ETV Bharat / politics

ମେଣ୍ଟକୁ ନେଇ ବଢ଼ିଲା ଦ୍ବନ୍ଦ୍ବ: ମନମୋହନଙ୍କ ବଡ଼ ବୟାନ 'ଏକାକୀ ଲଢ଼ିବୁ, ସରକାର ଗଢ଼ିବୁ '

author img

By ETV Bharat Odisha Team

Published : Mar 14, 2024, 1:11 PM IST

Updated : Mar 14, 2024, 1:49 PM IST

Manmohan Samal on BJD-BJP Alliance: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ । ରାଜ୍ୟରେ ବିଜେପି ଏକାକୀ ସରକାର କରିବ ବୋଲି କହିଲେ ମନମୋହନ । ଅଧିକ ପଢନ୍ତୁ

Manmohan Samal
Manmohan Samal

ମେଣ୍ଟକୁ ନେଇ ବଢ଼ିଲା ଦ୍ବନ୍ଦ୍ବ

ଭୁବନେଶ୍ୱର: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଜାରି ରହିଛି ସସ୍‌ପେନ୍ସ । ଦିନ ପରେ ଦିନ ଗଡୁଛି, ହେଲେ ମେଣ୍ଟ ନେଇ କୌଣସି ଚିତ୍ର ସ୍ପଷ୍ଟ ହେଉନି । ଏହାରି ମଧ୍ୟରେ ଏବେ ବଡ଼ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶାରେ ବିଜେପି ଏକାକୀ ସରକାର କରିବ ବୋଲି କହିଛନ୍ତି ମନମୋହନ । ତେବେ ମନମୋହନ ଆଜି ଦିଲ୍ଲୀରୁ ଫେରିବା ପରେ ସବୁ କିଛି ଠିକଠାକ୍ ଚାଲିଥିବା କହି ମେଣ୍ଟ ହେବା ନେଇ ଇସାରା ଦେଇଥିଲେ । ଏହାର 2ରୁ 3 ଘଣ୍ଟା ପରେ ପୁଣି ଭିନ୍ନ ମତ ଦେଇଛନ୍ତି । ଯାହା ବିଜେଡି ବିଜେପି ମେଣ୍ଟକୁ ନେଇ ଦ୍ବନ୍ଦ୍ବ ବଢାଇଛି ।

ଏହା ମଧ୍ୟ ପଢନ୍ତୁ-ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ମନମୋହନ, ' ସବୁ ଠିକଠାକ୍ ଚାଲିଛି'

ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ଚର୍ଚ୍ଚାକୁ ନେଇ କହିଛନ୍ତି, ''ଓଡ଼ିଶାରେ ବିଜେପି ଏକାକୀ ସରକାର କରିବ । ଜନସାଧାରଣ ଏହାର ନେତୃତ୍ବ ନେବେ । ଓଡ଼ିଶାର ଅସ୍ମିତାକୁ ନେଇ ବିଜେପି ନିର୍ବାଚନ ଲଢ଼ିବ । ଲୋକଙ୍କ ଶୁଭେଚ୍ଛା ଓ ସହଯୋଗ ଅଛି । ନିର୍ବାଚନର ପ୍ରମୁଖ ବିଷୟ ଓଡ଼ିଶାର ଅସ୍ମିତା ରହିବ । ନିର୍ବାଚନ ଦାୟିତ୍ୱ ଓଡ଼ିଶାର ଲୋକ ନେବେ । ''

ଏହା ମଧ୍ୟ ପଢନ୍ତୁ-ମେଣ୍ଟ ଚର୍ଚ୍ଚା ମଧ୍ୟରେ ନବୀନ ଡାକିଲେ ବିଜେଡି ଛାମୁଆ ନେତାଙ୍କ ବୈଠକ, ହୋଇପାରେ ବଡ଼ ନିଷ୍ପତ୍ତି

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ ଚଳିତ ମାସରେ ଏକାଧିକଥର ଦିଲ୍ଲୀ ଗସ୍ତ କରି ଘନ ଘନ ବୈଠକ କରିସାରିଲେଣି ରାଜ୍ୟ ବିଜେପି ନେତା । ଗତ 10 ତାରିଖରେ ପୁଣି ଦିଲ୍ଲୀ ଗସ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ଓ ଟିମ୍ । ଆଜି ମନମୋହନ ସାମଲ ଓଡିଶା ଫେରିଛନ୍ତି । ଫେରିବା ପରେ ସକାଳ ସମୟରେ ପ୍ରତିକ୍ରିୟା ଦେଇ ସବୁକିଛି ଠିକଠାକ୍ ଚାଲିଥିବା କହିଥିଲେ । ସେ କହିଥିଲେ, '' ସବୁ ଠିକ୍ ଚାଲିଛି, ଆମର ଯାହା କିଛି ପ୍ରକ୍ରିୟା ତାହା କରାଯାଉଛି । ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି'' ବୋଲି କହିଥିଲେ ।

ସେପଟେ ଆଜି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ବିଜେଡି ସୁପ୍ରିମୋ ନବୀନଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ନବୀନ ନିବାସରେ ବସିବ ବୈଠକ । ଦଳର ବରିଷ୍ଠ ନେତା ଓ ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକରେ ସାମିଲ ହେବେ । ଯାହା ମେଣ୍ଟ ସସପେନ୍ସ ଉପରୁ ପରଦା ହଟାଇବା ସହ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Mar 14, 2024, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.