛି କଡା ଟକ୍କର, ନର୍ଲାରେ କଂଗ୍ରେସ-ବିଜେଡିର ମିଶ୍ରଣ ପର୍ବ

ଭବାନୀପାଟଣା: ନିର୍ବାଚନରେ ଜିଲ୍ଲା ରାଜନୀତି ସରଗରମ ଥିବା ବେଳେ ନର୍ଲା ନିର୍ବାଚନ ମଣ୍ଡଳୀରେ ଘଡିକେ ଘୋଡା ଛୁଟୁଛି । ନର୍ଲା ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଭାବେ ହେଭିୱେଟ ନେତା ଭକ୍ତ ଚରଣ ଦାସ ମୈଦାନକୁ ଓହ୍ଲାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଆଜି ଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ସେ ଛତିଗୁଡ଼ା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ନର୍ଲା ଧାନ ମଣ୍ଡି ପଡ଼ିଆରେ ପହଞ୍ଚିବା ପରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ଏଆଇସିସି ସମ୍ପାଦକ ସାହାନାଜ ଚୌଧରୀ, ଏଆଇସିସି ଓଡିଶା ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ରାଜ୍ୟ ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ, କଂଗ୍ରେସ ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ, ଲାଞ୍ଜିଗଡ଼ ବିଧାନସଭା ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝୀ ଉପସ୍ଥିତ ରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ନିର୍ବାଚନୀ ସଭାରେ ରଣହୁଙ୍କାର ଦେଇଥିଲେ । ଏହାସହ କଂଗ୍ରେସର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ଚିତ୍ତରଞ୍ଜନ ମଣ୍ଡଳ କଂଗ୍ରେସରେ ଯୋଗଦାନ କରିଛନ୍ତି । ତାଙ୍କୁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଚିତ୍ତରଞ୍ଜନ ମଣ୍ଡଳ ଦୀର୍ଘ ୩୭ ବର୍ଷ ଧରି ରାଜନୀତିରେ ବେଶ୍ ସକ୍ରିୟ ରହିଥିବା ବେଳେ ୨୦୧୯ ନିର୍ବାଚନରେ କଂଗ୍ରେସରୁ ନର୍ଲା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହୋଇ ୩୫ ହଜାର ୭୫୩ ଟି ଭୋଟ ପାଇ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇ ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ରହି ଆସୁଥିବା ବେଳେ ଚଳିତ ନିର୍ବାଚନ ପାଇଁ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିଲେ ହେଲେ ଦଳ ତାଙ୍କୁ ଟିକେଟ ନ ଦେଇ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଚିତ୍ତରଞ୍ଜନ ମଣ୍ଡଳ ଓ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଫଳରେ ବିଜେଡିରୁ ଇସ୍ତଫା ଦେଇଥିଲେ ଚିତ୍ତରଞ୍ଜନ ମଣ୍ଡଳ ।

ଏହା ମଧ୍ୟ ପଢନ୍ତୁ... ନୂଆପଡାରେ ଦ୍ରୌପଦୀ ମାଝୀଙ୍କ ଜୋରଦାର ପ୍ରଚାର, ବିଜୟ ଦମ୍ଭୋକ୍ତି ବାଢ଼ିଲେ ଭକ୍ତ ଦାସ - Lok Sabha Election 2024

ଅନ୍ୟପଟେ ବିଜେଡି ଏକ ବିଶାଳ ମିଶ୍ରଣ ପର୍ବର ଆୟୋଜନ କରି ନର୍ଲା ନିର୍ବାଚନ ମଣ୍ଡଳୀର ଅନେକ ପୁରୁଖା ନେତାଙ୍କୁ ଦଳରେ ସାମିଲ କରିଛି । ନର୍ଲା ନିର୍ବାଚନ ମଣ୍ଡଳୀ ମଦନପୁର ରାମପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଟାଣୁଆ ନେତା ଜିବେଶ ପଣ୍ଡା ଆଜି ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ଜିବେଶ ପଣ୍ଡା ୨୦୧୭ ମସିହାରେ ସ୍ଵାଧୀନ ଭାବରେ ବ୍ଲକ ଅଧକ୍ଷ ହୋଇଥିଲେ । ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ଆଜି ଭବାନୀପାଟଣା ସହରରେ ଏକ ବିଶାଳ ଶୋଭାଯାତ୍ରାରେ ନିଜର ସହ ସହ ସମର୍ଥକ ମାନଙ୍କ ସହ ଆସି ବିଜେଡିରେ ସାମିଲ ହୋଇଛନ୍ତି । ଭବାନୀପାଟଣା ସହରରେ ଥିବା ଏକ ହୋଟେଲରେ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଓ ଯୁବନେତା ଅଭିନାଶ ଠାକୁରଙ୍କ ଉପସ୍ଥିତିରେ ଆଜି ବିଜେଡିର ସାମିଲ ହୋଇଛନ୍ତି ସହ ସହ କର୍ମୀ । ଦଳ ପକ୍ଷରୁ ସମସ୍ତ କର୍ମୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଦଳକୁ ସ୍ବାଗତ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.