ETV Bharat / politics

ରାଉରକେଲାରେ ଜମିବ ପ୍ରଚାର ଲଢେଇ, ୧୫ରେ ଆସିବେ ନବୀନ-ଶାହ - ROURKELA ASSEMBLY CONSTITUENCY

author img

By ETV Bharat Odisha Team

Published : May 13, 2024, 9:05 PM IST

Naveen-Shah High Voltage Campaign: ରାଉରକେଲାରେ ଆସନ୍ତା ୧୫ ତାରିଖରେ ସରଗରମ ହେବ ରାଉରକେଲାର ପ୍ରଚାର ମୈଦାନ । ବିଜେଡି ସୁପ୍ରିମୋ ଓ କେନ୍ଦ୍ର ଗୃହ ମନ୍ତ୍ରୀ କରିବେ ଗୋଟେ ଦିନରେ ଦଳୀୟ ପ୍ରଚାର । ଅଧିକ ପଢନ୍ତୁ

Naveen - Shah High Voltage Campaign
Naveen - Shah High Voltage Campaign (ETV Bharat)

Naveen - Shah High Voltage Campaign (ETV Bharat Odisha)

ରାଉରକେଲା: ଆସନ୍ତା ୧୫ ତାରିଖରେ ଷ୍ଟିଲ ସିଟିରେ ହେବ ହାଇଭୋଲଟେଜ ପ୍ରଚାର । ଗୋଟେ ପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିବାକୁ ଥିବା ବେଳେ ବିଜେପିର ଚାଣକ୍ୟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ବିଶାଳ ଜନସଭାରେ ଯୋଗ ଦେବେ । ଏହାକୁ ନେଇ ରାଉରକେଲା ସହରରେ ରାଜନୀତି ସରଗରମ ହୋଇଥିବା ବେଳେ ଉଭୟ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି । ସୂଚନା ଅନୁସାରେ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଥ‌ିବାବେଳେ ଅପରାହ୍ନରେ ଗୃହମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଥ‌ିବାରୁ ନେତାଙ୍କ ଅପେକ୍ଷା ଜନତାଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖାଦେଇଛି ।

ଦଳୀୟ ସୂତ୍ର ଅନୁଯାୟୀ ୧୫ ତାରିଖ ପୂର୍ବାହ୍ନରେ ସେକ୍ଟର-୧୩ ମେଲଣ ପଡ଼ିଆରେ ଜନସମାବେଶକୁ ଉଦ୍‌ବୋଧନ ଦେବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଦିନ ଅପରାହ୍ନ ୩ଟାରେ ରାଉରକେଲା ବିମାନବନ୍ଦର ପାର୍ଶ୍ଵ ପଡ଼ିଆରେ ଜନସମାବେଶକୁ ଉଦ‌ବୋଧନ ଦେବେ ବିଜେପିର ଚାଣକ୍ୟ ବୋଲାଉଥିବା ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ନେତାଙ୍କ ଏଭଳି ଗସ୍ତ କାର୍ଯ୍ୟକ୍ରମ ରାଉରକେଲା ରାଜନୀତିକୁ ବର୍ତ୍ତମାନ ଉଷ୍ମ କରିଛି । ଦଳୀୟ ନେତା ଓ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କେଉଁ ଷ୍ଟାର ପ୍ରଚାରକ ଆସୁଛନ୍ତି, ତା'କୁ ବର୍ତ୍ତମାନ କଂଗ୍ରେସ ସମର୍ଥକ ଅପେକ୍ଷା କରି ରହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ୨୦୧୯ରେ ବିଜେପି ସୁନ୍ଦରଗଡ଼ ଲୋକସଭା ଆସନ ସହ ୭ଟି ବିଧାନସଭା ମଧ୍ୟରୁ ୩ଟି ଯଥା ସୁନ୍ଦରଗଡ,ତଳସରା ଓ ବୀରମିତ୍ରପୁର ଆସନ ହାତେଇଥିଲା ।

ଏହା ମଧ୍ୟ ପଢନ୍ତୁ .... 15ରେ ହାଇଭୋଲଟେଜ ପ୍ରଚାର, ଓଡିଶା ଆସୁଛନ୍ତି ରାହୁଲ-ଖଡଗେ - Rahul Kharge To Visit Odisha

ଏବେ ଏହି ପୁରୁଣା ଗଡ ରକ୍ଷା କରିବା ସହିତ ଅନ୍ୟ ଆସନ ଉପରେ ଲକ୍ଷ୍ୟ ସେହିପରି ୨୦୧୯ ନିର୍ବାଚନରେ ବିଜେଡି ରାଉରକେଲା ଓ ରଘୁନାଥପାଲି ବିଧାନସଭା ଆସନ ହାତେଇଥିବା ବେଳେ ୨୦୨୪ରେ ଲୋକସଭା ଆସନ ସହ ଜିଲାର ଅନ୍ୟ ସମସ୍ତ ବିଧାନସଭା ଆସନ ହାସଲ ପାଇଁ ପ୍ରଚାରକୁ ଜୋରଦାର କରିଛି । ସେହିପରି ରାଜଗାଙ୍ଗପୁର ଆସନରେ କଂଗ୍ରେସ, ବଣାଇ ଆସନରେ ସିପିଆଇଏମ୍ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ସମ୍ପୃକ୍ତ ଦଳ ମଧ୍ୟ ପୁନର୍ବାର ପୁରୁଣା ମୁହଁ ଉପରେ ଭରସା କରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡିଶାରେ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଆକ୍ରମଣ କରିବା ସହ ଚ୍ୟାଲେଞ୍ଜ ଦେଇଥିଲେ । ଏବେ ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକଙ୍କ ପ୍ରଚାର କେତେ ଦୂର ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.