ETV Bharat / international

ଗାଜାରେ ନରସଂହାର ବନ୍ଦ କରିବାକୁ ଇସ୍ରାଏଲକୁ ICJଙ୍କ ନିର୍ଦ୍ଦେଶ, ନିଜ ସୁରକ୍ଷା ପାଇଁ ପଦକ୍ଷେପ ନେବୁ କହିଲେ ନେତାନ୍ୟାହୁ

author img

By ETV Bharat Odisha Team

Published : Jan 27, 2024, 5:43 PM IST

Israel Prime minister reaction on ICJ ruling: ଅନ୍ତର୍ଜାତିକ କୋର୍ଟରେ ପହଞ୍ଚିଲା ଇସ୍ରାଏଲ- ହମାସ ଯୁଦ୍ଧ । ଗାଜାରେ ନରସଂହାର ବନ୍ଦ କରିବା ନେଇ ଇସ୍ରାଏଲକୁ କୋର୍ଟଙ୍କ ନିର୍ଦ୍ଦେଶ । ଇସ୍ରାଏଲର ପ୍ରତିକ୍ରିୟା, ନିଜ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବ ଇସ୍ରାଏଲ । ଅଧିକ ପଢନ୍ତୁ

Israel Prime minister reaction on ICJ ruling
ଗାଜାରେ ନରସଂହାର ବନ୍ଦ କରିବାକୁ ଇସ୍ରାଏଲକୁ ICJଙ୍କ ନିର୍ଦ୍ଦେଶ

ହାଇଦ୍ରାବାଦ: ଇସ୍ରାଏଲ- ହମାସ ଯୁଦ୍ଧ ଉଗ୍ରରୂପ ନେବାରେ ଲାଗିଥିବା ବେଳେ ଏହା ମଧ୍ୟରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ ( ICJ)ରେ ପହଞ୍ଚିଛି ଏହି ମାମଲା । ଗାଜାରେ ଇସ୍ରାଏଲ ଜେନୋସାଇଡ କନ୍‌ଭେନ୍ସନ ଅର୍ଥାତ ନରସଂହାର ଚୁକ୍ତିର ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ଆଣି ଅନ୍ତର୍ଜାତୀୟ ନ୍ୟାୟାଳୟରେ ଆବେଦନ କରିଥିଲା ସାଉଥ ଆଫ୍ରିକା । ଏହି ମାମଲାରେ ଶୁଣାଣି କରି ଗାଜାରେ ନରସଂହାର ବନ୍ଦ କରିବା ତଥା ସେଠାରେ ମାନବିକ ସ୍ଥିତି ସୁଧାରିବାକୁ ପଦକ୍ଷେପ ନେବାକୁ ନିଜ ସେନା ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଆଇସିଜେ ଇସ୍ରାଏଲକୁ ଆଦେଶ ଦେଇଥିବା ବେଳେ ଏହାକୁ ଇସ୍ରାଏଲ ପରୋକ୍ଷରେ ପ୍ରତ୍ୟାଖ୍ୟାନ କରିଥିବା ଦେଖିବାକୁ ମିଳିଛି । ନିଜ ଦେଶର ସୁରକ୍ଷା ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ଯୁଦ୍ଧ ଘୋଷଣା କରିବା ପରେ ଗାଜାରେ କହର ଜାରି ରଖିଛି ଇସ୍ରାଏଲ । ଗାଜାରେ ଇସ୍ରାଏଲ ଜେନୋସାଇ଼ କନ୍‌ଭେସନ (ଜେନୋସାଇଡ କନ୍‌ଭେନ୍ସନ ଏକ ଅନ୍ତରାଷ୍ଟ୍ରୀୟ ଚୁକ୍ତି ଯାହା ନରସଂହାରକୁ ଅପରାଧ ଘୋଷଣା କରିବା ସହ ଏହାକୁ ସମସ୍ତ ଦେଶ ତଥା ସଂଗଠନରେ ନିଷେଧ କରିବାକୁ ଲାଗୁ କରିବାକୁ ବାଧ୍ୟ କରିଥାଏ) ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ଆଣି ଦକ୍ଷିଣ ଆଫ୍ରିକା ଏହି ମାମଲା ଅନ୍ତର୍ଜାତୀୟ କୋର୍ଟରେ ପହଞ୍ଚାଇଥିଲା । ଅକ୍ଟୋବର 7ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ଗାଜା ଉପରେ କହର ଜାରି ରଖିଛି ବୋଲି କହିଥିଲା ଦକ୍ଷିଣ ଆଫ୍ରିକା । ଅନ୍ୟପଟେ ଅନ୍ତର୍ଜାତୀୟ ନ୍ୟାୟାଳୟ ଏହି ମାମଲାରେ ରାୟ ଶୁଣାଇଛନ୍ତି । ଯଦିଓ କୋର୍ଟ ଅସ୍ତ୍ରବିରତି କରିବା ପାଇଁ ଇସ୍ରାଏଲକୁ ନିର୍ଦ୍ଦେଶ ଦେଇନାହାନ୍ତି କିନ୍ତୁ ଗାଜାରେ ନରସଂହାର ବନ୍ଦ କରିବା ତଥା ସେଠାରେ ମାନବିକ ସ୍ଥିତି ସୁଧାରିବାକୁ ପଦକ୍ଷେପ ନେବାକୁ ଇସ୍ରାଏଲକୁ ଆଦେଶ ଦେଇଛନ୍ତି । ଅନ୍ୟପଟେ ଏହି ନରସଂହାର ଅଭିଯୋଗକୁ ଖାରଜ କରିବା ସହ ଏହି ଅଭିଯୋଗକୁ ରଦ୍ଦ କରିବା ପାଇଁ କୋର୍ଟକୁ ନିବେଦନ କରିଛି ।

