ETV Bharat / politics

‘ମୋଦି ଶାସନରେ IIT ଗ୍ରାଜୁଏଟ ମଧ୍ୟ ପାଉନାହାନ୍ତି ନିଯୁକ୍ତି’ - Priyanka Gandhi

author img

By ETV Bharat Odisha Team

Published : Apr 13, 2024, 7:52 PM IST

Priyanka Gandhi target Modi govt over employment: ମୋଦି ଶାସନ କେବଳ ଘରୋଇକରଣ ଯୁଗ । IIT ଗ୍ରାଜୁଏଟ ମଧ୍ୟ ନିଯୁକ୍ତି ପାଉନଥିବା କହି ବର୍ଷିଲେ ପ୍ରିୟଙ୍କା । ଅଧିକ ପଢନ୍ତୁ

‘ମୋଦି ଶାସନରେ IIT ଗ୍ରାଜୁଏଟ ମଧ୍ୟ ପାଉନାହାନ୍ତି ନିଯୁକ୍ତି’
‘ମୋଦି ଶାସନରେ IIT ଗ୍ରାଜୁଏଟ ମଧ୍ୟ ପାଉନାହାନ୍ତି ନିଯୁକ୍ତି’

ଡେରାଡୁନ: ସୁଶାସନ ଓ ବିକାଶର କଥା କହି ଭାରତୀୟ ଜନତା ପାର୍ଟି ନିଜର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି 370ରୁ ଅଧିକ ଆସନ ସହ କେନ୍ଦ୍ରରେ ତୃତୀୟ ପାଳି ଆରମ୍ଭ କରିବା ଲକ୍ଷ୍ୟରେ ନିର୍ବାଚନ ପ୍ରଚାର ଜାରି ରଖିଛି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରର ଦୋଷ ଦୁର୍ବଳତାକୁ ଶାଣିତ ଟାର୍ଗେଟ କରିବା ସହ ନିର୍ବାଚନ ପ୍ରଚାର ଜାରି ରଖିଛି । କଂଗ୍ରେସର ଏହି ସମାଲୋଚନା ଏଜେଣ୍ଡା ମଧ୍ୟରେ ରହିଛି ଦେଶରେ ବେରୋଜଗାରୀ ପ୍ରସଙ୍ଗ । ବିଜେପି ଦେଇଥିବା ନିଯୁକ୍ତି ସୃଷ୍ଟି ପ୍ରତିଶୃତିକୁ ପୂରଣ କରିବାରେ ବିଫଳ ହୋଇଛି ବୋଲି ଦଳ ବିଭିନ୍ନ ସମୟରେ ଟାର୍ଗେଟ କରିଆସିଛି । ଆଜି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ମୋଦି ଶାସନରେ ଦେଶରେ ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ତ ଦୂରର କଥା, ବରଂ ଆଇଆଇଟି ପରି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିବା ଯୁବକ-ଯୁବତୀମାନେ ମଧ୍ୟ ନିଯୁକ୍ତି ପାଉନାହାନ୍ତି ।

ଆଜି ଉତ୍ତରାଖଣ୍ଡର ହରିଦ୍ବାରରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରି ବିଜେପି ସରକାରକୁ ଏହି ପ୍ରସଙ୍ଗରେ ଘେରିଛନ୍ତି ପ୍ରିୟଙ୍କା । କହିଛନ୍ତି, "ମୋଦି ସରକାର ଦେଶରେ ନିଯୁକ୍ତି ସୃଷ୍ଟି କରିବା ପରିବର୍ତ୍ତେ ବେକାରୀ ବଢାଇବାରେ ଲାଗିଛି । ମୋଦି ସରକାର ନୀତି ଓ ନିଷ୍ପତ୍ତି ରୋଜଗାର ସୃଷ୍ଟି କରିବା ଦିଗରେ ଅନୁକୂଳ ନୁହେଁ । ଦେଶରେ ଏବେ ଘରୋଇକରଣର ଯୁଗ ଚାଲିଛି । ବିଭିନ୍ନ ଶିଳ୍ପ ଓ ରାଷ୍ଟ୍ରାୟତ ସଂସ୍ଥାକୁ ବିଜେପି ସରକାର ସେମାନଙ୍କ ବନ୍ଧୁ ଶିଳ୍ପପତିମାନଙ୍କ ନିୟନ୍ତ୍ରଣକୁ ଟେକି ଦେବାରେ ଲାଗିଛନ୍ତି । ଦେଶରେ ସମସ୍ତ ନିଯୁକ୍ତି ସମ୍ଭାବନା ଏବେ କର୍ପୋରେଟ କ୍ଷେତ୍ର ଅଧୀନକୁ ଚାଲିଗଲାଣି । ଏପରି ସମୟରେ ଦେଶରେ ବେରୋଜଗାରୀ ବଢିବାରେ ଲାଗିଛି । ସ୍ଥିତି ଏତେ ଉତ୍କଟ ହେଲାଣି ଯେ, ଆଇଆଇଟି ଗ୍ରାଜୁଏଟ ମଧ୍ୟ ନିଯୁକ୍ତି ଖଣ୍ଡେ ପାଇ ପାରୁନାହାନ୍ତି ।"

ଏହା ମଧ୍ୟ ପଢନ୍ତୁ :- ଜାଲିଆନାୱାଲା ବାଗ ନରସଂହାରକୁ ପୂରିଲା 105 ବର୍ଷ, ବୈଶାଖୀରେ ବୋହିଥିଲା ରକ୍ତର ନଦୀ - JALLIANWALA BAGH MASSACRE

ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀଙ୍କ ସମେତ ତମାମ କଂଗ୍ରେସ ନେତା ବିଜେପିର 2014 ସାଧାରଣ ନିର୍ବାଚନରେ ସାମ୍ନାକୁ ଆସିଥିବା ବାର୍ଷିକ 2କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ଘୋଷଣାକୁ କ୍ରମାଗତ ସମାଲୋଚନା କରିସାରିଛନ୍ତି । ନିକଟରେ ରାହୁଲ ମଧ୍ୟ ବେରୋଜଗାରୀ ଓ ସେନାରେ ଅସ୍ଥାୟୀ ଭର୍ତ୍ତି ପାଇଁ କେନ୍ଦ୍ର ଆଣିଥିବା ‘ଅଗ୍ନିବୀର’ ଯୋଜନାକୁ ଯୁବପିଢି ବିରୋଧୀ ବୋଲି କହି ବର୍ଷିଥିଲେ । ଏହା ସହ କଂଗ୍ରେସ ମଧ୍ୟ ସାଧାରଣ ନିର୍ବାଚନ ପାଇଁ ଜାତୀୟ ଇସ୍ତାହାରରେ ନିଯୁକ୍ତିକୁ ମୁଖ୍ୟ ମୁଦ୍ଦା କରିଛି । ଦଳ ଇସ୍ତାହାରରେ ଘୋଷଣା କରିଥିବା 5-ନ୍ୟାୟ ଓ 25-ଗ୍ୟାରେଣ୍ଟି ମଧ୍ୟରେ ନିଯୁକ୍ତି ସୁଯୋଗକୁ ବଢାଯିବ ବୋଲି ଉଲ୍ଲେଖ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.