ETV Bharat / politics

ସରିଲା ବିଜେପିର CEC ବୈଠକ, ଓଡିଶା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ ଦଳ ! - BJP CEC Meeting

author img

By ETV Bharat Odisha Team

Published : Mar 24, 2024, 7:40 AM IST

BJP CEC Meeting: ବିଜେପିର ସିଏସି ବୈଠକ ଶେଷ । ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟରେ ପାର୍ଥୀ ଘୋଷଣା କରିବ ଦଳ । ଅଧିକ ପଢନ୍ତୁ

BJP CEC Meeting
BJP CEC Meeting

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଗୋଟିଏ ପରେ ଗୋଟିଏ ବୈଠକ କରି ପ୍ରାର୍ଥୀ ଘୋଷଣା କରୁଛନ୍ତି ପ୍ରତିଦ୍ବନ୍ଦ୍ବି ଦଳ । ବିଜେପି ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଚତୁର୍ଥ ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି । କାହାକୁ ମିଳିବ ଟିକେଟ କାହାର କଟିବ ସେନେଇ ଆଶାୟୀଙ୍କ ମନରେ ଛନକା । ଏହାରି ମଧ୍ୟରେ ଶନିବାର ବିଳମ୍ବିତ ରାତିରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଶେଷ ହୋଇଛି । ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଲୋକସଭା ଆସନ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏହି ରାଜ୍ୟରେ ଥିବା ଲୋକସଭା ଆସନ ପାଇଁ ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟରେ ପାର୍ଥୀ ଘୋଷଣା କରିବ ବିଜେପି ।

ଓଡିଶାର 21ଟି ଆସନ ଉପରେ ଆଲୋଚନା: ପାର୍ଟି ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡିଶାର 21ଟି ଲୋକସଭା ଆସନ ଉପରେ ବୈଠକରେ ଆଲୋଚନା ହୋଇଥିଲା । ସମସ୍ତ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିବ ବୋଲି ନିଷ୍ପତ୍ତି ହୋଇଛି । ଲୋକସଭା ନିର୍ବାଚନରେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ-କଂଗ୍ରେସ ଜାରି କଲା ନିର୍ବାଚନୀ ଗ୍ୟାରେଣ୍ଟି କାର୍ଡ - Congress Guarantee

ସେହିପରି ଉତ୍ତରପ୍ରଦେଶର 24ଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । ଗତକାଲି ବୈଠକରେ 10ଟି ଆସନ ଉପରେ ଆଲୋଚନା ହୋଇଛି । ଚତୁର୍ଥ ତାଲିକାରେ ବଳକା ଆସନରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ରାଜସ୍ଥାନର 8ଟି, ପଶ୍ଚିମବଙ୍ଗର 20ଟି ଲୋକସଭା ଆସନ ଉପରେ ଆଲୋଚନା ହୋଇଥିଲା ।

ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ସିଏସି ବୈଠକ ବସିଥିଲା । ବୈଠକରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ସମସ୍ତ ସଦସ୍ୟ ଓ ତମାମ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ, ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.