ETV Bharat / politics

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଆପ୍ ଡିଲ୍ ପକ୍କା: ଦିଲ୍ଲୀରେ ଝାଡୁକୁ 4-ହାତକୁ 3, ଗୁଜୁରାଟ-ହରିୟାଣା-ଗୋଆ-ଚଣ୍ଡିଗଡ଼ରେ ମିଶିକି ଲଢ଼ିବେ

author img

By ETV Bharat Odisha Team

Published : Feb 24, 2024, 1:21 PM IST

Updated : Feb 24, 2024, 1:29 PM IST

Congress-AAP seat sharing for Lok Sabha Election 2024: ଇଣ୍ଡିଆ ମେଣ୍ଟ ପାଇଁ ଶୁଭ ଖବର । 2024 ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଆପ୍ ଆସନ ବୁଝାମଣା ଚୂଡ଼ାନ୍ତ । ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆ ପାଇଁ କଂଗ୍ରେସ-ଆପ୍ ମଧ୍ୟରେ ଚୂଡ଼ାନ୍ତ ହୋଇଛି ସିଟ୍ ସେୟାରିଂ । କେଉଁ ରାଜ୍ୟରୁ କେତେ ସିଟ୍ ରେ କିଏ ଲଢ଼ିବ, ଆସନ୍ତୁ ଜାଣିବା,

Etv Bharat
Etv Bharat

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବଡ଼ ଖବର । ଇଣ୍ଡିଆ ମେଣ୍ଟର ଦୁଇ ଭାଗୁଆଳି ଦଳ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଚୂଡ଼ାନ୍ତ ହୋଇଛି ଆସନ ବୁଝାମଣା । ଦିଲ୍ଲୀ, ଗୁଜରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆ ପାଇଁ କଂଗ୍ରେସ-ଆପ୍ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୁଇଦଳ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି ।

ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆରେ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି । ଆପ୍ ସାଂସଦ ସନ୍ଦୀପ ପାଠକ ଏବଂ କଂଗ୍ରେସ ସାଧାରଣ ସଂପାଦକ ତଥା ସାଂସଦ ମୁକୁଲ ୱାସନିକଙ୍କ ଉପସ୍ଥିତିରେ କେଉଁ ରାଜ୍ୟରୁ କିଏ କେତେ ଆସନରେ ଲଢ଼ିବେ ତାହା ଘୋଷଣା କରାଯାଇଛି ।

ଦିଲ୍ଲୀ: ଦିଲ୍ଲୀରେ ମୋଟ ଲୋକସଭା ଆସନ 7 । ସେଥିରୁ କଂଗ୍ରେସ ପାର୍ଟି 3ଟି ଆସନରେ ଲଢ଼ିବ । ସେହିପରି ଆପ୍ ଲଢ଼ିବ 4ଟି ଆସନରେ । କଂଗ୍ରେସ ପାର୍ଟିର ପ୍ରାର୍ଥୀମାନେ ନର୍ଥ ଇଷ୍ଟ ଦିଲ୍ଲୀ, ଚାନ୍ଦିନୀ ଚୌକ ଏବଂ ନର୍ଥ ୱେଷ୍ଟ ଦିଲ୍ଲୀ ଲୋକସଭା ଆସନରେ ଲଢ଼ିବେ । ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟି ନୂଆଦିଲ୍ଲୀ, ୱେଷ୍ଟ ଦିଲ୍ଲୀ, ସାଉଥ ଦିଲ୍ଲୀ ଏବଂ ଇଷ୍ଟ ଦିଲ୍ଲୀ ଆସନରୁ ଲଢ଼ିବ । 2019 ନିର୍ବାଚନରେ ବିଜେପି 7ଟି ଯାକ ଆସନରେ ବିଜୟୀ ହୋଇଥିଲା ।

ଗୁଜୁରାଟ: ଗୁଜରାଟରେ ମୋଟ ଲୋକସଭା ଆସନ 26 । 2024 ନିର୍ବାଚନରେ ଗୁଜରାଟରେ କଂଗ୍ରେସ 24 ଆସନରେ ଲଢ଼ିବାକୁ ଥିବା ବେଳେ ଆପ୍ 2ଟି ଆସନରେ ଲଢ଼ିବ । ଆପ୍ ପାଇଁ ଭାରୁଚ ଏବଂ ଭାବନାଗର ଲୋକସଭା ଆସନ ଛାଡ଼ିଛି କଂଗ୍ରେସ ।

