ETV Bharat / politics

ମା' କିଚକେଶ୍ବରୀ ମନ୍ଦିରରେ ନବ ଚରଣ ମାଝୀ, ସାଂସଦ ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ନେଲେ ଆଶୀର୍ବାଦ - Naba Majhi At Kichakeswari Temple

author img

By ETV Bharat Odisha Team

Published : Mar 25, 2024, 9:35 PM IST

Naba Charan Majhi At Kichakeswari Temple: ମୟୂରଭଞ୍ଜରୁ ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ହୋଇଛନ୍ତି ନବ ଚରଣ ମାଝୀ । ଏନେଇ ସେ ମା' କିଚକେଶ୍ବରୀଙ୍କଠାରେ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଛନ୍ତି । ଅଧିକ ପଢନ୍ତୁ

Naba Majhi At Kichakeswari Temple
Naba Majhi At Kichakeswari Temple

Naba Majhi At Kichakeswari Temple

ରାଇରଙ୍ଗପୁର : ବିଜେପି ତରଫରୁ ଲୋକସଭା ସାଂସଦ ପ୍ରାର୍ଥୀ ନାଁ ଘୋଷଣା ହୋଇଛି । ମୟୂରଭଞ୍ଜରୁ ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ହୋଇଛନ୍ତି ନବ ଚରଣ ମାଝୀ। ମା' କିଚକେଶ୍ବରୀଙ୍କଠାରେ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଛନ୍ତି ନବ ଚରଣ ମାଝୀ। ଗତକାଲି (ରବିବାର) ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ନାଁ ଘୋଷଣା କରାଯାଇଥିଲା। ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ବିଜେପିର ପ୍ରାର୍ଥୀ ତାଲିକାରେ ନାଁ ଘୋଷଣା ପରେ ମୟୂରଭଞ୍ଜ ଅଧିଷ୍ଠାତ୍ରୀ ଦେବୀ ମା' କିଚକେଶ୍ବରୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ରାଇରଙ୍ଗପୁର ବିଧାୟକ । ତାଙ୍କ ସହିତ ରାଇରଙ୍ଗପୁର ଉପଖଣ୍ଡର ବରିଷ୍ଠ ନେତା ଓ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ।

୨୦୧୯ ମସିହାରେ ରାଇରଙ୍ଗପୁର ବିଧାନସଭା ଆସନ ବିଜେପି ହାତକୁ ଯାଇଥିଲା। ନବ ଚରଣ ମାଝୀ ରାଇରଙ୍ଗପୁର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ତେବେ ବିଜେଡି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପରାଜୟ ବରଣ କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ନବ ଚରଣ ମାଝୀ ବିଧାୟକ ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ନିର୍ବାଚନରେ ବିଧାନସଭା ଆସନ ପାଇଁ ଲଢିଥିଲେ। ଯେଉଁଥିରେ ୬୦ ହଜାର ୯୦୧ ଭୋଟ୍ ହାତେଇ ବିଜୟ ପତାକା ଉଡାଇଥିଲେ। ଆଉ ସେହିଦିନଠାରୁ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଥିବା କଥା କହିଛନ୍ତି ନବ ଚରଣ ମାଝୀ। କେବଳ ସେତିକି ନୁହେଁ, ସାଂସଦ ପ୍ରାର୍ଥୀ ନବ ଚରଣ ମାଝିଙ୍କ ନାଁ ଘୋଷଣା ପରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆସନ୍ତା ନିର୍ବାଚନରେ ପୁଣି ବିଜେପି ବିଜୟର ଧ୍ବଜା ଉଡାଇବ ବୋଲି କହିଛନ୍ତି ରାଇରଙ୍ଗପୁର ବିଧାୟକ ତଥା ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ। ତେବେ ନବ ଚରଣ ମାଝୀଙ୍କର ଛାତ୍ର ଜୀବନରୁ ରାଜନୀତି ପ୍ରତି ରୁଚି ରହିଥିବା ସେ ପ୍ରକାଶ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଲେ ଉପାସନା, ମହାପ୍ରଭୁଙ୍କ ନେଲେ ଆଶୀର୍ବାଦ - Upasana Mohapatra Puri Visit

ସର୍ବପ୍ରଥମେ ସେ ଆଜସୁ ପାର୍ଟିରେ ଯୋଗ ଦେଇଥିଲେ। ରାଇରଙ୍ଗପୁର କଲେଜରେ ସେ ଆଜସୁ ପାର୍ଟିର ଛାତ୍ର ନେତା ଥିଲେ। ୨୦୦୮ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ସେ ରାଇରଙ୍ଗପୁର ଏନଏସିରେ ଅଧ୍ୟକ୍ଷ ରହିଥିଲେ। ତେବେ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ସେ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ନବ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ସଭାପତି ଥିବାବେଳେ ବର୍ତ୍ତମାନ ସେ ବିଜେପିରେ ରାଜ୍ୟ ମୁଖପାତ୍ର ଭାବେ ଦାୟିତ୍ଵ ତୁଲାଉଛନ୍ତି। ତେବେ ନିର୍ବାଚନ ଜିତିବା ପରେ ସେ ମୟୂରଭଞ୍ଜ ଜିଲ୍ଲାର ବିକାଶ ପ୍ରତି ଗୁରୁତ୍ବ ଦେବେ ବୋଲି କହିଛନ୍ତି।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.