ETV Bharat / international

ରଫାରେ ଇସ୍ରାଏଲରେ ଏୟାର ଷ୍ଟ୍ରାଇକ, 37ରୁ ଅଧିକ ମୃତ, 2 ବନ୍ଧକ ମୁକ୍ତ

author img

By ETV Bharat Odisha Team

Published : Feb 12, 2024, 1:58 PM IST

Israel-Hamas war: ଗାଜା ଇଜିପ୍ଟ ସୀମାବର୍ତ୍ତୀ ଅଞ୍ଚଳ ରଫାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ । 37 ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା । 2 ବନ୍ଧକଙ୍କୁ ମୁକୁଳାଯାଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି । ଅଧିକ ପଢ଼ନ୍ତୁ,

Etv Bharat
Etv Bharat

ହାଇଦ୍ରାବାଦ: ଚରମ ରୂପ ନେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ଆଜି (ସୋମବାର) ଗାଜା ଷ୍ଟ୍ରିପର ଦକ୍ଷିଣରେ ଅବସ୍ଥିତ ରଫା ସୀମାରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି । ଏହି ଅଞ୍ଚଳରେ ପାଖାପାଖି 1.4 ମିଲିୟନ ପାଲେଷ୍ଟାଇନ ନାଗରିକ ଯୁଦ୍ଧରୁ ବର୍ତ୍ତିବା ପାଇଁ ଇଜିପ୍ଟ ସୀମାବର୍ତ୍ତୀ ଅଞ୍ଚଳରେ ରହି ଆସୁଥିଲେ । ଏହି ଆକ୍ରମଣରେ 37ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ପାଲେଷ୍ଟାଇନ ନାଗରିକ ଆହତ ହୋଇଛନ୍ତି । ଗତକାଲି (ରବିବାର) ଆମେରିକା ରାଷ୍ଟ୍ରପତି ବାଇଡେନ ରଫାରେ ନାଗରିକମାନଙ୍କ ସୁରକ୍ଷା ନେଇ ବିଶ୍ୱସନୀୟ ଯୋଜନା ପ୍ରସ୍ତୁତ କରି ମିଲିଟାରୀ ଅପରେସନ କରିବା ପାଇଁ ଚେତାବନୀ ଦେଇଥିବା ବେଳେ ଆଜି ଏହି ଆକ୍ରମଣ କରାଯାଇଛି ।

ଇସ୍ରାଏଲ ଡିଫେନ୍ସ ଫୋର୍ସ ଓ ଇସ୍ରାଏଲ ଡୋମେଷ୍ଟିକ ସିନ ବେଟ୍ ସିକ୍ୟୁରିଟି ସର୍ଭିସ ଓ ସ୍ପେଶାଲ ପୋଲିସ ୟୁନିଟ ପକ୍ଷରୁ ଏହି ମିଳିତ ଅପରେସନ କରାଯାଇଛି । ରଫାସ୍ଥିତ କୁଓ୍ୱାତ ହସ୍ପିଟାଲରେ ମଧ୍ୟ ଷ୍ଟ୍ରାଇକ କରିଛି ଇସ୍ରାଏଲ । ହସ୍ପିଟାଲରେ କିଛି ଆହତ ଚିକିତ୍ସିତ ହେଉଥିବା ବେଳେ ଏହି ଆକ୍ରମଣ କରାଯାଇଥିବା ନେଇ ରଫା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆଟାକରେ 37ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ଅନେକ ଆହତ ହୋଇଥିବା ନେଇ ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. ଗାଜାରେ ନରସଂହାର ବନ୍ଦ କରିବାକୁ ଇସ୍ରାଏଲକୁ ICJଙ୍କ ନିର୍ଦ୍ଦେଶ, ନିଜ ସୁରକ୍ଷା ପାଇଁ ପଦକ୍ଷେପ ନେବୁ କହିଲେ ନେତାନ୍ୟାହୁ

ଅନ୍ୟପଟେ ହମାସ କବଜାରେ ଥିବା ଇସ୍ରାଏଲ ବନ୍ଧକମାନଙ୍କ ମଧ୍ୟରୁ 2 ଜଣଙ୍କୁ ମୁକ୍ତ କରାଯାଇଥିବା ନେଇ ମଧ୍ୟ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଜାରି କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି, "ଏହି ଅପରେସନ ଆମ ପାଇଁ ଜଟିଳ ଥିଲା । ଏହି ଅପରେସନ କରିବା ପାଇଁ ଆମେ ବହୁ ସମୟ ହେଲା କାର୍ଯ୍ୟ କରିଆସୁଥିଲୁ । ଆମେ ସଠିକ ସମୟକୁ ଅପେକ୍ଷା କରିଥିଲୁ । ହମାସ ଦ୍ୱାରା ବନ୍ଧକ ଇସ୍ରାଏଲ ନାଗରିକମାନେ ଏକ ହସ୍ପିଟାଲ ବିଲଡିଂରେ ଥିବା ବେଳେ ଆମେ 2 ଜଣଙ୍କୁ ଉଦ୍ଧାକ କରିଛୁ ।"

ଅନ୍ୟପଟେ ରଫା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଇସ୍ରାଏଲ ବିଳମ୍ବିତ ରାତିରେ ଲୋକମାନେ ଶୋଇଥିବା ବେଳେ ଏହି ଆକ୍ରମଣ କରିଥିଲା । ହସ୍ପିଟାଲ, ମସଜିଦ ସମେତ ଅନେକ ବିଲ୍ଡିଂକୁ ଟାର୍ଗେଟ କରାଯାଇଛି ।

ସୂଚନାଯୋଗ୍ୟ, ଅକ୍ଟୋବର 7 ତାରିଖରେ ଇସ୍ରାଏଲରେ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ପକ୍ଷରୁ ରକେଟ ମାଡ ପରେ ଆରମ୍ଭ ହୋଇଛି ଏହି ଯୁଦ୍ଧ । ହମାସ ଆକ୍ରମଣରେ ଇସ୍ରାଏଲ 1200 ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 250 ଜଣଙ୍କୁ ଅପହରଣ କରିନେଇ ବନ୍ଧକ ରଖିଛି ହମାସ । ଏହାର ପ୍ରତି ଜବାବ ଦେବାକୁ ଯାଇ ଇସ୍ରାଏଲ ପକ୍ଷରୁ ଗତ 4 ମାସ ହେଲା ଆକ୍ରମଣ ଜାରି ରହିଛି । ଏବେସୁଦ୍ଧା ଇସ୍ରାଏଲର ଆକ୍ରମଣରେ 28 ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.