ETV Bharat / politics

ଚର୍ଚ୍ଚାରେ ରାଜକୀୟ ମତଦାନ କେନ୍ଦ୍ର; ପ୍ରଜାଙ୍କ ପାଇଁ ପଡିଛି ରାଜସିଂହାସନ ଓ ରାଜମୁକୁଟ - LOK SABHA ELECTION 2024

author img

By ETV Bharat Odisha Team

Published : May 7, 2024, 4:52 PM IST

Lok Sabha elections: ଚର୍ଚ୍ଚାରେ କର୍ଣ୍ଣାଟକର ରାଜକୀୟ ମତଦାନ କେନ୍ଦ୍ର । ଭୋଟରଙ୍କ ପାଇଁ ପଡିଛି ରାଜସିଂହାସନ । ଭୋଟ ଦେଇସାରିବା ପରେ ରାଜମୁକୁଟ ପିନ୍ଧି ଫଟୋ ଉଠାଉଛନ୍ତି ଭୋଟର । ଅଧିକ ପଢନ୍ତୁ

Royal polling booth with king, queen thrones
Royal polling booth with king, queen thrones (ANI)

ବେଙ୍ଗାଲୁରୁ: ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେଉଛନ୍ତି ଜନତା । ଏହାରି ମଧ୍ୟରେ କର୍ଣ୍ଣାଟକ ଶିବମୋଗାର ଏକ ପୁଲିଂ ବୁଥ ବେଶ୍ ଚର୍ଚ୍ଚାରେ ରହିଛି । କାରଣ ଏହି ଏମିତି ସେମିତି ବୁଥ୍ ନୁହେଁ, ବରଂ ଏହା ଗୋଟିଏ ରୟାଲ ବୁଥ୍ । ଏହାକୁ ରାଜକୀୟ କହିବା କାରଣ ହେଉଛି, ଏହି ବୁଥ ବାହାରେ ଭୋଟରଙ୍କ ପାଇଁ ପଡିଛି ରାଜସିଂହାସନ । ତା' ସହ ରାଜା ଓ ରାଣୀଙ୍କ ମୁକୁଟ ରଖାଯାଇଛି । ଭୋଟରମାନେ ମତଦାନ କରିସାରିବା ପରେ ଏହି ସିଂହାସନରେ ବସି ମୁଣ୍ଡରେ ମୁକୁଟ ପିନ୍ଧି ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ଯାହାକି, 'ଗଣତନ୍ତ୍ରରେ ପ୍ରଜା ହିଁ ଅସଲ ରାଜା' ବୋଲି ବାର୍ତ୍ତା ଦେଉଛି ।

କର୍ଣ୍ଣାଟକର ଶିମୋଗା ଜିଲ୍ଲା ପଞ୍ଚାୟତରେ ଏହି ରାଜକୀୟ ମତଦାନ କେନ୍ଦ୍ର କରାଯାଇଛି । ଏପରି ମତଦାନ କେନ୍ଦ୍ର କରି ଏହା ଜରିଆରେ ଖାସ୍ ବାର୍ତ୍ତା ଦିଆଯାଇଛି ଯେ, ଗଣତନ୍ତ୍ରରେ ରାଜାର ନୁହେଁ, ବରଂ ପ୍ରଜାର ଶାସନ ଚାଲେ । ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ରାଜା । ତେବେ ଏହି ବାର୍ତ୍ତାଟି ସମସ୍ତେ ବହିରେ ପଢିଥିବେ ଅବା ନେତାଙ୍କ ଭାଷଣରେ ଶୁଣିଥିବେ । କିନ୍ତୁ ଗଣତନ୍ତ୍ରର ମନ୍ଦିର ମତଦାନ କେନ୍ଦ୍ରରୁ ଏହି ବାର୍ତ୍ତା ଦିଆଯିବା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଅଧିକ ସଂଖ୍ୟାରେ ଭୋଟରଙ୍କୁ ମତଦାନ ପାଇଁ ପ୍ରୋତ୍ସାହିତ କରିବା ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ ।

ଏହା ମଧ୍ୟ ପଢନ୍ତୁ: ପୋଲିଂ ବୁଥରେ ଟଳିପଡ଼ିଲେ ପ୍ରିଜାଇଡିଂ ଅଫିସର, ଚାଲିଗଲା ଜୀବନ - Presiding Officer Dies

ଭୋଟରମାନେ ଭୋଟ ଦେଇସାରିବା ପରେ ବୁଥ ବାହାରକୁ ଆସି ସେହି ସିଂହାସନ ଉପରେ ବସି ମୁଣ୍ଡରେ ମୁକୁଟ ପିନ୍ଧି ଫଟୋ ଉଠାଉଛନ୍ତି । ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ଭୋଟହାର ବୃଦ୍ଧି କରିବାକୁ ନିର୍ବାଚନ ଆୟୋଗ, ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ ବିଭିନ୍ନ ଜନସଚେତନାମୂଳକ କାର୍ଯ୍ୟକ୍ରମ କରାଯାଉଛି । ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାଧାରଣ ନିର୍ବାଚନରେ ବହୁସଂଖ୍ୟାରେ ସାମିଲ ହୋଇ ନିଜର ବହୁମୂଲ୍ୟ ମତସାବ୍ୟସ୍ତ କରିବାକୁ ଭୋଟରମାନଙ୍କୁ ଅପିଲ୍ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ 11 ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳର 93ଟି ଆସନ ପାଇଁ ଭୋଟଗ୍ରହଣ ଜାରି ରହିଛି । ସକାଳ 7ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 5ଟାରେ ଶେଷ ହେବ । ସମୁଦାୟ 1131 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅମିତ ଶାହଙ୍କ ଭଳି ହେଭିୱେଟ ଆଜି ଭୋଟ୍ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.