ETV Bharat / international

ପପୁଆ ନ୍ୟୁ ଗିନିରେ ଉଗ୍ର ରୂପ ନେଉଛି ଜାତିଆଣ ହିଂସା, 64ରୁ ଅଧିକ ମୃତ

author img

By ETV Bharat Odisha Team

Published : Feb 19, 2024, 10:35 AM IST

Papua New Guinea Violence: ପପୁଆ ନ୍ୟୁ ଗିନିରେ ଜାତିଆଣ ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି । ଯେଉଁଥିରେ ପାଖାପାଖି 64 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ

Papua New Guinea Violence
ପପୁଆ ନ୍ୟୁ ଗିନିରେ ଉଗ୍ର ରୂପ ନେଉଛି ଜାତିଆଣ ହିଂସା

ମେଲବୋର୍ଣ୍ଣ: ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗର କୂଳରେ ଅବସ୍ଥିତ ପପୁଆ ନ୍ୟୁ ଗିନିରେ କିଛି ମାସ ହେଲା ଜାତିଆଣ ବିବାଦକୁ ନେଇ ବାରମ୍ବାର ହିଂସାତ୍ମକ ଘଟୁଛି । ଗତକାଲି (ରବିବାର) ଏହି ହିଂସା ଉଗ୍ରରୂପ ନେଇଥିଲା । ରବିବାର ଦିନ ଦେଶର ଓ୍ୱାପେନାମାଣ୍ଡା ଜିଲ୍ଲାର ଏଙ୍ଗା ଅଞ୍ଚଳରେ ଆମ୍ବୁଲିନ ଓ ସିକିନ 2 ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଚରମ ରୂପ ନେଇଛି । ଏହି ଗୋଷ୍ଠୀ ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ପାଖାପାଖି 64 ଜଣଙ୍କ ଜୀବନ ଯାଇଥିବା ବେଳେ ଏହାଧିକ ଆହତ ହୋଇଥିବା ଜଣାପଡିଛି । ସୋମବାର ଦିନ ରାସ୍ତା ଘାଟ, ପଡ଼ିଆ ସବୁଠି ଏତେତେଣେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଜଙ୍ଗଲ ବୁଦା ମଧ୍ୟରୁ ଆହୁରି ମୃତଦେହ ମିଳିବାର ଆଶଙ୍କା ରହିଛି ।

ଏହାମଧ୍ୟ ପଢନ୍ତୁ..ରଫାରେ ଇସ୍ରାଏଲରେ ଏୟାର ଷ୍ଟ୍ରାଇକ, 37ରୁ ଅଧିକ ମୃତ, 2 ବନ୍ଧକ ମୁକ୍ତ

ଦେଶର ବରିଷ୍ଠ ପୋଲିସ ଅଧିକାରୀ ଜର୍ଜ କାକାସଙ୍କ ସୂଚନା ମୁତାବକ, ଏଙ୍ଗାରେ ଏହା ସବୁଠୁ ବଡ ହିଂସାତ୍ମକ ଘଟଣା । ପୂର୍ବରୁ ଏଭଳି ଏଭଳି ସଂଘର୍ଷ କେବେ ଦେଖିବାକୁ ମିିଳିନଥିଲା । ଏହାପୂର୍ବରୁ ଗତବର୍ଷ ଏଙ୍ଗାରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ 60 ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏବେସୁଦ୍ଧା ପାଖାପାଖି 64 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଙ୍ଗଲ ମଧ୍ୟରୁ ଆହୁରୀ ମୃତଦେହ ମିଳିବାର ଆଶଙ୍କା ରହିଛି । ତେବେ ଏହି ହତ୍ୟା ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ଓ ସଂଘର୍ଷ ବେଳେ ବ୍ୟବହୃତ ବନ୍ଧୁକ, ମାରଣାସ୍ତ୍ର କେଉଁଠୁ ଆସିଲା ସେ ନେଇ ତଦନ୍ତ ଜାରି ରହିଛି । ସ୍ଥିତି ଏବେବି ଚିନ୍ତାଜନକ ରହିଥିଲେ ମଧ୍ୟ ଏହାକୁ ଆୟତ୍ତ କରିବା ପାଇଁ ସମଗ୍ର ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ସୁଦାନ ସୀମାରେ ହିଂସା; ଅତିକମରେ 54 ମୃତ, 64 ଆହତ

ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ପପୁଆ ନ୍ୟୁ ଗିନିକୁ ସାହାଯ୍ୟ କରିବା ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ରହିଥିବା ନେଇ କହିଛନ୍ତି । ଦେଶର ସୁରକ୍ଷା ପାଇଁ ଅଷ୍ଟ୍ରେଲିଆରୁ ତାଲିମପ୍ରାପ୍ତ ସୁରକ୍ଷାକର୍ମୀ ପଠାଯିବା ନେଇ ସେ କହିଛନ୍ତି । ସୂଚନାଯୋଗ୍ୟ, 2022 ନିର୍ବାଚନ ପରେ ପପୁଆ ନ୍ୟୁ ଗିନିରେ ହିଂସାତ୍ମକ ଘଟଣା ଅଧିକ ଘଟୁଥିବା ଦେଖିବାକୁ ମିଳିଛି । ଗତବର୍ଷ ମଧ୍ୟ ଏହି ଅଞ୍ଚଳରେ ଜାତିଆଣ ବିବାଦକୁ ନେଇ ସଂଘର୍ଷ ଘଟିଥିଲା । ଯେଉଁଥିରେ ପାଖାପାଖି 150 ଜଣଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.