ETV Bharat / politics

ବଢୁଛି ଆଶାୟୀଙ୍କ ଅସନ୍ତୋଷ, ବୀରମହରାଜପୁର ବିଜେଡିରେ ଫାଟ ! - Biramaharajpur BJD inner conflict

author img

By ETV Bharat Odisha Team

Published : Apr 14, 2024, 11:38 AM IST

Biramaharajpur BJD inner conflict: ବଢୁଛି ଆଶାୟୀ ପ୍ରାର୍ଥୀଙ୍କ ଅସନ୍ତୋଷ । ବୀରମହାରାଜପୁର ବିଜେଡିରେ ଫାଟ । ସମର୍ଥକଙ୍କ ସହ ଆଶାୟୀ ପ୍ରାର୍ଥୀ ନାରାୟଣ ଲୁହା ଦଳରୁ ଇସ୍ତଫା ଦେବା ସହ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଅଧିକ ପଢନ୍ତୁ

Biramaharajpur BJD
Biramaharajpur BJD

Biramaharajpur BJD

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁଇ ଫାଳ ! ବିଜେଡି ବିଧାୟକ ପ୍ରାର୍ଥୀ ଟିକେଟକୁ ନେଇ ବିବାଦ ତେଜିବାରେ ଲାଗିଛି । ଲଗାତର ତିନି ତିନି ଥର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିବା ପଦ୍ମନାଭ ବେହେରାଙ୍କୁ ପୁଣି ଥରେ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପ୍ରଦାନ କରିଛି । ଅନ୍ୟପଟେ ଏହାକୁ ନେଇ ଆଶାୟୀ ପ୍ରାର୍ଥୀ ନାରାୟଣ ଲୁହାଙ୍କ ମଧ୍ୟରେ ଅସନ୍ତୋଷ ବିଦ୍ରୋହ ମୁହାଁ ହୋଇଛି । ନିଜ ସମର୍ଥକଙ୍କ ସହ ମିଶି ଆନ୍ଦୋଳନ କରିବା ସହ ଦଳ ଛାଡିଛନ୍ତି ନାରାୟଣ ଲୁହା ।

ନିର୍ବାଚନ ଆଉ କିଛି ଦିନ ବାକି ରହିଛି । ଏହାମଧ୍ୟରେ ଦଳଡିଆଁ ରାଜନୀତି ସାଙ୍ଗକୁ ଆଶାୟୀ ପ୍ରାର୍ଥୀଙ୍କ ବିରୋଧ ଓ ବିଦ୍ରୋହ ରାଜ୍ୟ ରାଜନୀତିକୁ ଆହୁରୀ ସରଗରମ କରିଛି । ତେବେ ସୁବର୍ଣ୍ଣପୁରରେ ମଧ୍ୟ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ମଧ୍ୟରେ ଅନ୍ତକନ୍ଦଳ ଦେଖିବାକୁ ମିଳିଛି । ଦଳ ପକ୍ଷରୁ ପଦ୍ମନାଭ ବେହେରାଙ୍କୁ ବୀରମହାରାଜପୁର ବିଧାୟକ ପ୍ରାର୍ଥୀଭାବେ ଘୋଷଣା କରାଯାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ବୀରମହାରାଜପୁର ବ୍ଳକ ଉପାଧ୍ୟକ୍ଷ ତଥା ଆଶାୟୀ ପ୍ରାର୍ଥୀ ନାରାୟଣ ଲୁହା ।

ଏହାମଧ୍ୟ ପଢନ୍ତୁ.. ବିରମହରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ, ଏନଏସି ମୁଦ୍ଦା ନେଇ ଭୋଟ ହାତେଇବ କି ଦଳ ?

ନାରାୟଣ ଲୁହା ଟିକଟ ପାଇବା ଆଶାରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସଭା ସମିତି, ପଦଯାତ୍ରା ଓ ମୋଟର ସାଇକେଲ ଯାତ୍ରା କରି ବିଜେଡି ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ । ନାରାୟଣ ଲୁହାଙ୍କ କହିବାନୁଯାୟୀ, କୁଆଡେ ରାଜ୍ୟ ନେତୃବର୍ଗ ତାଙ୍କୁ ଚଳିତ ନିର୍ବାଚନ ପାଇଁ ଟିକେଟ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ଟିକଟ ନ ମିଳିବାରୁ ତାଙ୍କ ସମର୍ଥକମାନଙ୍କ ସହିତ ସେ ବିଜେଡିରୁ ଇସ୍ତଫା ଦେବା ସହିତ ବିଜେଡି ପ୍ରାର୍ଥୀ ପଦ୍ନନାଭ ବେହେରା ଓ ବିଜେଡି ଦଳ ପ୍ରତି ବିଶୋଦଗାର କରିଛନ୍ତି ।

ନାରାୟଣ ଲୁହାଙ୍କ ପତ୍ନୀ ଏବେ ବୀରମହାରାଜପୁର ବ୍ଳକ ଅଧ୍ୟକ୍ଷା ଥିବାବେଳେ ନାରାୟଣ ଲୁହା ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ତାଙ୍କ ସମର୍ଥକମାନେ ବିଜେଡି ପ୍ରାର୍ଥୀ ପଦ୍ନନାଭ ବେହେରାଙ୍କ ବିରୁଦ୍ଧରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ନାରାୟଣଙ୍କୁ ଟିକଟ ନ ମିଳିବାରୁ ପଦ୍ମନାଭ ବେହେରାଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନାରାୟଣ ଲୁହାଙ୍କ ଶତାଧିକ ସମର୍ଥକ ଏକ ଶୋଭାଯାତ୍ରାରେ ବୀରମହାରାଜପୁର ମୁଖ୍ୟ ଛକରେ ପଦ୍ମନାଭ ବେହେରା ଗୋ ବ୍ୟାକ୍ ନାରା ଦେବା ସହ ପଦ୍ମନାଭଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।


ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.