ETV Bharat / state

15ରେ ହାଇଭୋଲଟେଜ ପ୍ରଚାର, ଓଡିଶା ଆସୁଛନ୍ତି ରାହୁଲ-ଖଡଗେ - Rahul Kharge To Visit Odisha

author img

By ETV Bharat Odisha Team

Published : May 13, 2024, 3:38 PM IST

Rahul Gandhi To Visit Balangir: ବଲାଙ୍ଗୀର ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବିଶାଳ ରୋଡ଼ ସୋ ପରେ ଜନସଭାରେ ଦେବେ ଉଦ୍‌ବୋଧନ । ପ୍ରସ୍ତୁତି ନେଇ ବଲାଙ୍ଗୀର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ,

୧୫ରେ ବଲାଙ୍ଗୀର ଆସୁଛନ୍ତି ରାହୁଲ ଗାନ୍ଧୀ
୧୫ରେ ବଲାଙ୍ଗୀର ଆସୁଛନ୍ତି ରାହୁଲ ଗାନ୍ଧୀ (Etv Bharat Odisha)

୧୫ରେ ବଲାଙ୍ଗୀର ଆସୁଛନ୍ତି ରାହୁଲ ଗାନ୍ଧୀ (ETV Bharat Odisha)

ଭୁବନେଶ୍ବର/ବଲାଙ୍ଗୀର: ପୁଣି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । କଟକ ସାଲେପୁର ପରେ ଏବେ ବଲାଙ୍ଗୀରରେ ପ୍ରଚାର କରିବେ ରାହୁଲ ଗାନ୍ଧୀ । ଆସନ୍ତା ମେ ୧୫ରେ ବଲାଙ୍ଗୀର ଆସୁଛନ୍ତି ରାହୁଲ । ଯାହାକୁ ନେଇ କଂଗ୍ରେସ କର୍ମୀ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆଜି ବଲାଙ୍ଗୀରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ସବିଶେଷ ସୂଚନା ଦିଆଯାଇଛି ।

ମେ ୧୫ ତାରିଖରେ ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରେ ପହଁଚିବେ ରାହୁଲ । ଏହାପରେ ସିଧା ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ବଲାଂଗୀରରେ ସେ ରୋଡ଼ ସୋ କରିବେ ଓ ଜନ ସଭାରେ ସାଧାରଣ ଲୋକ ଓ କର୍ମୀଙ୍କୁ ସେ ଉଦବୋଧନ ଦେବେ ବୋଲି କହିଛି କଂଗ୍ରେସ । ସହରରେ ପ୍ରାୟ ୪୫ ମିନିଟର ସାଧାରଣ ସଭାରେ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପୁନର୍ବାର ଭୁବନେଶ୍ୱର ବିମାନବନ୍ଦର ପ୍ରତ୍ୟାବର୍ତ୍ତନ କରି ଦିଲ୍ଲୀ ଅଭିମୁଖ୍ୟ ଯାତ୍ରା କରିବେ ରାହୁଲ । ଏହାପରେ ୧୬ ତାରିଖରେ AICC ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡ଼ଗେ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ମଲ୍ଲିକା ଅର୍ଜୁନ ଖଡ଼ଗେ କନ୍ଧମାଳ ଗସ୍ତ କରି ସେଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ ଏବଂ ଆସନ୍ତାକାଲି ଭୁବନେଶ୍ୱର ଆସିବେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆସିବେ ବୋଲି ଜିଲ୍ଲା କଂଗ୍ରେସ ସୂଚନା ଦେଇଛି ।

ରାହୁଲ ଗାନ୍ଧୀ ହେଲିକପ୍ଟର ଯୋଗେ ବଲାଙ୍ଗୀର ମନୋହର ପୁର ପଡ଼ିଆରେ ଓହ୍ଲାଇବେ ଏବଂ ଆରଟିଓ କାର୍ଯ୍ୟାଳୟ ଛକ ଠାରୁ ଏକ ବିଶାଳ ବାଇକ ରାଲିରେ ସେ ସହରକୁ ଆସିବେ । ତେବେ ଏଠି ସ୍ଥାନୀୟ କୋଶଳ କଲା ମଣ୍ଡଳ ଠାରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ ବୋଲି କଂଗ୍ରେସ ଜିଲ୍ଲା ପ୍ରବକ୍ତା ଅଜୟ ବାଲି କହିଛନ୍ତି । ଏହି ସମୟରେ ତାଙ୍କ ସହିତ ତେଲେଙ୍ଗାନା ଡେପୁଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଲୁ ଭାଟି ଓ ଓଡ଼ିଶା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ପ୍ରମୁଖ ଆସିବେ ବୋଲି ସେ କହିଛନ୍ତି ।



ଅନ୍ୟପଟେ ବଲାଙ୍ଗୀରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ପରେ ସବୁ ରାଜନୈତିକ ଦଳ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ଜଣାପଡିଛି । ଯାହାକୁ ନେଇ ବର୍ତ୍ତମାନ ସବୁ ଦଳର ଜମକ ପରେ ଜଣେ କେନ୍ଦ୍ରୀୟ ନେତା ବଲାଙ୍ଗୀର ଗସ୍ତ କରୁଛନ୍ତି । ଏଭଳି ସ୍ଥଳେ ଦୁଇ ପ୍ରମୁଖ ବିଜେଡି ଓ ବିଜେପି ଦଳର ମାଳମାଳ ନେତା ଆସି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏବେ ରାହୁଲ ଗାନ୍ଧୀ ବଲାଙ୍ଗୀରରେ ଭୋଟ ଭିକ୍ଷା କରିବାକୁ ଯାଉଛନ୍ତି । ଯାହାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାବାସୀଙ୍କୁ ରାହୁଲଙ୍କ 5 ଗ୍ୟାରେଣ୍ଟି; 200ୟୁନିଟ ନିଶୁଳ୍କ ବିଜୁଳି, ମହିଳାଙ୍କୁ ମାସିକ 2ହଜାର ଟଙ୍କା

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.