ETV Bharat / politics

ଆଜି ଓଡ଼ିଶା ପାଇଁ ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା: ସମ୍ବଲପୁରରୁ ଧର୍ମେନ୍ଦ୍ର, ପୁରୀରୁ ସମ୍ବିତ ଲଢିବା ଚର୍ଚ୍ଚା - BJP CEC Meet

author img

By ETV Bharat Odisha Team

Published : Mar 24, 2024, 11:39 AM IST

Lok Sabha Elections: ଓଡ଼ିଶା ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି । ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନିର୍ବାଚନ କମିଟି ନେବ କହିଲେ ମନମୋହନ । ଅଧିକ ପଢନ୍ତୁ

Etv Bharat
Etv Bharat

ଆଜି ଓଡ଼ିଶା ପାଇଁ ଘୋଷଣା ହୋଇପାରେ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି ଆସିପାରେ ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏଥିରେ ଓଡ଼ିଶାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ଶନିବାର ବିଳମ୍ବିତ ରାତି ଯାଏଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦିଲ୍ଲୀରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା । ଏଥିରେ ଓଡ଼ିଶାର ସମସ୍ତ ୨୧ ଆସନରେ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ହୋଇଥିବା ସୂତ୍ରରୁ ଖବର ମିଳୁଛି । ତେବେ କାହାକୁ ମିଳିବ ଟିକେଟ୍, ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ସିଇସି ବୈଠକ ପରେ ରାଜ୍ୟ ବିଜେପି ସଭାପତି ମନେମୋହନ ସାମଲ କହିଛନ୍ତି ଯେ, ଓଡ଼ିଶାର ସମସ୍ତ ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ଉପରେ ଆଲୋଚନା ସରିଛି । କେବଳ ସିଇସି ଘୋଷଣାକୁ ଅପେକ୍ଷା କରାଯାଇଛି । ଶେଷ ନିଷ୍ପତ୍ତି କେନ୍ଦ୍ରୀୟ ନିର୍ବାଚନ କମିଟି ନେବ । ତେବେ ବିଜେଡି ସହ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ପୂର୍ବରୁ ମନମୋହନ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ସାରିଛନ୍ତି । ବିଜେପି ରାଜ୍ୟରେ ଏକ ନିର୍ବାଚନ ଲଢିବ । ସେହିପରି ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢିପାରନ୍ତି ଏବଂ ପୁରୀରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀଙ୍କୁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶନିବାର ରାତିରେ ରାଜଧାନୀ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏଥିରେ ଯୋଗ ଦେବାକୁ ଓଡିଶା ବିଜେପି ସଭାପତି ମନମୋହନ ସାମଲଙ୍କ ସହ ରାଜ୍ୟ ସଂଗଠନ ସମ୍ପାଦିକ ମାନସ ମହାନ୍ତି ଦିଲ୍ଲୀ ଯାଇଥିଲେ । ବୈଠକରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଥିଲା । ଦଳୀୟ ସୂତ୍ରରୁ ଖବର ଅନୁଯାୟୀ, ଏହି ବୈଠକ ପରେ ପ୍ରାର୍ଥୀଙ୍କ ନାଁରେ ମୋହର ବାଜିଛି । ଆଜି ଓଡ଼ିଶା ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ଛାତ୍ର ବିଜେଡିର ବୈଠକ, ନିର୍ବାଚନ ପାଇଁ ଶଙ୍ଖ ଭବନରେ ପ୍ରସ୍ତୁତ ହେବ ରୋଡମ୍ୟାପ୍ - BJD Student Wing Meeting

ଏହା ମଧ୍ୟ ପଢନ୍ତୁ: କଂଗ୍ରେସ ଜାରି କଲା ନିର୍ବାଚନୀ ଗ୍ୟାରେଣ୍ଟି କାର୍ଡ - Congress Guarantee

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.