ETV Bharat / politics

ଶଙ୍ଖ ଫୁଙ୍କିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ, ବିଜେଡି ଟିକେଟରେ ଲଢ଼ିବେ ନିର୍ବାଚନ ! - Arundhati Devi Joins BJD

author img

By ETV Bharat Odisha Team

Published : Apr 16, 2024, 9:29 PM IST

Arundhati Devi Joins BJD: ଦେବଗଡ଼ ରାଣୀ ତଥା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଆଜି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ତେବେ ସେ ବିଜେଡି ଟିକେଟରେ ଦେବଗଡ଼ରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

Arundhati Devi Joins BJD
Arundhati Devi Joins BJD

ଭୁବନେଶ୍ବର: ସମ୍ବଲପୁର ସାଂସଦ ତଥା ଦେବଗଡ଼ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଅରୁନ୍ଧତୀ ଦେବୀଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଏହି ସମୟରେ ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ । ବିଜେଡି ଟିକେଟରେ ସେ ଦେବଗଡ଼ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ସୂଚନା ମିଳିଛି ।

Arundhati Devi Joins BJD
Arundhati Devi Joins BJD

ଅପରାହ୍ନରେ ସୋସିଆଲ ମିଡିଆରେ ବିଜେପି ଛାଡ଼ିବା ନେଇ ପୋଷ୍ଟ କରିଥିଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଥିଲେ । ଗତ କିଛିବର୍ଷ ହେବ ତାଙ୍କ ସାଂସଦ ସ୍ବାମୀଙ୍କୁ ବିଜେପିରେ ଏକଘରିକିଆ କରାଯାଇଥିବାରୁ ଅରୁନ୍ଧତୀ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଏହା ସହିତ ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହ ତାଙ୍କର ଦୀର୍ଘଦିନ ହେବ ରାଜନୈତିକ ବିବାଦ ଲାଗି ରହିଥିଲା । ଅରୁନ୍ଧତୀ ବିଜେପି ସହ ସମ୍ପର୍କ ତୁଟାଇବା ପରେ ବାମରା ରାଜ ପରିବାରର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ଉପରେ କେବଳ ଦେବଗଡ଼ ନୁହେଁ ସମଗ୍ର ସମ୍ବଲପୁର ସଂସଦୀୟ କ୍ଷେତ୍ରର ନଜର ରହିଥିଲା । ଦେବଗଡ଼ ସମେତ ସମ୍ବଲପୁର ଜିଲ୍ଲାରେ ରାଜପରିବାରର ଦବଦବା ରହିଥିବା କୁହାଯାଏ ।

Arundhati Devi Joins BJD
Arundhati Devi Joins BJD

ସନ୍ଧ୍ୟା ଯାଉ ଯାଉ ବିଜେଡିରେ ସାମିଲ ହୋଇଛନ୍ତି ଅରୁନ୍ଧତୀ ଦେବୀଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ । ଉଭୟ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ବିଜେଡି ଉତ୍ତରୀୟ ପକାଇଛନ୍ତି । କାର୍ଯ୍ୟକ୍ରମରେ ବିଜେଡିର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଉପସ୍ଥିତ ଥିଲେ । ଆସନ୍ତାକାଲି ଶଙ୍ଖ ଭବନରେ ଅରୁନ୍ଧତୀ ଦେବୀଙ୍କ ସମର୍ଥକ ବିଜେଡିରେ ସାମିଲ ହେବେ ସୂଚନା ମିଳିଛି । ସେହିପରି ବିଜେଡି ଟିକେଟରେ ଅରୁନ୍ଧତୀ ଦେବୀ ବିଧାନସଭା ଆସନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଦେବଗଡ଼ରୁ ବିଜେଡିର ବିଧାନସଭା ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ବିଭିନ୍ନ ସମୟରେ ଅରୁନ୍ଧତୀ ଦେବୀ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବାର ନଜିର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.