ETV Bharat / politics

ବୀରମିତ୍ରପୁର ଆସନ ପାଇଁ ନାମାଙ୍କନ ଭରିଲେ SUCI ପ୍ରାର୍ଥୀ ବେହେରା ନାଏକ - Biramitrapur Assembly Constituency

author img

By ETV Bharat Odisha Team

Published : Apr 27, 2024, 4:34 PM IST

Biramitrapur Assembly Constituency: ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ SUCI (କମ୍ୟୁନିଷ୍ଟ) ଦଳ ପକ୍ଷରୁ ନୋମିନେସନ ଫାଇଲ କଲେ ବେହେରା ନାଏକ । ସମର୍ଥକମାନଙ୍କ ସହ ଆସି କଲେ ପ୍ରାର୍ଥୀ ପତ୍ର ଦାଖଲ । ଅଧିକ ପଢନ୍ତୁ

Biramitrapur Assembly Constituency
Biramitrapur Assembly Constituency

Biramitrapur Assembly Constituency

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ SUCI (କମ୍ୟୁନିଷ୍ଟ) ଦଳ ପକ୍ଷରୁ ନୋମିନେସନ ଫାଇଲ କଲେ ବେହେରା ନାଏକ । ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇ ଚାଲିଛି । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି (ଶୁକ୍ରବାର)ଠୁ ପ୍ରାର୍ଥୀ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । SUCI ସଂଗଠନର ବୀରମିତ୍ରପୁର ଅଞ୍ଚଳର ଜଣେ ଟାଣୁଆ ନେତା ହେଉଛନ୍ତି ବେହେରା ନାଏକ ।

ଆଜି (ଶନିବାର) ବୀରମିତ୍ରପୁରର SUCI(କମ୍ୟୁନିଷ୍ଟ) ପାର୍ଟିର ପ୍ରାର୍ଥୀ ବେହେରା ନାଏକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନିଜର ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଭରିଛନ୍ତି । ତେବେ SUCI ସଂଗଠନର ବୀରମିତ୍ରପୁର ଅଞ୍ଚଳର ଜଣେ ଟାଣୁଆ ନେତା ହେଉଛନ୍ତି ବେହେରା ନାଏକ । ଲୋକ ପ୍ରତିନିଧିମାନେ ଲୋକଙ୍କ ପାଇଁ କାମ କରିବାରେ ଫେଲ ହୋଇଥିବା ଅଭିଯୋଗ ଆଣିବା ସହ ଲୋକମାନଙ୍କ ପାଇଁ କାମ କରିବା ଉଦ୍ଦେଶ୍ୟରେ ଚଳିତ ନିର୍ବାଚନରେ ସେ ଭାଗ ନେଇଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. କିଏ କରିଛି ରାଉରକେଲାର ବିକାଶ ? କଥା କଟାକଟି ହେଲେ ବିଜେପି-ବିଜେଡି-କଂଗ୍ରେସ - Rourkela Assembly Constituency

ସେ ଆଉମଧ୍ୟ କହିଛନ୍ତି,"ବୀରମିତ୍ରପୁର ଅଞ୍ଚଳରେ ଜନ ସାଧାରଣଙ୍କ ନିକଟରେ ବିଭିନ୍ନ ସମସ୍ୟା ରହୁଛି । ଲୋକେ ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ବୀରମିତ୍ରପୁର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଲୋକେ ପିଇବା ପାଣି ପାଇ ପାରୁନାହାନ୍ତି ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ପଛୁଆ ରହିଛି ବୀରମିତ୍ରପୁର ଅଞ୍ଚଳ । ସ୍କୁଲ ଏବଂ କଲେଜ ନଥିବାରୁ ଆଜିବି ସମସ୍ତ ଛାତ୍ରଛାତ୍ରୀ ରାଉରକେଲା ସହର ଉପରେ ନିର୍ଭର କରନ୍ତି । ଖଣିଜ ସମ୍ପଦରେ ଭରା ସୁନ୍ଦରଗଡ଼ ଜିଲ୍ଲା ସହ ବୀରମିତ୍ରପୁର ଅଞ୍ଚଳରେ ଆଜିବି ଲୋକ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ।"

ଲୋକମାନଙ୍କ ଉନ୍ନତି ଏବଂ ଲୋକଙ୍କ ସମର୍ଥନ ଜିତିବା ଆଶାରେ ଏଥର SUCI ସଂଗଠନରୁ ନିର୍ବାଚନ ଲଢିବାକୁ ଯାଉଥିବା କହିଛନ୍ତି ବେହେରା ନାଏକ । ସେ ଆଉମଧ୍ୟ କହିଛନ୍ତି, "ଲୋକ ଏବଂ ଶ୍ରମିକଙ୍କ ହକ ପାଇଁ ସବୁବେଳେ ଛିଡା ହେବା ସହ ଏଥର ଜନ ସମର୍ଥନ ହାତେଇବା ପାଇଁ ନୋମିନେସନ ଫାଇଲ କରିଛି । ବୀରମିତ୍ରପୁର ଅଞ୍ଚଳରେ ବିଜେପି ଏବଂ ବିଜେଡି ଦଳ ମଧ୍ୟରେ ବ୍ୟାପକ ଲଢେଇ ଏବଂ ଟକ୍କର ହେଲେ ମଧ୍ୟ ଆମେ ବିଜୟୀ ହେବୁ ବୋଲି ଦମ୍ଭୋକ୍ତି ପ୍ରକାଶ କରିିଛନ୍ତି ବେହେରା ନାଏକ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.