ETV Bharat / politics

ଶ୍ରୀକ୍ଷେତ୍ରକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଜଗା ଦର୍ଶନ ସହ କରିବେ ପ୍ରଚାର - NITIN GADKARI Odisha Visit

author img

By ETV Bharat Odisha Team

Published : May 8, 2024, 7:36 PM IST

Nitin Gadkari To Visit Puri: ଆସନ୍ତାକାଲି ପୁରୀ ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ପୁରୀରେ ଆୟୋଜିତ ଏକ ଜନସଭାରେ ଯୋଗଦେବେ । ଅଧିକ ପଢ଼ନ୍ତୁ

ନିର୍ବାଚନ ପ୍ରଚାର ଓ ମହାପ୍ରଭୂଙ୍କୁ ଦର୍ଶନ ପାଇଁ ପୁରୀ ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
ନିର୍ବାଚନ ପ୍ରଚାର ଓ ମହାପ୍ରଭୂଙ୍କୁ ଦର୍ଶନ ପାଇଁ ପୁରୀ ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ (ETV Bharat Odisha)

ନିର୍ବାଚନ ପ୍ରଚାର ଓ ମହାପ୍ରଭୂଙ୍କୁ ଦର୍ଶନ ପାଇଁ ପୁରୀ ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ (ETV Bharat Odisha)

ପୁରୀ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି (ଗୁରୁବାର) ପୁରୀ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦରେ ଏକ ନିର୍ବାଚନ ସଭାରେ ସେ ଯୋଗଦେବେ । ତେବେ ଏହା ପୂର୍ବରୁ ସେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ନୀତିନଙ୍କୁ ସ୍ୱାଗତ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ବିଧାୟକ ତଥା ପୁରୀ ବିଧାନସଭା ଆସନ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ।

ଆସନ୍ତାକାଲି ପୁରୀ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଏନେଇ ପୁରୀ ବିଜେପି ମହଲରେ ଉତ୍ସାହ ଦେଖାଦେଇଛି । ପୁରୀକୁ ନୀତିନ ଆସୁଥିବା ନେଇ ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଅହି ଅବସରରେ ଆଗାମୀ ନିର୍ବାଚନରେ ବିଜେପି ଜିତି ସରକାର କଲେ କ'ଣ ସବୁ ଜନ କଲ୍ୟାଣ ମୂଳକ ପଦକ୍ଷେପ ନେବ ସେ ନେଇ ଇସ୍ତାହାର ପ୍ରକାଶ କରିଛି ପୁରୀ ବିଜେପି । ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି "ବିଜେପି ସରକାରକୁ ଆସିଲେ କୃଷକଙ୍କ ଉନ୍ନତି ପାଇଁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା ରଖାଯିବ । ମହିଳା ଓ ଯୁବକଙ୍କ ଉନ୍ନତି ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବ । ବେକାରୀ ସମସ୍ୟା ଦୂର କରାଯିବ । ବିଜେପି ସରକାର ଗଠନ ଯେଉଁ ଦିନ ହେବ ତାହା ପରଦିନ ପୂର୍ବଭଳି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା । ସେ ଦାୟିତ୍ବ ମୁଁ ନିଜେ ନେବି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଖୁଡ଼ୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସିଆ ପୁତୁରା, ଫାଇଦା ଖୋଜୁଛି ବିଜେପି - Odisha Assembly Election 2024

ଜୟନ୍ତ ଷଡ଼ଙ୍ଗୀ ଏହା କହିଛନ୍ତି, "ବଡଦାଣ୍ଡରୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ ପୁନର୍ବାର ବଡଦାଣ୍ଡରେ ଥଇଥାନ କରାଯିବ । ନିଶ୍ଚିନ୍ତ ଭାବରେ ରତ୍ନଭଣ୍ଡାର ଖୋଲିବ ଓ ଚାରିଦ୍ବାର ଖୋଲିବ । ଜମିଜମା ସମସ୍ୟାର 100 ପ୍ରତିଶତ ସମାଧାନ ହେବ । ଗତ 25 ବର୍ଷର ଅପାରଗ ବିଜେଡି ସରକାର ଓଡ଼ିଶାବାସୀଙ୍କୁ ପ୍ରତାରଣା କରି ବିକାଶକୁ ପଛକୁ ପକାଇ ଦେଇଛି । ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ବିଜେପି ସରକାର ଆସିଲେ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ କରାଯିବା ସହ ନୂତନ ଓଡ଼ିଶା ଗଠନ କରାଯିବ । ଏଣୁ ଆଗାମୀ ନିର୍ବାଚନରେ ଭୋଟରମାନେ ବିଜେପିକୁ ଭୋଟ ଦେବା ପାଇଁ ଦଳର ନେତା, କର୍ମୀ ଘରକୁ ଘର ବୁଲି ପ୍ରଚାରକୁ ଜୋରଦାର କରିବେ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.