ETV Bharat / politics

ସମୀର ସମର୍ଥକଙ୍କୁ ଜବାବ ! ସାଂସଦ ପ୍ରାର୍ଥୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ନିମାପଡା ବିଜେଡି ପ୍ରାର୍ଥୀ - NIMAPARA ASSEMBLY CONSTITUENCY

author img

By ETV Bharat Odisha Team

Published : Apr 28, 2024, 11:01 PM IST

ସାଂସଦ ପ୍ରାର୍ଥୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ନିମାପଡ଼ା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ
ସାଂସଦ ପ୍ରାର୍ଥୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ନିମାପଡ଼ା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ

BJD Campaign In Nimapara: ନିମାପଡାରେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ ଶହ ଶହ ସଂଖ୍ୟାରେ ବାଇକ ଶୋଭାଯାତ୍ରା କରି ନିମାପଡା ଓ ଚାରିଛକରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ତାଙ୍କ ସହିତ ଜଗତସିଂହପୁର ସାଂସଦ ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ଅଧିକ ପଢନ୍ତୁ

ସାଂସଦ ପ୍ରାର୍ଥୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ନିମାପଡ଼ା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ

ନିମାପଡ଼ା: ନିମାପଡା ବିଜେଡିରେ ଅଡୁଆ ବଢିବାରେ ଲାଗିଛି । ନିକଟରେ ଏକ ଭାଇରାଲ ଭିଡିଓରେ ଅସନ୍ତୁଷ୍ଟ ବିଜେଡି କର୍ମୀ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ ନ କଲେ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବା ପାଇଁ ସମୀର ସମର୍ଥକ ନିଜକୁ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣାର କେଇ ଘଣ୍ଟା ମଧ୍ୟରେ ବାଇକ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ନିମାପଡାର ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ । ଆଜି ନିମାପଡ଼ା ହରିପୁର ଛକ ଠାରୁ ଶହ ଶହ ସଂଖ୍ୟାରେ ବାଇକ ଶୋଭାଯାତ୍ରା କରି ନିମାପଡା ଓ ଚାରିଛକରେ ନିଜର ପ୍ରଭାବ ବିସ୍ତାର କରିଛନ୍ତି । ଗତକାଲି ସମୀରଙ୍କର ଭିଜୁଆଲ ଭାଇରାଲ ହେବାର କେଇ ଘଣ୍ଟା ନ ପୁରୁଣୁ ନିଜର ସମର୍ଥକ ମାନଙ୍କୁ ଧରି ବାଇକ ଶୋଭାଯାତ୍ରାରେ ବାହାରିଥିବା ବେଳେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଜଗତସିଂହପୁର ସାଂସଦ ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ ।

ଏହା ମଧ୍ୟ ପଢନ୍ତୁ.... ପୁଣି ମେଳି ବାନ୍ଧିଲେ ସମୀରଙ୍କ ସମର୍ଥକ, ପୁନଃ ବିଚାର ନହେଲେ ସ୍ଵାଧୀନ ଲଢିବେ ! - SAMIR DASH MEETING

ରାଜଶ୍ରୀ ମଲ୍ଲିକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଯୋଜନା ଦ୍ବାରା ଲୋକ ବେଶ ଉପକୃତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଯୋଡି ଶଙ୍ଖ ପାଇଁ ଅପିଲ କରିଛନ୍ତି । ତେଣୁ ଲୋକଙ୍କୁ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ଓ ସାଂସଦ ପ୍ରାର୍ଥୀ ଭାବେ ନିଜକୁ ଭୋଟ ଦେବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପଟେ ସମୀର ଦାସଙ୍କ ଅସନ୍ତୋଷ ଉପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସମୀର ବାବୁ ଆମର ଅତି ପ୍ରିୟ । ସମୀର ରଞ୍ଜନ ଦାସ ଏବେ ମଧ୍ୟ ଦଳରେ ଅଛନ୍ତି, ସମୀର ବାବୁଙ୍କୁ ଦଳ ବହୁତ ସମ୍ମାନ ଦେଇଛି, ସେ ମଧ୍ୟ ଦଳ ପାଇଁ ଅନେକ କାମ କରିଛନ୍ତି । ସେ ଦଳକୁ ସହଯୋଗ କରିବେ, ଗୋଟିଏ ପରିବାରର ଆମେ, ଗୋଟିଏ ସୂତାରେ ବନ୍ଧା । ବିଜୁ ଜନତା ଦଳ ସବୁ ବେଳେ ଏକ ହୋଇ କାମ କରିଛି, ମନୋମାଳିନ୍ୟ ଥିଲେ ମଧ୍ୟ ଏକ ହୋଇ ସମସ୍ତଙ୍କୁ ନେଇ କାମ କରିବୁ ବୋଲି ରାଜଶ୍ରୀ କହିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା କେବେ ପରିବର୍ତ୍ତନ କରନ୍ତି ନାହିଁ, ସମୀର ବିରୋଧ କରି ସ୍ଵାଧୀନ ଲଢ଼ିଲେ କେତେ କାମ କରିବ ତାହା ସମୟ କହିବ । ନବୀନ ପଟ୍ଟନାୟକଙ୍କ ସପକ୍ଷରେ ନିମାପଡ଼ା ବାସୀ ଅଛନ୍ତି । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପରେ ଯେତେ ବିରୋଧ କଲେ ମଧ୍ୟ ପ୍ରଭାବ କିଛି ପଡିବ ନାହିଁ ବୋଲି ନିମାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ଭୂପେଶ ଚନ୍ଦ୍ର ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.