ETV Bharat / politics

'କିଛି ବଡ଼ ଫାଇଟ ନାହିଁ, ଏକତରଫା ସମ୍ବଲପୁର ଲୋକସଭାରେ ଜିତିବ ବିଜେପି' - Jay Narayan Mishra

author img

By ETV Bharat Odisha Team

Published : Mar 30, 2024, 10:20 PM IST

Sambalpur Lok Sabha Seat: ସମ୍ବଲପୁର ଲୋକସଭାରେ ବିଜେପି-ବିଜେଡିର ଦୁଇ ହେଭିୱେଟ ନେତାଙ୍କ ମଧ୍ୟରେ ଜୋରଦାର ଟକ୍କର ହେବା ଚର୍ଚ୍ଚା ଭିତରେ ଜୟନାରାୟଣଙ୍କ ଦୃଢୋକ୍ତି । କିଛି ବଡ଼ ଫାଇଟ ନାହିଁ, ଏକତରଫା ସମ୍ବଲପୁର ଲୋକସଭାରେ ଜିତିବ ବିଜେପି । ଅଧିକ ପଢନ୍ତୁ

Jay Narayan Mishra
Jay Narayan Mishra

'କିଛି ବଡ଼ ଫାଇଟ ନାହିଁ, ଏକତରଫା ସମ୍ବଲପୁର ଲୋକସଭାରେ ଜିତିବ ବିଜେପି'

ଭୁବନେଶ୍ବର: କିଛି ବଡ଼ ଫାଇଟ ନାହିଁ । ଏକ ତରଫା ସମ୍ବଲପୁର ଲୋକସଭାରେ ଜିତିବ ବିଜେପି । ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ଜିତିବ ବିଜେପି । କେବଳ ଖାଲି ଲୋକସଭା ନୁହଁ ଏହା ଅଧୀନରେ ଥିବା 7ଟି ଯାକ ବିଧାନସଭାରେ ବିଜେପି ବିଜୟ ହାସଲ କରିବ । ସମ୍ବଲପୁର ଲୋକସଭାରେ ବିଜେପି-ବିଜେଡିର ଦୁଇ ହେଭିୱେଟ ନେତାଙ୍କ ମଧ୍ୟରେ ଜୋରଦାର ଟକ୍କର ହେବା ଚର୍ଚ୍ଚା ଭିତରେ ଏପରି ମନ୍ତବ୍ୟ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଟକ ଲୋକସଭା ଆସନରୁ 6ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଟିକେଟ ମିଳିଥିବା ବେଳେ ଯାଜପୁରରୁ ଡା.ରବୀନ୍ଦ୍ର ନାରାୟାଣ ବେହେରା ଓ କନ୍ଧମାଳରୁ ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାରି ସହିତ ବିଜେପିର ଓଡ଼ିଶାରେ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ଶେଷ ହୋଇଛି । ଚଳିତ ନିର୍ବାଚନରେ ଅନେକ ସ୍ଥାନରେ ବିଜେପି ଓ ବିଜେଡିର ହେଭିୱେଟଙ୍କ ମଧ୍ୟରେ କଡା ଲଢେଇ ହେବ । ସେପଟେ ଏହି ଦୁଇ ଦିନ ଭିତରେ ଆହୁରି ହେଭିୱେଟ ନେତା ମିଶିବାର ଅଛି ।

ଏହି ଅବସରରେ ବିଜେପି ବିଧାୟକ ଭାସ୍କର ମଢ଼େଇ କହିଛନ୍ତି, " ଟିକେଟ କିଏ ପାଇବ କି ନ ପାଇବ ସେକଥା କେନ୍ଦ୍ର ଏବଂ ରାଜ୍ୟ ନେତୃତ୍ବ ନିଷ୍ପତ୍ତି ନେବେ । ସର୍ଭେ ଆଧାରିତ କରି ଯେଉଁମାନଙ୍କ ପାଖେ ସଂଗଠନ ଏବଂ ଲୋକ ସମ୍ପର୍କ ଅଛି ସେମାନଙ୍କୁ ଟିକେଟ ମିଳିବ । ସେ ନେଇ ଆଲୋଚନା ଚାଲିଛି ଏବଂ ଖୁବଶୀଘ୍ର ଏହା ଘୋଷଣା ହେବ । ମୟୂରଭଞ୍ଜରେ ଯେତେ ବିଧାୟକ ଅଛନ୍ତି ଭାସ୍କର ମଢେଇ ସିନିଅର । ମୋର ଟିକେଟ କଟିବାର ସମ୍ଭାବନା ନାହିଁ । ମୋର ଦଳ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହା ଏକ ଗୁଜବ ଏଥିରେ ସତ୍ୟତା ନାହିଁ । ଏଥର ଦଳ ମୟୂରଭଞ୍ଜ ଲୋକସଭା ସହ ଜିଲ୍ଲାର ସମସ୍ତ ବିଧାନସଭାରେ ବିଜୟ ହେବ ।"

ଏହା ବି ପଢନ୍ତୁ- ସମ୍ବଲପୁରରେ ମହାଲଢେଇ; ମୈଦାନରେ ଦୁଇ ହେଭିୱେଟ, ସହଜ ହେବନି ଧର୍ମେନ୍ଦ୍ର ଓ ବବିଙ୍କ ପାଇଁ ବିଜୟ

ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, " କିଛି ବଡ଼ ଫାଇଟ ନାହିଁ । ଏକତରଫା ସମ୍ବଲପୁର ଲୋକସଭାରେ ଜିତିବ ବିଜେପି । ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ଜିତିବ ବିଜେପି । କେବଳ ଖାଲି ଲୋକସଭା ନୁହଁ ଏହା ଅଧୀନରେ ଥିବା 7ଟି ଯାକ ବିଧାନସଭାରେ ବିଜେପି ବିଜୟ ହାସଲ କରିବ । ରେଙ୍ଗାଲି, କୁଚିଣ୍ଡା ଏବଂ ସମ୍ବଲପୁରରେ ଭଲ ପ୍ରଦର୍ଶନ କରିବ ବିଜେପି । ଏହାସହ ଆଠମଲ୍ଲିକ ଏବଂ ଛେଣ୍ଡିପଦା ମଧ୍ୟରେ ଦଳ ଭଲ ପ୍ରଦର୍ଶନ କରିବ । ପୂର୍ବ ଥର ଦଳ ଅଳ୍ପ ବ୍ୟବଧାନରେ ଛେଣ୍ଡିପଦାରେ ପରାଜିତ ହୋଇଥିଲା ମାତ୍ର ଏଥର 10,000 ଭୋଟରେ ବିଜୟ ହାସଲ କରିବ । ଆଠମଲ୍ଲିକରେ ଦଳ ଭଲ ପ୍ରଦର୍ଶନ କରିବ । ସମ୍ବଲପୁର ବର୍ତ୍ତମାନ ସାଂସଦଙ୍କ ପତ୍ନୀ ଏବେ ବିଜେଡି କ୍ୟାମ୍ପରେ ମାତ୍ର ତାର କୌଣସି ପ୍ରଭାବ ପଡିବ ନାହିଁ ।" ଏଥର ୱାନ ସାଇଡ୍ ଲଢ଼େଇ ହେବ ବୋଲି କହିଛନ୍ତି ଜୟନାରାୟଣ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.