ETV Bharat / politics

ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ସୂର୍ଯ୍ୟେଓ୍ବାଲା, କାରଣ ଦର୍ଶାଅ ନୋଟିସ ଜାରି କଲେ ECI - show cause notice to Surjewala

author img

By ETV Bharat Odisha Team

Published : Apr 9, 2024, 9:40 PM IST

ECi sent a show cause notice to Randeep Surjewala: ହେମା ମାଳିନୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ସୂର୍ଯ୍ୟେଓ୍ବାଲା । କାରଣ ଦର୍ଶାଅ ନୋଚିସ ଜାରି କଲେ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

ହେମାମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲା, ରଣଦ୍ବୀପ ସୂର୍ଯ୍ୟେଓ୍ବାଲାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ
ହେମାମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲା, ରଣଦ୍ବୀପ ସୂର୍ଯ୍ୟେଓ୍ବାଲାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଉଚିତ ନୁହେଁ ବୋଲି ନିର୍ବାଚନ କମିଶନ କଂଗ୍ରେସକୁ ଚେତାଇଛନ୍ତି । ମଥୁରା ସାଂସଦ ତଥା ଚଳିତଥର ବିଜେପି ପ୍ରାର୍ଥିନୀ ହେମା ମାଳିନୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସର ବରିଷ୍ଠ ନେତା ରଣଦ୍ବୀପ ସୂର୍ଯ୍ୟେଓ୍ବାଲାଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି ରଖି ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣାର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ସୂର୍ଯ୍ୟେଓ୍ବାଲା ସାଂସଦ ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା ।

ପୂର୍ବରୁ କଂଗ୍ରେସର ବରିଷ୍ଠ ନେତ୍ରୀ ସୁପ୍ରିୟା ଶ୍ରୀନାତେଙ୍କ ବିରୋଧରେ ମଧ୍ୟ ବିଜେପି ପ୍ରାର୍ଥିନୀ ତଥା କଙ୍ଗନା ରାଣାଓ୍ବତଙ୍କ ସମ୍ପର୍କରେ ମଧ୍ୟ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିବା ପରେ ଆୟୋଗ ନୋଟିସ ମଧ୍ୟ ଜାରି କରିଥିଲେ । ହେଲେ ଏହାକୁ ଖଣ୍ଡନ କରିବା ସହ ନିଜ ସପକ୍ଷରେ ସ୍ପଷ୍ଟୀକରଣ ରଖିଥିଲେ ସୁପ୍ରିୟା । ସେ ମହିଳାଙ୍କୁ ସର୍ବଦା ସମ୍ମାନ ଦିଅନ୍ତି । ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ଅପବ୍ୟବହାର କରାଯାଇ ଏହି ପୋଷ୍ଟ କରାଯାଇଛି । ସେ ଏହି ସମ୍ପର୍କରେ ମଧ୍ୟ ଅବଗତ ନଥିଲେ । ସେ ଏହା ଜାଣିବା ପରେ ତୁରନ୍ତ ଏହି ଆପତ୍ତିଜନକ ପୋଷ୍ଟକୁ ଡିଲିଟ କରିବା ସହ ନିଜ ଆକାଉଣ୍ଟକୁ ଡିଆକ୍ଟିଭେଟ ମଧ୍ୟ କରିଥିବା ସୋସିଆଲ ମିଡିଆରେ ଭିଡିଓ ଜାରି କରି ସ୍ପଷ୍ଟୀକରଣ ରଖିଥିଲେ ସୁପ୍ରିୟା ।

ଏହା ମଧ୍ୟ ପଢନ୍ତୁ:- ଭୁବନେଶ୍ବର ଲୋକସଭା ଆସନରେ ହେବ ବିଗ୍‌ ଫାଇଟ୍‌, କାହା ପଲ୍ଲା ଭାରି ? - General Election 2024

ଚଳିତ ନିର୍ବାଚନରେ ପରସ୍ପର ବିରୋଧରେ ବିଭିନ୍ନ ରାଜନେତା ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଆପତ୍ତିଜନକ ଟିପ୍ପଣୀକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ଗତକାଲି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମଧ୍ୟ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି । ଦଳର ନିର୍ବଚନୀ ଘୋଷଣାପତ୍ରକୁ ମୁସଲିମ ଲିଗର ବିଚାରଧାରା ସହ ତୂଳନା କରି ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାମଞ୍ଚରେ ସମାଲୋଚନା କରିବା ପରେ ଏହି ବିବାଦ ସାମ୍ନାକୁ ଆସିଛି । ଗତକାଲି କଂଗ୍ରସେର ବରିଷ୍ଠ ନେତାଙ୍କ ଏକ ଟିମ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ବରିଷ୍ଠ ନେତା ଜୟରାମ ରମେଶ ଏକ୍ସରେ ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.