ETV Bharat / politics

କଙ୍ଗନାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ସଫେଇ ରଖିଲେ ସୁପ୍ରିୟା - Supriya Shrinate controversy

author img

By ETV Bharat Odisha Team

Published : Mar 25, 2024, 9:41 PM IST

Disgusting comment on Kangana Ranaut: ସଫେଇ ରଖିଲେ ସୁପ୍ରିୟା ଶ୍ରୀନାତେ । କହିଲେ ଅନ୍ୟ କେହି ମେଟା ଆକାଉଣ୍ଟ ବ୍ୟବହାର କରି ଏପରି ଆପତ୍ତିଜନକ ପୋଷ୍ଟ କରିଛନ୍ତି । ସେ କେବେ ହେଲେ ମହିଳାଙ୍କ ଅସମ୍ମାନ କରନ୍ତି ନାହିଁ ।

ଇଂଷ୍ଟାରେ କଙ୍ଗନାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ସଫେଇ ରଖିଲେ ସୁପ୍ରିୟା ଶ୍ରୀନାତେ
ଇଂଷ୍ଟାରେ କଙ୍ଗନାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ସଫେଇ ରଖିଲେ ସୁପ୍ରିୟା ଶ୍ରୀନାତେ

ନୂଆଦିଲ୍ଲୀ: ବିଜେପି ଟିକେଟରେ ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯାଉଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୁପ୍ରିୟା ଶ୍ରୀନାତେଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଆପତ୍ତିଜନକ ପୋଷ୍ଟ ସାମ୍ନାକୁ ଆସିଛି । ଶ୍ରୀନାତେଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ କଙ୍ଗନାଙ୍କ ଏକ ଫଟୋ ସହ ଆପତ୍ତିଜନକ କ୍ୟାପସନ ଥିବା ପୋଷ୍ଟ ଅପଲୋଡ ହେବା ପରେ ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଛି । ନିଜେ କଙ୍ଗନା ମଧ୍ୟ ସୁପ୍ରିୟାଙ୍କୁ ସମାଲୋଚନା କରି କଡା ଜବାବ ଦେଇଛନ୍ତି । ପୋଷ୍ଟକୁ ତୁରନ୍ତ ଡିଲିଟ୍‌ ମଧ୍ୟ କରାଯାଇଛି । ଏହା ପରେ ସୁପ୍ରିୟା ବ୍ୟାକଫୁଟକୁ ଆସିବା ସହ ସଫେଇ ରଖିଛନ୍ତି । ସେ କେବେ ହେଲେ ମହିଳାଙ୍କ ଅସମ୍ମାନ କରନ୍ତି ନାହିଁ । ସେ ଏହି ପୋଷ୍ଟ କରିନାହାନ୍ତି । ତାଙ୍କ ମେଟା ଆଉକାଣ୍ଟ (ଫେସବୁକ ଓ ଇଂଷ୍ଟା) ଦୁରୂପଯୋଗ କରାଯାଇ ଏହି ପୋଷ୍ଟ କରାଯାଇଛି । ସେ ଏହି ପୋଷ୍ଟ ସମ୍ପର୍କରେ ଜାଣିବା ପରେ ତୁରନ୍ତ ଏହାକୁ ଡିଲିଟ୍‌ କରାଇଛନ୍ତି ବୋଲି ସୁପ୍ରିୟା କହିଛନ୍ତି ।

ସୁପ୍ରିୟାଙ୍କ ଏହି ପୋଷ୍ଟ ଅପଲେଡ ହେବା ପରେ ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ ଓ ପ୍ରବକ୍ତା ସେହଜାଦ ପୁନାଓ୍ବାଲା ପୋଷ୍ଟ କରି ତାଙ୍କୁ କାଉଣ୍ଟର କରିଥିଲେ । ଜଣେ ମହିଳାଙ୍କ ବିରୋଧରେ ଏପରି ଅଭଦ୍ର ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ଦାବି କରିଥିଲେ । କଂଗ୍ରେସ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁପ୍ରିୟାଙ୍କୁ ଦଳରୁ ନିଲମ୍ବିତ କରିବା ଉଚିତ ବୋଲି ଉଭୟ ଦାବି କରିଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସୁପ୍ରିୟାଙ୍କୁ ଟାର୍ଗେଟ କରିଥିଲେ । ପରେ ଏକ ଦୀର୍ଘ ପୋଷ୍ଟରେ ନିଜେ କଙ୍ଗନା ମଧ୍ୟ ସୁପ୍ରିୟାଙ୍କୁ କଡା ସମାଲୋଚନା କରିଥିଲେ ।

ତମାମ ସମାଲୋଚନା ପରେ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ସୁପ୍ରିୟା ସ୍ପଷ୍ଟୀକରଣ ରଖିଛନ୍ତି । ସେ ପୋଷ୍ଟ କରିନାହାନ୍ତି, ବରଂ ତାଙ୍କ ମେଟା ଆକାଉଣ୍ଟର ଅପବ୍ୟବହାର କରି ଏପରି ପୋଷ୍ଟ କରାଯାଇଛି । ସେ କେବେହେଲେ କୌଣସି ମହିଳାଙ୍କ ବିରୋଧରେ ଏପରି ଅଭଦ୍ର ମନ୍ତବ୍ୟ ଦିଅନ୍ତି ନାହିଁ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସେ ପୋଷ୍ଟକୁ ତୁରନ୍ତ ଡିଲିଟ କରିଛନ୍ତି । ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ମଧ୍ୟ ସେ ଜାଣିବାକୁ ପ୍ରୟାସ କରୁଛନ୍ତି ବୋଲି ସୁପ୍ରିୟା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିରରେ ପ୍ରଥମ ହୋଲି ଉତ୍ସବ ପାଇଁ ସ୍ବତନ୍ତ୍ର ନୀତିକାନ୍ତି, ଫଗୁ ଖେଳିଲେ ଶ୍ରଦ୍ଧାଳୁ - First Holi Celebrations At Ayodhya

ତେବେ ବଲିଉଡର ଏହି ଚର୍ଚ୍ଚିତ ଓ ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ନିଜ ଗୃହରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡିରୁ ଚଳିତଥର ଲୋକସଭା ଟିକେଟ ଦେଇଛି ଭାରତୀୟ ଜନତା ପାର୍ଟି । ପୂର୍ବରୁ ମଧ୍ୟ କଙ୍ଗନା ବିଜେପି ସମର୍ଥନରେ ଏକାଧିକ ଥର ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ରକୁ ଆସିସାରିଛନ୍ତି । ଏବେ ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଏପରି ଏକ ଆପତ୍ତିଜନକ ପୋଷ୍ଟ ପ୍ରସଙ୍ଗ ତାଙ୍କୁ ପୁଣି ଚର୍ଚ୍ଚାର ପରିସରକୁ ଟାଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.