ଏହାମଧ୍ୟ ପଢନ୍ତୁ.. ଇରାକରେ ପଶି ମୋସାଦ୍ ମୁଖ୍ୟାଳୟ ଉପରେ ଇରାନର ଏୟାରଷ୍ଟ୍ରାଇକ, 4 ମୃତ

ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଇସ୍ରାଏଲ ପରୋକ୍ଷରେ ପ୍ରତ୍ୟାଖ୍ୟାନ କରିଥିବା ଦେଖିବାକୁ ମିଳିଛି । ଏହି ରାୟକୁ ଅପମାନଜନକ କହିବା ସହ କୋର୍ଟଙ୍କ ରାୟର କିଛି ସମୟ ପରେ ଏକ ଭିଡିଓ ବାର୍ତ୍ତା ଜାରି କରି ନିଜ ଦେଶର ସୁରକ୍ଷା ପାଇଁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ କୋର୍ଟଙ୍କ ରାୟ ପରେ ପାଲେଷ୍ଟାଇନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏନେଇ ପ୍ରତିକ୍ରିୟା ରଖାଯାଇଛି । ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରାଳୟ କୋର୍ଟଙ୍କ ଏହି ରାୟକୁ ସ୍ୱାଗତଯୋଗ୍ୟ କହିଛି । ସେ ଆଉ ମଧ୍ୟ କହିଛି ଯେ, କୌଣସି ଦେଶ ଆଇନଠୁ ଊର୍ଦ୍ଧ୍ବରେ ନାହାନ୍ତି ବୋଲି ଏହି ରାୟ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ । ହମାସ ମଧ୍ୟ କୋର୍ଟଙ୍କ ରାୟକୁ ନେଇ ପ୍ରତିକ୍ରିୟା ରଖିଛି । ଇସ୍ରାଏଲକୁ ଏକୁଟିଆ କରିବାକୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାୟ ବୋଲି କହିଛି ହମାସ । ସାଉଥ ଆଫ୍ରିକା ସରକାର କୋର୍ଟଙ୍କ ଏହି ରାୟକୁ ଅନ୍ତର୍ଜାତୀୟ ଆଇନର ନିର୍ଣ୍ଣାୟକ ବିଜୟ ବୋଲି କହିଛି ।

ସୂଚନା ଯୋଗ୍ୟ, 2023 ଅକ୍ଟୋବର 7 ତାରିଖରେ ଇସ୍ରାଏଲ ଉପରେ ଗାଜାରୁ ରକେଟ ମାଡ କରିଥିଲା ଆତଙ୍କୀ ଗୋଷ୍ଠୀ ହମାସ । ଗୋଟିଏ ସମୟରେ ପାଖାପାଖି 5 ହଜାର ରକେଟ ମାଡ କରିଥିଲା ହମାସ । ଯେଉଁଥିରେ ଇସ୍ରାଏଲ ପାଖାପାଖି 1200 ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଇସ୍ରାଏଲ ସୀମା ମଧ୍ୟରେ ପଶି ପାଖାପାଖି 250 ଇସ୍ରାଏଲ ନାଗରିକଙ୍କୁ ଜଣଙ୍କୁ ଅପହରଣ କରିନେଇଥିଲା ହମାସ । ଏହି ଭୟଙ୍କର ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ । ଅକ୍ଟୋବରରୁ ଚାଲିଆସୁଥିବା ଏହି ଭୟଙ୍କର ଯୁଦ୍ଧରେ ପାଖାପାଖି 25 ହଜାର ପାଲେଷ୍ଟାଇନ ନାଗରିକଙ୍କର ଜୀବନ ଯାଇଥିବା ବେଳେ ଗାଜାରେ ଅନେକ ବିଲ୍ଡିଂ ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଏବେବି ଇସ୍ରାଏଲର ଅନେକ ନାଗରିକ ହମାସ ନିକଟରେ ବନ୍ଦୀ ହୋଇ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.