ETV Bharat / politics

କେନ୍ଦ୍ର-ରାଜ୍ୟ ସରକାରଙ୍କ ଅଘୋଷିତ ମେଣ୍ଟକୁ କଂଗ୍ରେସର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

author img

By ETV Bharat Odisha Team

Published : Feb 18, 2024, 9:18 PM IST

Congress Burnt Effigy Of CM And 5T Chairman: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପରେ କଂଗ୍ରେସ କରିଛି ଟାର୍ଗେଟ । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କର କୁଶପୁତ୍ତଳିକା ଦାହ । ଅଧିକ ପଢନ୍ତୁ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଘୋଷିତ ମେଣ୍ଟକୁ କଂଗ୍ରେସର ବିରୋଧ , ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଘୋଷିତ ମେଣ୍ଟକୁ କଂଗ୍ରେସର ବିରୋଧ , ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଘୋଷିତ ମେଣ୍ଟକୁ କଂଗ୍ରେସର ବିରୋଧ , ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ

ମାଲକାନଗିରି: ରାଜ୍ୟସଭା ସିଟ୍ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପରେ ତେଜିଛି ରାଜ୍ୟ ରାଜନୀତି । ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଉଭୟ ଦଳ ନିଜ ସ୍ବାର୍ଥ ପାଇଁ କାମ କରୁଛନ୍ତି ବୋଲି କଂଗ୍ରେସ କହିଛି । ଏହି କ୍ରମରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମାଲକାନଗିରି ଜିଲ୍ଲାରେ ସଦରମହକୁମା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ କରାଯାଇଛି । ରାଜ୍ୟ ସରକାରଙ୍କର ୨୪ ବର୍ଷ ଶାସନରେ ଓଡ଼ିଶାର ଦାଦନ ସମସ୍ୟାକୁ ହଟାଇ ପାରୁନଥିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପକୁ କଂଗ୍ରେସ ବିରୋଧ କରିଛି । ବିଶେଷ କରି ଗତ କିଛିଦିନ ତଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ସରକାର ସମର୍ଥନ କରିବା ଘଟଣାକୁ କଂଗ୍ରେସ ଦୃଢ଼ ବିରୋଧ କରିଛନ୍ତି । ଏପରିକି ବିଜେପି ଓ ବିଜେଡ଼ି ଦୁଇଟି ଦଳ ନୁହେଁ ସେମାନେ ଉଭୟ ଗୋଟିଏ ଦଳ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାର ରାଜ୍ୟର ସମସ୍ତ ଖଣି ଖାଦାନକୁ ବିକୁଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜିଲ୍ଲା କଂଗ୍ରେସ । ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ସରକାର ସମର୍ଥନ କରିବା ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଭୁଲ୍ ମାଗନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ଭୁଲ ନ ମାଗନ୍ତି ତେବେ ଆଗାମୀ ନିର୍ବାଚନରେ ଓଡିଶାବାସୀ ଠିକ୍ ଜବାବ ଦେବେ କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ମାଲାମଢି । ଶେଷରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ଜି. ଶ୍ରୀନିବାସ ରାଓ, ମାଲା ମାଡ଼ି, କେଶୁ ରାଓ, ପଦ୍ମନ ପାଙ୍ଗି, ପ୍ରାନକ୍ରିଷ୍ନ ମଣ୍ଡଳ, ଇଶାଖ ଖୋଶଲା, ସନ୍ତୋଷ ପଟ୍ଟନାୟକ,ପ୍ରର୍ଶୂରାମ ଭକ୍ତ ସମେତ ଜିଲ୍ଲା କଂଗ୍ରେସର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ ... ବିଜେଡି କନିଆ ବିଜେପି ବର; ରାଉରକେଲାରେ ଦୁଇ ଦଳର ବାହାଘର କଲା କଂଗ୍ରେସ

ଦୁଇ ଦିନ ପୂର୍ବେ ଅର୍ଥାତ ୧୬ ତାରିଖ ଦିନ ଭାରତ ବନ୍ଦ ଡାକରାରେ ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଏହାକୁ ସମର୍ଥନ ଦିଆଯାଇଥିଲା । ଯାହାର ପ୍ରଭାବ ମାଲକାନଗିରି ସହର ଠାରେ ଦେଖିବାକୁ ମିଳିଥିଲା । କୃଷକଙ୍କ ଏମଏସପି ଦାବି ସହିତ ଜିଲ୍ଲା କଂଗ୍ରେସ ପକ୍ଷରୁ ବେକାରୀ ସମସ୍ୟା, ଜିଲ୍ଲା ଭିତ୍ତିକ ନିଯୁକ୍ତି, ମାଲକାନଗିରି ଜିଲ୍ଲାରେ ପଡ଼ିରହିଥିବା ବିଇଡି କଲେଜକୁ କାର୍ଯ୍ୟକ୍ଷମ କରାଇବା ସହିତ ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ କଲେଜ ଗୁଡ଼ିକ ସରକାରୀ କଲେଜ ରୂପରେ ଘୋଷଣା କରିବା ପ୍ରମୁଖ ଦାବି ଗୁଡ଼ିକ ଜିଲ୍ଲା କଂଗ୍ରେସ କମିଟି ଉପସ୍ଥାପନ କରାଯାଇଥିଲା । ଭାରତ ବନ୍ଦ ଡାକରାରେ ସହରର ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.