ETV Bharat / politics

ଭୋଟ ବ୍ୟାଙ୍କ ରାଜନୀତି ପାଇଁ କେବଳ ଅସ୍ମିତା କଥା କହୁଛନ୍ତି ବିରୋଧୀ: ସଞ୍ଜୟ ଦାସବର୍ମା - bjd pressmeet on identity of odia

author img

By ETV Bharat Odisha Team

Published : May 3, 2024, 10:11 PM IST

Sanjay Das Burma Targets Opposition Over Odisha Identity Issue: ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ କଡ୍ଡା ସମାଲୋଚନା । ଅଧିକ ପଢ଼ନ୍ତୁ

ଭୋଟ ବ୍ୟାଙ୍କ ରାଜନୀତି ପାଇଁ କେବଳ ଅସ୍ମିତା କଥା କହୁଛନ୍ତି ବିରୋଧୀ: ସଞ୍ଜୟ ଦାସବର୍ମା
ଭୋଟ ବ୍ୟାଙ୍କ ରାଜନୀତି ପାଇଁ କେବଳ ଅସ୍ମିତା କଥା କହୁଛନ୍ତି ବିରୋଧୀ: ସଞ୍ଜୟ ଦାସବର୍ମା (ETV Bharat Odisha)

ଭୋଟ ବ୍ୟାଙ୍କ ରାଜନୀତି ପାଇଁ କେବଳ ଅସ୍ମିତା କଥା କହୁଛନ୍ତି ବିରୋଧୀ: ସଞ୍ଜୟ ଦାସବର୍ମା (ETV Bharat Odisha)

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ଘେରିଲେ ବିଜେଡି ନେତା ସଞ୍ଜୟ ଦାସବର୍ମା । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ଓଡ଼ିଆ ଅସ୍ମିତା ପ୍ରସଙ୍ଗ କହି ଜନମତକୁ ବିଭ୍ରାନ୍ତି କରାଯାଉଛି । ଭୋଟ ବ୍ୟାଙ୍କ ରାଜନୀତି ପାଇଁ କେବଳ ଅସ୍ମିତା କଥା କହୁଛନ୍ତି ବିରୋଧୀ । ଓଡିଶାର ଅସ୍ମିତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି କାର୍ଯ୍ୟ କରୁଛି । କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓ ବିଜେପି ଦଳ କେବଳ କଥା କହୁଛନ୍ତି । ୧୦ ବର୍ଷର କେନ୍ଦ୍ରରେ ସରକାର ଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ପଛ ଘୁଞ୍ଚା ଦେଇଛି ବିଜେପି ।

ତେବେ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, "ଭାଷା, ସାହିତ୍ୟ ଓ ସଂସ୍କୃତି ଗୋଟେ ଜାତିର ପରିଚୟ । ଓଡ଼ିଆ ଅସ୍ମିତା କଥା ବିରୋଧୀ ଦଳ ବାରମ୍ବାର ଉଠାଉଛନ୍ତି । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସେମାନେ ବିରୋଧ କଲେ । ଏ କଥା ସମସ୍ତେ ଜାଣନ୍ତି । ପ୍ରକଳ୍ପ ଉଦଘାଟନ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ ଯାଇଥିଲା । କିନ୍ତୁ ସେ ଅନୁପସ୍ଥିତ ରହିଲେ । ଭିତ୍ତିପ୍ରସ୍ତର ସ୍ଥାପନ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ହେଲା ଏହା କେଉଁ ପ୍ରକାର ଅସ୍ମିତା । ୨୦୧୪ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଲା । ପୁରୀରେ ଐତିହ୍ୟ କ୍ୟାବିନେଟ କରାଯାଇଛି । ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରାଯାଇଛି । ପ୍ରଥମ ଓଡ଼ିଆ ଭାଷା ବିଶ୍ୱ ସମ୍ମିଳନୀ ଆୟୋଜନ କରାଯାଇଛି । ଜେଏନୟୁରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ତେଲକୋଇ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର - Madhab Sardar File Nomination


ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, "ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଛି । ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବକୁ ଭବ୍ୟ କରାଯାଉଛି । ଓଡ଼ିଆ ଭରଚୁଆଲ ଏକାଡେମୀ କରାଯାଇଛି । ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ସେମାନେ ଏହାକୁ ବିରୋଧ କରିଥିଲେ । ଭି.କେ ପାଣ୍ଡିଆନ ଜଗନ୍ନାଥ ସଂସ୍କୃତିକୁ ଆଗକୁ ନେବା ଦିନ ରାତି କାମ କରୁଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ କ'ଣ କରିଛନ୍ତି ତାହା ଲୋକେ ଜାଣିବା ଦରକାର । ୨୦୧୪ରେ ପିପିଲି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କାରୀ କୋଷ୍ଟାଲ ହାଇୱେ କଥା କହିଥିଲେ । ସେ କୋଷ୍ଟାଲ ହାଇୱେ ଗଲା କୁଆଡେ । ଲଗାତାର ଭାବେ କେନ୍ଦ୍ର ପକ୍ଷରୁ ଓଡିଶା ପ୍ରତି ଅବିଚାର କରାଯାଉଛି । ରାଜ୍ୟର ଚିତ୍ରକୁ ଭୁଲ ଭାବେ ଚିତ୍ରିତ କରାଯାଉଛି । ଏଥି ପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ ।"

ତେବେ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ କେନ୍ଦ୍ରମନ୍ତ୍ରୀ ଓ ବିଜେପିକୁ ୫ ପ୍ରଶ୍ନ ପଚାରିଛନ୍ତି । ସେଗୁଡିକ ହେଲା :-

1-ଓଡ଼ିଆ ଅସ୍ମିତାର ପୃଷ୍ଠଭୂମିକୁ ପରିବ୍ୟାପ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କି କାମ କରିଛନ୍ତି । ଭାରତର ଶିକ୍ଷା ମନ୍ତ୍ରୀ ଭାବେ ଓଡ଼ିଆ ଅସ୍ମିତା ପାଇଁ ସେ କଣ କରିଛନ୍ତି ।

2-ବିଜୁ ପଟ୍ଟନାୟକ ଓଡିଶାର ପରିଚୟ ମାତ୍ର ତାଙ୍କୁ ଆଜି ପର୍ଯ୍ୟନ୍ତ ଭାରତରତ୍ନ ଦିଆଗଲା ନାହିଁ । ଅନେକ ବ୍ୟକ୍ତି ବିଶେଷଙ୍କୁ ଭାରତରତ୍ନ ମିଳୁଥିଲା ବେଳେ ବିଜୁ ବାବୁଙ୍କୁ ଅଣଦେଖା ଏହା କେଉଁ ପ୍ରକାର ଓଡ଼ିଆ ଅସ୍ମିତା ।

3-୧୦ ବର୍ଷ ମଧ୍ୟରେ ବିଜେପି କେନ୍ଦ୍ରରେ ସରକାରରେ ଅଛି । ଅନେକ ରାଜ୍ୟ ନେତୃତ୍ୱ କେନ୍ଦ୍ରରେ ମନ୍ତ୍ରୀ ହେଉଛନ୍ତି ସେମାନେ କଣ କଣ କରିଛନ୍ତି ସ୍ପଷ୍ଟ କରନ୍ତୁ ।

4-ତାମିଲ, କନ୍ନଡ଼ ଓ ଅନ୍ୟଭାଷାକୁ ଆର୍ଥିକ ସହାୟତା ମିଳୁଥିବା ବେଳେ ଓଡ଼ିଆ ଭାଷାକୁ କାହିଁକି ଟଙ୍କାଟିଏ ମିଳିଲା ନାହିଁ ।

5-ଓଡ଼ିଆ ଅସ୍ମିତା କେବଳ ଗୋଟିଏ ବାକ୍ୟ ନୁହେଁ । ଏହା ଆମ ମାନଙ୍କ ଆତ୍ମା । ତେଣୁ ବିରୋଧୀ କେଉଁ ଅସ୍ମିତା କଥା କହୁଛନ୍ତି ସ୍ପଷ୍ଟ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.