ETV Bharat / politics

ନିମାପଡ଼ାରେ ସମୀରଙ୍କ ପାୱାର ସୋ, ଟିକଟ ଦେବାକୁ ହାତ ଯୋଡିଲେ ସମର୍ଥକ - Dissatisfaction In Nimapara BJD

author img

By ETV Bharat Odisha Team

Published : Apr 20, 2024, 10:40 PM IST

Updated : Apr 20, 2024, 10:47 PM IST

Protest By Samir Ranjan Dash: ନିମାପଡ଼ାରେ ସମୀର ରଞ୍ଜନ ଦାସଙ୍କ ସମର୍ଥକ ମାନେ ତାଙ୍କୁ ଟିକଟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପୂର୍ବରୁ ବିଜେଡି ନିମାପଡା ପାଇଁ ଦିଲ୍ଲୀପ ନାୟକଙ୍କୁ ଟିକଟ ଦେଇଛି । ଅଧିକ ପଢନ୍ତୁ

ନିମାପଡ଼ାରେ ସମୀରଙ୍କ ପ୍ରତିବାଦ ସମାବେଶ, ଟିକେଟ ଦେବାକୁ ହାତ ଯୋଡିଲେ ସମର୍ଥକ
ନିମାପଡ଼ାରେ ସମୀରଙ୍କ ପ୍ରତିବାଦ ସମାବେଶ, ଟିକେଟ ଦେବାକୁ ହାତ ଯୋଡିଲେ ସମର୍ଥକ

ନିମାପଡ଼ାରେ ସମୀରଙ୍କ ପାୱାର ସୋ, ଟିକେଟ ଦେବାକୁ ହାତ ଯୋଡିଲେ ସମର୍ଥକ

ନିମାପଡ଼ା: ଟିକଟ କଟିବା ପରେ ନିମାପଡ଼ାରେ ସମୀର ରଞ୍ଜନ ଦାସଙ୍କ ଶକ୍ତି ପ୍ରଦର୍ଶନ । ନିମାପଡା ପାଇଁ ଟିକଟ ପରିବର୍ତ୍ତନ ସମୀର ସମର୍ଥକଙ୍କ ଗର୍ଜନ । ଆଜି ନିମାପଡାର ବାରବାଟୀ ପଡିଆରେ ହଜାର ହଜାର ସମର୍ଥକ ରାଜରାସ୍ତାକୁ ଓହ୍ଲାଇ ଦଳୀୟ ନିଷ୍ପତ୍ତିକୁ ବିରୋଧ କରିଥିଲେ । ଏହା ସହ ସମୀର ରଞ୍ଜନ ଦାସଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରିଥିଲେ। ବରିଷ୍ଠ ବିଜେଡି ନେତା ସମୀର ରଞ୍ଜନ ଦାସ କହିଛନ୍ତି ଯେ, ମୁଁ ଦଳର ଶୁଙ୍ଖଳିତ କର୍ମୀ, ମୁଁ ବିଧାୟକ ଥାଏ କି ନ ଥାଏ ଆପଣ ମାନଙ୍କ ସହିତ ଅଛି, ଦଳର ସୁପ୍ରିମୋ ଟିକଟ ପରିବର୍ତ୍ତନ କରିବେ ବୋଲି ଆଶା ରଖିଛି । ମୁଖ୍ୟମନ୍ତ୍ରୀ ନିମାପଡ଼ା ଓ ଗୋପ ଅଞ୍ଚଳରେ ବିଜୁ ଜନତା ଦଳକୁ ବିପର୍ଯ୍ୟୟରୁ ରକ୍ଷା କରନ୍ତୁ ବୋଲି ସମୀର ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ନିମାପଡାରେ ତେଜିଲା ଟିକେଟ ବିବାଦ, ସମୀରଙ୍କୁ ପୁଣି ଟିକେଟ ଦେବାକୁ ସମର୍ଥକଙ୍କ ଦାବି - Nimapara Assembly Constituency

ସେହିପରି ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ କହିଛନ୍ତି ଯେ ଦୀର୍ଘ ୧୮ ବର୍ଷ ଧରି ନିଷ୍ଠାପର ଭାବେ ଦଳର ସମସ୍ତ କାର୍ଯ୍ୟକ୍ରମକୁ ତୁଲାଇ ଆସିଛନ୍ତି ସମୀର ରଞ୍ଜନ ଦାସ । କୌଣସି ଦଳ ବାହାରର ଲୋକକୁ ନିମାପଡ଼ା ପାଇଁ ଟିକଟ ଦେବାକୁ ନେଇ ଆମେ ପ୍ରତିବାଦ କରୁଛୁ । ତେଣୁ ଟିକେଟ ପରିବର୍ତ୍ତନ କରି ସମୀର ରଞ୍ଜନ ଦାସଙ୍କୁ ପୁଣି ଟିକଟ ଦେବାକୁ ଦାବି କରିଛନ୍ତି ପ୍ରଦୀପ୍ତ । ସେପଟେ ନବୀନଙ୍କ ବିରୁଦ୍ଧରେ ଯାଇ ନିମାପଡ଼ାରେ ସମୀରଙ୍କ ସମାବେଶ ବିଜେଡିର ଅନ୍ତ କନ୍ଦଳକୁ ପଦାରେ ପକାଇଛି । ନବୀନଙ୍କ ନିଷ୍ପତ୍ତି ବିରୋଧ ଯାଇ ସମୀରଙ୍କୁ ସଫଳତା ମିଳିବ କି ନାହିଁ ସେ କଥା ତ କହିବା ଅସମ୍ଭବ କିନ୍ତୁ ସମୀରଙ୍କ ବିରୁଦ୍ଧରେ ଦଳୀୟ ଶୃଙ୍ଖଳାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।

ତେବେ ଗତ ୧୮ ତାରିଖରେ ନିମାପଡ଼ା ଗ୍ରୀନଲ୍ୟାଣ୍ଡ କଲ୍ୟାଣ ମଣ୍ଡପରେ ମେଳି ବାନ୍ଧି ସମୀର ରଞ୍ଜନ ଦାସଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ନିମାପଡ଼ା ଟିକଟ ନେଇ ପୁନଃ ବିଚାର ପାଇଁ ଦାବି କରିଥିଲେ । ନିମାପଡ଼ା ଆସନ ପାଇଁ ନିରାଶ ହୋଇଥିଲେ ୩ ଥରର ବିଧାୟକ ସମୀର ରଞ୍ଜନ ଦାସ । ଦଳ ଏଥର ନିମାପଡ଼ା ପାଇଁ ଆମଦାନୀ ନେତା ଦିଲ୍ଲୀପ ନାୟକଙ୍କୁ ଟିକଟ ଦେଇଛି । ବିଧାୟକ ସମୀର ରଞ୍ଜନ ଦାସ ୨୦୦୯ ରୁ ୨୦୧୯ ଯାଏଁ କ୍ରମାଗତ ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତଥର ନିର୍ବାଚନରେ ସମୀର ଦାସ ୩୨୦୦୮ ଭୋଟ ବ୍ୟବଧାନରେ ବିଜେପିର ପ୍ରଭାତୀ ପରିଡାଙ୍କୁ ପରାସ୍ତ କରିଥିଲେ ।

ଇଟିଭି ଭାରତ, ନିମାପଡ଼ା

Last Updated :Apr 20, 2024, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.