ETV Bharat / politics

ଦିଲ୍ଲୀପଙ୍କ ବୟାନକୁ ନେଇ କାଉଣ୍ଟର କଲା ବିଜେପି - BJP Targets Dillip Nayak

author img

By ETV Bharat Odisha Team

Published : Apr 5, 2024, 10:20 PM IST

Nimapara Assembly Constituency: ଦିଲ୍ଲୀପ ନାୟକ ନିମାପଡ଼ାରେ ବିଜେପିକୁ ଧୂଳି ଚଟାଇବୁ ବୋଲି ଖୋଲା ଖୋଲି କହିବା ପରେ ଦିଲ୍ଲୀପଙ୍କୁ କଡା ଭାଷାରେ ସମାଲୋଚନା କରିଛି ବିଜେପି । ଅଧିକ ପଢ଼ନ୍ତୁ

ଦିଲ୍ଲୀପଙ୍କ ବୟାନକୁ ନେଇ କାଉଣ୍ଟର କଲା ବିଜେପି
ଦିଲ୍ଲୀପଙ୍କ ବୟାନକୁ ନେଇ କାଉଣ୍ଟର କଲା ବିଜେପି

ଦିଲ୍ଲୀପଙ୍କ ବୟାନକୁ ନେଇ କାଉଣ୍ଟର କଲା ବିଜେପି

ନିମାପଡ଼ା: 2024 ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଲାଣି ବୟାନ ବାଜି । ଆରୋପ ପତ୍ୟାରୋପ କରିବା ପାଇଁ ପଛାଉ ନାଁହାନ୍ତି ବିଭିନ୍ନ ରାଜନୈତିକ ଦଳର ନେତା । ଗତକାଲି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ଦିଲ୍ଲୀପ ନାୟକ । ତେବେ ବିଜେଡିରେ ସାମିଲ ହେବା କ୍ଷଣି ନିମାପଡ଼ାରେ ବିଜେପିକୁ ଧୂଳି ଚଟାଇବୁ ବୋଲି ଖୋଲା ଖୋଲି କହିଥିଲେ ଦିଲ୍ଲୀପ । ଆଉ ଦିଲ୍ଲୀପଙ୍କ ଏଭଳି ବୟାନ ବାଜିକୁ କଡା ଭାଷାରେ ସମାଲୋଚନା କରିଛି ନିମାପଡ଼ା ବିଜେପି ।

ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କ ବାରମ୍ବାର ଦଳ ପରିବର୍ତ୍ତନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଲାଣି । ଗତକାଲି ଅଚାନକ ନିଜ ସମର୍ଥକଙ୍କୁ ଏକାଠି କରି ବିଜେପିରୁ ଇସ୍ତଫା ଦେଇଥିଲେ ଦିଲ୍ଲୀପ । ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ନିମାପଡ଼ା ବିଧାୟକ ସମୀରଙ୍କ ସହିତ ଆଲୋଚନା କରି ବିଜେଡିରେ ମିଶିବା ପାଇଁ ଆଲୋଚନା କରିଥିଲେ ଦିଲ୍ଲୀପ । ବିଜେପି ଛାଡ଼ି ଥିବା ଦିଲ୍ଲୀପଙ୍କ ବିଜେଡିରେ ମିଶ୍ରଣ ପୂର୍ବରୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ " ମୋ ପାଇଁ ପଦ ବଡ଼ ନୁହେଁ, ସେବା ଆମ ପାଇଁ ବଡ଼ । ଆମେ ସଂକଳ୍ପ ନେଇଛୁ, ବିଧିବଦ୍ଧ ଭାବରେ ସଂକଳ୍ପ ନେଇଛୁ ଯେ, ବିଜେପିକୁ ନିମାପଡ଼ାରେ ଚାଟୁ ଚଟାଇବୁ । ବିଜେଡି ନିମାପଡ଼ାରେ ଲକ୍ଷାଧିକ ଭୋଟରେ ବିଜୟୀ ହେବ ।" ସେପଟେ ଦିଲ୍ଲୀପଙ୍କ ଏଭଳି ବୟାନକୁ ନେଇ କଡା ଭାଷାରେ ସମାଲୋଚନା କରିଛି ନିମାପଡ଼ା ବିଜେପି ।

ଏନେଇ ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସଂପାଦକ ମିନଲତା ମହାନ୍ତି କହିଛନ୍ତି, " ଦିଲ୍ଲୀପ ବିଜେପିରେ ମିଶିଥିଲେ । କିନ୍ତୁ ପ୍ରାଥମିକ ସଦସ୍ୟତା ଗ୍ରହଣ କରିନଥିଲେ । ବିଜେପିର ବିଚାରଧାରେ ନଥିଲେ । ସ୍ଵାର୍ଥ ପାଇଁ ଆସିଥିଲେ ତାଙ୍କ ଭଳି ନେତାଙ୍କୁ ବିଜେପିରେ ସ୍ଥାନ ନାହିଁ ।" ଏହାସହ ଦିଲ୍ଲୀପ ବିଜେପିର ପ୍ରାଥମିକ ସଦସ୍ୟ ହୋଇ ନଥିବା ବେଳେ ସେ କିଭଳି ବିଜେପିରୁ ଇସ୍ତଫା ଦେଲେ ବୋଲି ପ୍ରଶ୍ନ କରିଛି ବିଜେପି । ଏପରିକି ସେ ବିଜେଡିରେ ଟିକେଟ ନ ପାଇଲେ କେଉଁ ଦଳକୁ ଯିବେ ବୋଲି ଦିଲ୍ଲୀପଙ୍କୁ ପ୍ରଶ୍ନ କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ଛାଡି ବିଜେିରେ ସାମିଲ ହେଲେ ଦିଲ୍ଲୀପ ନାୟକ - Dillip Nayak Quits BJP

ତେବେ ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସମାଜସେବୀ ଭାବରେ ଉଭା ହୋଇଥିବା ଦିଲ୍ଲୀପ, ବିଜେଡି ଓ ବିଜେପି ଉଭୟ ଦଳରୁ ଟିକେଟ ପାଇବେ ବୋଲି ତାଙ୍କ ସମର୍ଥକ କହି ବୁଲୁଥିଲେ । କିନ୍ତୁ ହଠାତ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ । ନିମାପଡ଼ା ଭୋଟର ତାଙ୍କ ଉପରେ ଆସ୍ଥା ପ୍ରକଟ କରି ୩୩ହଜାର ୫୭୬ ଭୋଟ ଦେଇଥିଲେ । ମାତ୍ର ନିର୍ବାଚନ ଫଳାଫଳ ଘୋଷଣା ହେବାର ମାତ୍ର କିଛି ଦିନ ନ ପୁରୁଣୁ ଦିଲ୍ଲୀପ ନାୟକ କଂଗ୍ରେସ ହାତ ଛାଡ଼ି ବିଜେପିରେ ମିଶିଥିଲେ । ବିଜେପିରେ ଶୃଙ୍ଖଳିତ କର୍ମୀ ବୋଲି କହି ଆସୁଥିବା ଦିଲ୍ଲୀପଙ୍କୁ ବିଜେପିରୁ ଟିକେଟ ନ ମିଳିବାରୁ ଗତକାଲି ବିଜେପିରୁ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ନିମାପଡ଼ା ବିଧାୟକ ସମୀରଙ୍କ ସହିତ ଆଲୋଚନା କରି ବିଜେଡିରେ ମିଶିବା ପାଇଁ ଆଲୋଚନା କରି ବିଜେଡିରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.