ETV Bharat / bharat

ଉତ୍ତର ପ୍ରଦେଶରେ 63 ଆସନରେ ଲଢିବ ସପା, 17ରେ କଂଗ୍ରେସ

author img

By ETV Bharat Odisha Team

Published : Feb 21, 2024, 10:58 PM IST

INDIA Bloc's UP Seat Sharing Pact Finalised:ଉତ୍ତର ପ୍ରଦେଶରେ 63 ଆସନରେ ଲଢିବ ସପା, 17 ରେ କଂଗ୍ରେସ । ଆମେଠୀ ଓ ରାଏ-ବରେଲୀ ଉପରେ ନଜର । ଲଢିପାରନ୍ତି ରାହୁଲ- ପ୍ରିୟଙ୍କା । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ 63 ଆସନରେ ଲଢିବ ସପା, 17 ରେ କଂଗ୍ରେସ

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ‘ଇଣ୍ଡିଆ’ ମେଣ୍ଟର ଦୁଇ ମୁଖ୍ୟ ସହଯୋଗୀ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ଅପରାହ୍ନରେ ସପା ମୁଖ୍ୟ ଅଖିଳେଶ କହିଥିଲେ, ରାଜ୍ୟରେ ମେଣ୍ଟରେ ନିର୍ବାଚନ ଲଢେଇ ହେବ । ମେଣ୍ଟରେ କୌଣସି ବୁଝାମଣାରେ ଦ୍ବନ୍ଦ୍ବ ନାହିଁ । ସଂଧ୍ୟାରେ ଆସନ ସଂଖ୍ୟା ମଧ୍ୟ ଘୋଷଣା ହୋଇଛି । 80 ଆସନ ମଧ୍ୟରୁ ସମାଜବାଦୀ ପାର୍ଟି 63 ଆସନରେ ଲଢିବ । ଅବଶିଷ୍ଟ 17 ଆସନରେ କଂଗ୍ରେସ ନିର୍ବାଚନ ଲଢିବାକୁ ଯାଉଛି ।

2024 ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବା ପାଇଁ ଗତବର୍ଷ (2023) ଜୁନ୍ ମାସରେ ଗଠିତ ହୋଇଥିବା ବିରୋଧୀଙ୍କ ବହୁଦଳୀୟ ମହାମେଣ୍ଟର ପ୍ରଥମ ଆନୁଷ୍ଠାନିକ ସିଟ ସେୟାରିଂ ସାମ୍ନାକୁ ଆସିଛି । କଂଗ୍ରେସକୁ ସପା ଛାଡିଥିବା 17 ଆସନରେ ମଧ୍ୟରେ ବହୁ ପ୍ରମୁଖ ସଂସଦୀୟ କ୍ଷେତ୍ର ରହିଛି । ଏହି ଆସନ ମଧ୍ୟରେ ରାଏ-ବରେଲି ଓ ଆମେଠୀ ସମେତ କାନପୁର ନଗର, ଫତେହପୁର ସିକ୍ରି, ବାସଗାଓଁ, ସାହାରନପୁର, ପ୍ରୟାଗରାଜ, ମହାରାଜଗଞ୍ଜ, ଆମରୋହା, ଝାନସୀ, ବୁଲନ୍ଦସହର, ଘାଟିଆବାଦ, ମଥଜାବର , ବାରବାଙ୍କି, ଏବଂ ଦେଓରିଆ ପରି ଏକାଧିକ ଲଢୁଆ ସିଟ ରହିଛି ।

ଏହା ମଧ୍ୟ ପଢନ୍ତୁ :- ମହଙ୍ଗା ପଡିଲା ଫେସବୁକ ବିଜ୍ଞାପନ ଦେଖି ଟ୍ରେଡିଂ, ବ୍ୟବସାୟୀଙ୍କୁ ଆକାଉଣ୍ଟରୁ ଉଡିଗଲା 6 କୋଟି

ଏହି ସିଟ ମଧ୍ୟରେ କଂଗ୍ରେସର ଦୁଇ ଭେଟେରାନ ଗାନ୍ଧୀ ପରିବାର ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ଗତ ନିର୍ବାଚନରେ ଲଢିଥିଲେ । ସୋନିଆ ରାଏ-ବରେଲୀ ଆସନରୁ ବିଜୟୀ ହୋଇଥିଲେ । ରାହୁଲ ଗାନ୍ଧୀ ଆମେଠୀ ଆସନରୁ ନିର୍ବାଚନ ଲଢି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ । ଚଳିତ ଥର ସୋନିଆ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି । ତାଙ୍କ ପାରମ୍ପରିକ ଆସନ ଆମେଠୀରୁ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲଢିପାରନ୍ତି । ସେହିପରି ଚଳିତଥର ମଧ୍ୟ ଆମେଠୀ ଆସନରୁ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଲଢିବାର ଯଥେଷ୍ଟ ସମ୍ଭବନା ରହିଛି । ତେବେ ରାଜ୍ୟରେ ବିରୋଧୀ ଦଳ ଭୂମିକାରେ ଥିବା ସାମଜବାଦୀ ପାର୍ଟି ଇଣ୍ଡିଆ ମେଣ୍ଟରେ ଥିବା ସତ୍ତ୍ବେ ଅଧିକ ଆସନ କଂଗ୍ରେସକୁ ଛାଡିବ ନାହିଁ ବୋଲି କହିଥିଲା । ପ୍ରଥମେ ଦଳ 15 ଆସନ ସହ ପ୍ରସ୍ତାବ ରଖିଥିଲା । ଯାହାକୁ ନେଇ କଂଗ୍ରେସ ଓ ସପା ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଆଜି 17 ଆସନ ସହ କଂଗ୍ରେସ ରାଜି ହେବା ପରେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.