ETV Bharat / politics

ଆଜି ଆସିପାରେ ବିଜେପିର ଦ୍ବିତୀୟ ପ୍ରାର୍ଥୀ ତାଲିକା, 20 ବିଧାନସଭା ଆସନ ଉପରେ ନଜର - BJP CANDIDATE LIST

author img

By ETV Bharat Odisha Team

Published : Apr 11, 2024, 11:19 AM IST

BJP Assembly Candidate List: ଆଜି ସନ୍ଧ୍ୟା ସୁଦ୍ଧା ଆସିପାରେ ବିଜେପି ପ୍ରାର୍ଥୀ ତାଲିକା । ୨୦ରୁ ୨୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର । ଅଧିକ ପଢନ୍ତୁ

Etv Bharat
Etv Bharat

ଆଜି ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

ରାଉରକେଲା: ଆଜି ଆସିପାରେ ବିଜେପିର ଦ୍ବିତୀୟ ବିଧାନସଭା ପ୍ରାର୍ଥୀ ତାଲିକା । ରାଜ୍ୟର ବଳକା ଥିବା 35 ଆସନ ମଧ୍ୟରୁ ୨୦ରୁ ୨୨ ବିଧାନସଭା ଆସନରେ ଆଜି(ଗୁରବାର) ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ଏନେଇ ଆଜି ରାଉରକେଲା ଗସ୍ତରେ ଥିବା ବିଜେପିର ଓଡିଶା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍ତି । ପୂର୍ବରୁ ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଆସନ ସହ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଆଜି ରାଉରକେଲା ସମେତ ୨୦ରୁ ୨୨ ବିଧାନସଭା ଆସନରେ ଟିକଟ୍ ଘୋଷଣା ହୋଇପାରେ । ସେହିପରି ୨୦ ପୂର୍ବରୁ ବାକି ଥିବା ସବୁ ପ୍ରାର୍ଥୀ ତାଲିକା ଆସିଯିବ ବୋଲି କହିଛନ୍ତି ତୋମାର ।

ସୂଚନା ମୁତାବକ, ବିଜେପିର ଓଡ଼ିଶା ରାଜ୍ୟ ପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂ ତୋମାର ଆଜି(ଗୁରୁବାର) ରାଉରକେଲା ଓ ସୁନ୍ଦରଗଡ ଗସ୍ତରେ ଅଛନ୍ତି । ସେ ଜିଲ୍ଲାରେ ସଂଗଠନକୁ ମଜବୁତ କରିବା ସହ ନିର୍ବାଚନରେ ବିଜୟ ପାଇଁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା କରିବେ । ଏଥିସହ ଆଜି ବିଜୟପାଲ ସିଂ ତୋମାର ଓ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଏକ ବୈଠକ ବସିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି । ଏହି ଅବସରରେ ବିଜେପି ପ୍ରଭାରୀ ସାଧାରଣ ନିର୍ବାଚନରେ ବିଜେପିର ବିଜୟ ନେଇ ଦମ୍ଭୋକ୍ତି ଦେଖାଇବା ସହ ରାଉରକେଲାରେ ସମସ୍ତ ବିଧାନସଭା ଆସନ ସହ ଲୋକସଭା ଆସନ ଜିତିବୁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭୁବନେଶ୍ବର ଲୋକସଭା ଆସନରେ ହେବ ବିଗ୍‌ ଫାଇଟ୍‌, କାହା ପଲ୍ଲା ଭାରି ? - General Election 2024

ତୋମାର ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଯଥାସମ୍ଭବ ସବୁ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ ଚେଷ୍ଟା ଚଳାଇଛି । ଆଜି ଭିତରେ ରାଉରକେଲା ସହ ଆଉ କିଛି ବାକିଥିବା ବିଧାନସଭା ଆସନ ପାଇ ପ୍ରାର୍ଥୀ ଘୋଷଣା ହୋଇପାରେ । ୨୦ରୁ ୨୨ଟି ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଆସିପାରେ । ଆଉ ଯାହା ବଳକା ରହିବ, ୨୦ ତାରିଖ ପୂର୍ବରୁ ସେସବୁ ଆସନରେ ପ୍ରାର୍ଥୀ ନାଁ ଘୋଷଣା ହୋଇଯିବ । ସବୁ ସ୍ଥାନରେ ଏଭଳି ପ୍ରାର୍ଥୀ ଦିଆଯାଉଛି ଯେମିତି ଏଥର ପୁଣି କେନ୍ଦ୍ରରେ ବିଜେପି ସରକାର ଆସିବ ଏବଂ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିବ । ସେହିପରି ଆଜି ସନ୍ଧ୍ୟା କିମ୍ବା କାଲି ସୁଦ୍ଧା ରାଉରକେଲା ବିଧାନସଭା ଟିକେଟ ଘୋଷଣା ହୋଇଯିବ ବୋଲି ସାଂସଦ ଜୁଏଲ ଓରାମ ଜଣାଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.