ETV Bharat / politics

ରାଇରଙ୍ଗପୁରରେ ଜମୁଛି ବିଜେଡି ପ୍ରଚାର, ମୈଦାନରେ ଚାଲିଛି ଭୋଟ ଭିକ୍ଷା - BJD Campaign

author img

By ETV Bharat Odisha Team

Published : Apr 12, 2024, 11:21 AM IST

BJD Campaign in Mayurbhanj:ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପଞ୍ଚାୟତ ସ୍ତରରୁ ନିର୍ବାଚନୀ ପ୍ରଚାର ଆରମ୍ଭ । ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ନେଇ ପ୍ରାର୍ଥୀଙ୍କ ଦୃଢୋକ୍ତି । ଅଧିକ ପଢନ୍ତୁ

BJD Campaign
BJD Campaign

BJD Campaign

ରାଇରଙ୍ଗପୁର: ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ସାରା ରାଜ୍ୟରେ ରାଜନୈତିକ ଉଷ୍ମତା ଭରିରହିଛି । ଏହିକ୍ରମରେ ମୟୂରଭଞ୍ଜରେ ବିଜେଡି ପ୍ରାର୍ଥୀମାନଙ୍କର ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଛି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାନସଭା ପ୍ରାର୍ଥୀ ରାଇସେନ ମୁର୍ମୁ ଓ ମୟୂରଭଞ୍ଜ ଲୋକସଭା କ୍ଷେତ୍ର ପ୍ରାର୍ଥୀ ସୁଦାମ ମାରାଣ୍ଡି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଦଳ ବହୁମତରେ ବିଜୟୀ ହାସଲ କରିବ ବୋଲି କହିଛନ୍ତି ଉଭୟ ନେତା ।

ମୟୂରଭଞ୍ଜ ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଭୋଟରଙ୍କ ପାଖରେ ପହଞ୍ଚିବାକୁ ନେତା ଓ କର୍ମୀମାନେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେଣି । ଗୁରୁବାର ଦିନ ଜିଲ୍ଲାରେ ରାଇରଙ୍ଗପୁରର ବିଜେଡ଼ି ବିଧାନସଭା ପ୍ରାର୍ଥୀ ରାଇସେନ ମୁର୍ମୁ ଓ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ନିର୍ବାଚନୀ ପ୍ରଚାର କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଯାମଦା, ବହଳଦା ଓ ତିରିଂ ଅଞ୍ଚଳର ପଞ୍ଚାୟତ ସ୍ତରର ନେତା ଓ କର୍ମୀ ମାନଙ୍କୁ ନେଇ ନିର୍ବାଚନୀ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁଙ୍କୁ ଆଦିବାସୀ ପାରମ୍ପରିକ ନୃତ୍ୟରେ ସ୍ବାଗତ କରିଥିଲେ ସ୍ଥାନୀୟ ଲୋକେ । ଉଭୟ ନେତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସଭାମଞ୍ଚକୁ ପାଛୋଟି ନେଇଥିଲେ ପଞ୍ଚାୟତ ସ୍ତରର ନେତା କର୍ମୀଙ୍କ ସହିତ ଅଞ୍ଚଳବାସୀ । ପରେ ଶତାଧିକ ମହିଳା ଓ ପୁରୁଷଙ୍କ ଉପସ୍ଥିତିରେ ନିର୍ବାଚନୀ ବୈଠକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବୈଠକରେ ସୁଦାମ ମାରାଣ୍ଡି ଓ ରାଇସେନ ମୁର୍ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକମାନଙ୍କ ଆଗରେ ବଖାଣିଥିଲେ । ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ପଞ୍ଚାୟତ ସ୍ତରର ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଅପିଲ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ମୋରଡାରେ ବିଜେଡିର ସମାବେଶ, ପ୍ରଚାର କଲେ ସୁଦାମ ମାରାଣ୍ଡି ଓ ପ୍ରୀତିନନ୍ଦା - BJD Joining Program

ସେପଟେ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ମନୋଭାବ ସହିତ ଓଡ଼ିଶାର ବିକାଶ ଧାରାକୁ ଯେପରି ନବୀନ ପଟ୍ଟନାୟକ ଆଗେଇ ନେଇଛନ୍ତି ତାହାକୁ ଦେଖି ଜନସାଧାରଣଙ୍କ ସେବା ମନୋଭାବ ନେଇ ସରକାରୀ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିବା କହିଛନ୍ତି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ । ମୁଖ୍ୟମନ୍ତ୍ରୀଙ୍କ ସମୃଦ୍ଧ ଓଡିଶା, ସଶକ୍ତ ଓଡ଼ିଶା ପରିକଳ୍ପନାକୁ ସାକାର କରିବା ପାଇଁ ଓଡିଶାର ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଥିବା କହିଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ।

ମୋରୋଡା ନିର୍ବାଚନ ମଣ୍ଡଳୀ ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ସଭାରେ ଶହ ଶହ ଲୋକଙ୍କ ଉପସ୍ଥିତି ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିବାର ଏକ ସ୍ପଷ୍ଟ ସଂକେତ ବୋଲି କହିଛନ୍ତି ସୁଦାମ ମାରାଣ୍ଡି । ତେବେ ରାଜ୍ୟରେ ସବୁ ଆସନରେ ବିଜେଡ଼ି ବିଜୟ ଲାଭ କରିବ ଓ ବିଜେଡ଼ିର ବିଜୟ ବାନା ଉଡ଼ିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.