ETV Bharat / politics

ଲୋକସଭା ନିର୍ବାଚନ ଇତିହାସରେ ରେକର୍ଡ, ବର୍ତ୍ତମାନ ସୁଦ୍ଧା ଜବତ ହେଲାଣି 4,650 କୋଟି - ECI Makes Seizure of Rs 4650 Crores

author img

By ETV Bharat Odisha Team

Published : Apr 15, 2024, 7:27 PM IST

ECI Makes Historic Seizure of Rs 4650 Crores: ସାରା ଦେଶରେ ଜବତ ହେଲାଣି 4,650 କୋଟି । ଲୋକସଭା ନିର୍ବାଚନ କ୍ଷେତ୍ରରେ ରେକର୍ଡ । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନ ଇତିହାସରେ ରେକର୍ଡ, ବର୍ତ୍ତମାନ ସୁଦ୍ଧା ଜବତ ହେଲାଣି 4,650 କୋଟି
ଲୋକସଭା ନିର୍ବାଚନ ଇତିହାସରେ ରେକର୍ଡ, ବର୍ତ୍ତମାନ ସୁଦ୍ଧା ଜବତ ହେଲାଣି 4,650 କୋଟି

ନୂଆଦିଲ୍ଲୀ: ଚଳିତ 19 ତାରିଖରୁ ଆରମ୍ଭ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଜବତ ହେଲାଣି ପ୍ରାୟ 4,650 କୋଟି ଟଙ୍କା । ନିର୍ବାଚନ ଆୟୋଗଙ୍କ ଫ୍ଲାଇଂ ସ୍କ୍ବାଡ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ବେଳେ ଏହି ଅର୍ଥରାଶି ଜବତ ହୋଇଛି । ଯାହା ଦେଶର ସାଧାରଣ ନିର୍ବାଚନ ସମୟରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ତେବେ ଗତଥରର ତଥ୍ୟକୁ ବିଚାରକୁ ନେଲେ, 2019ରେ ଲୋକସଭା ନିର୍ବାଚନ ସମୟରେ ମୋଟ 3,475 କୋଟି ଟଙ୍କା ଜବତ ହୋଇଥିଲା ।

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ରାଜସ୍ଥାନରେ ସର୍ବାଧିକ 778.52 କୋଟି ଟଙ୍କା ଜବତ କରାଯାଇଛି । ତା’ ପଛକୁ ଗୁଜୁରାଟ ରହିଛି । ଗୁଜୁରାଟରେ ମୋଟ 605.35 କୋଟି ଟଙ୍କା ଜବତ ହୋଇଛି । ସେହିପରି ତାମିଲନାଡୁ 460.84 କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ରହିଛି । ସେହିପରି ମହାରାଷ୍ଟ୍ରରେ 431.34 କୋଟି, ପଞ୍ଜାବରେ 311.84 କୋଟି, ମହାରାଷ୍ଟ୍ରରେ 281.43 କୋଟି, ନୂଆଦିଲ୍ଲୀରେ 236.06 କୋଟି ଟଙ୍କା ଜବତ କରିଛି ବିଭିନ୍ନ ତଦନ୍ତକାରୀ ସଂସ୍ଥା ।

ସେହିପରି ମାଦକଦ୍ରବ୍ୟ ଜବତ ତାଲିକାରେ ଗୁଜୁରାଟ 485.99 କୋଟି ଟଙ୍କା ସହ ପ୍ରଥମ ସ୍ଥାନରେ ରହିଛି । ତାମିଲନାଡୁ 293.02 କୋଟି, ପଞ୍ଜାବ 280.81 କୋଟି, ନୂଆଦିଲ୍ଲୀ 189.94 କୋଟି ଟଙ୍କାର ବିଭିନ୍ନ ମାଦକଦ୍ରବ୍ୟ ଜବତ ହୋଇଛି । ସମଗ୍ର ଦେଶରେ ଡ୍ରଗ୍ସ ମାମଲାରେ ଜବତ ହୋଇଥିବା ମୋଟ ପରିମାଣ 2068.85 କୋଟି ଟଙ୍କା ବୋଲି ନିର୍ବାଚନ ଆୟୋଗଙ୍କ ପ୍ରାଥମିକ ଆକଳନ କହୁଛି । ସେହିପରି ମଦ ଜବତ କ୍ଷେତ୍ରରେ ଆଗରେ ରହିଛି କର୍ଣ୍ଣାଟକ ।

ଏହା ମଧ୍ୟ ପଢନ୍ତୁ :- କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି: ଇଡିକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ, 29ରେ ପରବର୍ତ୍ତୀ ଶୁଣାଣି - Arvind Kejriwal

ନିର୍ବାଚନକୁ ସ୍ବଚ୍ଛତାର ସହ ଶେଷ କରିବା ପାଇଁ ନିର୍ବାଚନ ଆୟୋଗ ବିଭିନ୍ନ ପ୍ରକାର ପନ୍ଥା ଗ୍ରହଣ କରିଛନ୍ତି । ଏହାରି ମଧ୍ୟରେ ସବୁଠୁ ଆଗରେ ରହିଛି ସର୍ଭିଲାନ୍ସ ଓ ଚେକିଂ । ନିଜେ ଆୟୋଗ ଫ୍ଲାଇଂ ସ୍କ୍ବାଡ ଗଠନ କରି ବିଭିନ୍ନ ରାଜ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସେହିପରି ପୋଲିସ ଓ ଅନ୍ୟ କେନ୍ଦ୍ରୀୟ ସଂସ୍ଥା ମଧ୍ୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରଖିଛନ୍ତି । ଦେଶରେ ମୋଟ 7ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବା ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.