ETV Bharat / politics

ଜମ୍ମୁ କାଶ୍ମୀରର ସମସ୍ତ 6 ସଂସଦୀୟ ଆସନରେ କ୍ଲିନସ୍ବିପ କରିବ ‘ଇଣ୍ଡିଆ’ ମେଣ୍ଟ: ଫାରୁକ - Farooq Abdullah

author img

By ETV Bharat Odisha Team

Published : Apr 13, 2024, 9:53 PM IST

Abdullah predicted INDIA Bloc to win all ls seat of JK: ଫାରୁକ ଅବଦୁଲ୍ଲାଙ୍କ ଦୃଢୋକ୍ତି । ଜାମ୍ମୁ କାଶ୍ମୀରର ସମସ୍ତ ଲୋକସଭା ଆସନରେ କ୍ଲିନସ୍ବିପ କରିବ ‘ଇଣ୍ଡିଆ’ ମେଣ୍ଟ । ଅଧିକ ପଢନ୍ତୁ

ଘାଟିର ସମସ୍ତ 6 ସଂସଦୀୟ ଆସନରେ କ୍ଲିନସ୍ବିପ କରିବ ‘ଇଣ୍ଡିଆ’ ମେଣ୍ଟ: ଫରୁକ
ଘାଟିର ସମସ୍ତ 6 ସଂସଦୀୟ ଆସନରେ କ୍ଲିନସ୍ବିପ କରିବ ‘ଇଣ୍ଡିଆ’ ମେଣ୍ଟ: ଫରୁକ

ଶ୍ରୀନଗର: ଧାରା-370 ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଭୋଟ ଦେବାକୁ ଯାଉଛି ଜମ୍ମୁ କାଶ୍ମୀର । ଏଥର ଜମ୍ମୁ କାଶ୍ମୀରର ସମସ୍ତ 6 ସଂସଦୀୟ ଆସନରେ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ କ୍ଲିନସ୍ବପ କରିବ ବୋଲି ଦାବି କରିଛନ୍ତି ପୂର୍ବତନ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା । ଏହା ସହ ସେ ବଂଶବାଦ ରାଜନୀତି ଓ ଅନ୍ୟ ପ୍ରସଙ୍ଗରେ ମଧ୍ୟ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ଟାର୍ଗେଟ କରିଛନ୍ତି ।

ସାମରିକ ଋଣକୌଶଳର ଉଦାହରଣ ଦେଇ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ଆକ୍ରମଣ ରଣନୀତି ବିଷୟରେ ଶତ୍ରୁଙ୍କୁ ଆଗୁଆ ସୂଚନା ଦେବା ପରାଜୟର କାରଣ ହୋଇପାରେ । ତେଣୁ ସେ ନିର୍ବାଚନୀ ରଣନୀତି ସମ୍ପର୍କରେ ଅଧିକ କିଛି କହିବେ ନାହିଁ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ବର୍ତ୍ତମାନ ବଂଶବାଦ ରାଜନୀତି ସମ୍ପର୍କରେ ଫାରୁକ କହିଛନ୍ତି, କ’ଣ ଏହା କେବଳ କଂଗ୍ରେସ ଓ ‘ଏନସି’ରେ ହିଁ ସମୀତ ଅଛି । ନା ଅନ୍ୟ କ୍ଷେତ୍ରରେ ମଧ୍ୟ ଏହା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଶିଳ୍ପପତିମାନେ ମଧ୍ୟ ଅନୁରୂପ ଭାବେ ସେମାନଙ୍କ ଉତ୍ତରାଧିକାରୀ ଚୟନ କରୁଛନ୍ତି । ଅଭିନେତାମାନେ ମଧ୍ୟ ସେମାନଙ୍କ କଳା ମାଧ୍ୟମରେ ସେମାନଙ୍କ ପିଲାମାନଙ୍କୁ ପ୍ରସ୍ତୁତ କରୁଛନ୍ତି ବୋଲି ଫାରୁକ କହିଛନ୍ତି । ।

ବିଜେପି ଦେଇଥିବା ପ୍ରତିଶୃତି ପୂରଣ କରିବାରେ ଦେଶର କେଉଁ ରାଜ୍ୟରେ ସଫଳ ହୋଇନି । ସେମାନେ ଯୁବପିଢିଙ୍କୁ ରୋଜଗାର ଦେବେ ବୋଲି ପ୍ରତିଶୃତି ଦେଲେ, ମାତ୍ର ସେମାନେ ଦେଶର କିଛି ସ୍ଥାନରେ ଶୌଚାଳୟ ନିର୍ମାଣ କରିଥିବା କଥା କହୁଛନ୍ତି । ସେ ଦେଶରେ ଏମିତି ଏକ ରାଜ୍ୟ କିମ୍ବା ସ୍ଥାନ ଦେଖିବାକୁ ଚାହାନ୍ତି, ଯେଉଁଠି ବିଜେପି ଦେଇଥିବା ପ୍ରତିଶୃତି ପୂରଣ କରି ଦେଖାଇଛି ବୋଲି ଫାରୁକ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘ମୋଦି ଶାସନରେ IIT ଗ୍ରାଜୁଏଟ ମଧ୍ୟ ପାଉନାହାନ୍ତି ନିଯୁକ୍ତି’ - Priyanka Gandhi

ତେବେ ଏଠାରେ ସୂଚନାଯୋଗ୍ୟ ଯେ, 2019ରେ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର ଧାରା-370ରୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ । ଏହା ପରେ ଦୀର୍ଘ ବର୍ଷ ରାଷ୍ଟ୍ରପତି ଶାସନ ଜାରି ରହିବା ପରେ ଚଳିତଥର ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଏହା ସହ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । ସାଧାରଣ ନିର୍ବାଚନ ଶେଷ ହେବା ପରେ ଘାଟିରେ ବିଧାନସଭା ନିର୍ବାଚନ ହେବା ନେଇ ମୁଖ୍ୟ ନିର୍ବାଚନ କମିଶନର କହିସାରିଛନ୍ତି । ତେଣୁ ମୋଦି ସରକାର ଖୁବଶୀଘ୍ର କାଶ୍ମୀରକୁ ରାଜ୍ୟପାହ୍ୟା ଫେରାଇବା ନେଇ ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.