ETV Bharat / politics

ବିଜେପିର ମିଶ୍ରଣ ପର୍ବ, ବିଜେଡି-କଂଗ୍ରେସ ଛାଡି ପଦ୍ମ ଧରିଲେ ଶତାଧିକ କର୍ମୀ

author img

By ETV Bharat Odisha Team

Published : Mar 15, 2024, 10:05 AM IST

Bjp Joining Program: ରାଜ୍ୟ ବିଜେପିର ମିଶ୍ରଣ ପର୍ବ । ବିଜେପିରେ ସାମିଲ ହେଲେ ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ । ସେପଟେ କଂଗ୍ରେସ ପିସିସି ସଦସ୍ୟ ରାକେଶ ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟ ବିଜେପିର ମିଶ୍ରଣ ପର୍ବ
ରାଜ୍ୟ ବିଜେପିର ମିଶ୍ରଣ ପର୍ବ

ରାଜ୍ୟ ବିଜେପିର ମିଶ୍ରଣ ପର୍ବ

ଭୁବନେଶ୍ବର: ରାଜ୍ୟ ବିଜେପିର ମିଶ୍ରଣ ପର୍ବ । ଗତକାଲି ବିଜେପିରେ ସାମିଲ ହେଲେ ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ । ସେପଟେ କଂଗ୍ରେସ ପିସିସି ସଦସ୍ୟ ରାକେଶ ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରାକେଶ ସିଂ ଏବଂ ଅନାମ ନାଏକ । ଉଭୟ ସେମାନଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି ।

ମିଶ୍ରଣ ପର୍ବରେ ରାକେଶ ସିଂଙ୍କ ସହ ବାରିପଦା ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ଉପସଭାପତି ସୌଜିତ କୁମାର ବେଶ୍ରା, ଯୁବ କଂଗ୍ରେସ ନେତା ବେଣୁଧର ବେହେରା, ନରେନ୍ଦ୍ର ବେହେରା, ଟୁନା ବେହେରା, ଶିବଧର ବେହେରା, ଫତେ ସୋରେନ, ନରେନ୍ଦ୍ର ସିଂ, କର୍ଜି ମୁର୍ମୁ, ଦୁଃଖିଶ୍ୟାମ ହାଂସଦା, ଯୁବ ସଂଗଠକ ଶିବଶଙ୍କର ସିଂ, ବିଜୁ କୁମାର ସିଂ, ଚଟିଆ ସିଂ, ସଚିଦାନନ୍ଦ ସିଂ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି । ଏହି ଆସ୍ଥାକୁ ପାଥେୟ କରି ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ଏହି ମିଶ୍ରଣ ପର୍ବରେ ବିଜେଡି ଏବଂ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତୃବୃନ୍ଦ ବିଜେପିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ବିଜେପିରେ ମିଶିଲେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ଦୁଇ ଜଣାଶୁଣା ନେତା ସାମିଲ ହେବା ପରେ ନିଜ ନିଜ ଅଞ୍ଚଳରେ ବିଜେପିର ସ୍ଥିତିକୁ ସୁଦୃଢ କରିବା ସହ ରାଜ୍ୟରେ ବିଜେପି ସରକାର ଗଠନର ସେନା ସାଜିବେ ବୋଲି ସଭାରେ କୁହାଯାଇଛି । ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ଭିତରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ତେବେ କିଛିଦିନ ତଳେ ନାଲକୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ ବିଜେପିରେ ଯୋଗ ଦେଇଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ ତପନ ଚାନ୍ଦ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ବାଗତ କରିଥିଲେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.