ହରିୟାଣା: ହରିୟାଣାରେ ମୋଟ୍ ଲୋକସଭା ଆସନ 10 । ସେଥିରୁ କଂଗ୍ରେସ 9ଟିରେ ଲଢ଼ିବ ଏବଂ ଆପ୍ ଗୋଟିଏ ଆସନରେ ପ୍ରାର୍ଥୀ ଦେବ । ଆପ୍ ଲଢ଼ିବାକୁ ଥିବା ଆସନ ହେଉଛି କୁରୁକ୍ଷେତ୍ର ।

ଗୋଆ ଏବଂ ଚଣ୍ଡିଗଡ଼: ଗୋଆରେ ଦୁଇଟି ଲୋକସଭା ଆସନ ଥିବା ବେଳେ, ଦୁଇଟି ଯାକ ଆସନରେ ଲଢ଼ିବ କଂଗ୍ରେସ ପାର୍ଟି । ସେହିପରି ଚଣ୍ଡିଗଡ଼ର ଏକମାତ୍ର ସିଟ୍ ରେ ଲଢ଼ିବ କଂଗ୍ରେସ ପାର୍ଟି।

ଏହା ମଧ୍ୟ ପଢ଼ନ୍ତୁ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଆପ ମଧ୍ୟରେ ଆସନ ବୁଝାମଣା ଆଲୋଚନା ଆରମ୍ଭ

ଏହା ମଧ୍ଯ ପଢ଼ନ୍ତୁ:ଉତ୍ତର ପ୍ରଦେଶରେ 63 ଆସନରେ ଲଢିବ ସପା, 17ରେ କଂଗ୍ରେସ

ପଞ୍ଜାବରେ ହେବ କି ମେଣ୍ଟ ?

ପଞ୍ଜାବରେ ହେବକି ଆପ୍-କଂଗ୍ରେସ ପ୍ରାକ ନିର୍ବାଚନୀ ମେଣ୍ଟ ? ତାକୁ ନେଇ ଏବେ ବି କଳ୍ପନା ଜଳ୍ପନା ଜାରି ରହିଛି । କାରଣ ଆଜି ପଞ୍ଜାବକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପଞ୍ଜାବରେ ମୋଟ 13ଟି ଲୋକସଭା ସିଟ୍ ଥିବା ବେଳେ, କଂଗ୍ରେସ ଏବଂ ଆପ୍ ମଧ୍ୟରେ ଭାଗ ଛିଡୁନାହିଁ । ପଞ୍ଜାବରେ ବର୍ତ୍ତମାନ ଆପ୍ ସରକାର କ୍ଷମତାରେ ଥିବା ବେଳେ, କଂଗ୍ରେସକୁ ଅଧିକ ସିଟ୍ ଦେବାକୁ ଅମଙ୍ଗ ଅଛନ୍ତି ଆପ ସୁପ୍ରିମୋ କେଜ୍ରିୱାଲ୍ । ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆରେ କଂଗ୍ରେସ-ଆପ୍ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇସାରିଥିବା ବେଳେ, ଏବେ ପଞ୍ଜାବ ଉପରେ ରହିଛି ନଜର ।

ୟୁପିରେ କଂଗ୍ରେସ-ସପା ସିଟ୍ ସେୟାରିଂ

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ସିଟ୍ ବୁଝାମଣା ହୋଇ ସାରିଛି । ୟୁପିରେ ମୋଟ 80 ଆସନ ମଧ୍ୟରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି 63 ଆସନରେ ଲଢ଼ିବାକୁ ଥିବା ବେଳେ କଂଗ୍ରେସ 17 ଆସନରେ ଲଢ଼ିବ । ଦୁଇ ଦଳ ମଧ୍ୟରେ ସିରିଜ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଇଣ୍ଡିଆ ମେଣ୍ଟରୁ ଗୋଟିଏ ପରେ ଗୋଟିଏ ଦଳ ଦୂରେଇ ଯାଉଥିବା ବେଳେ, କଂଗ୍ରେସ ଏବଂ ଆପ୍ ର ସିଟ୍ ସେୟାରିଂ ବିରୋଧୀ ମହାମେଣ୍ଟକୁ ଶକ୍ତି ପ୍ରଦାନ କରିବ ବୋଲି, ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 24, 2024, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.